ETV Bharat / state

କ୍ବାରେଣ୍ଟାଇନ ସେଣ୍ଟରରେ ଅବ୍ୟବସ୍ଥା, ଚିନ୍ତାରେ ପ୍ରବାସୀ

author img

By

Published : May 15, 2020, 7:38 PM IST

ଗଞ୍ଜାମ ଜିଲ୍ଲା ଛତ୍ରପୁର ଚନାକଣ୍ଡି କ୍ବାରେଣ୍ଟାଇନ ସେଣ୍ଟରରେ ଘୋର ଅସୁବିଧାର ସମ୍ମୁଖୀନ ହେଉଛନ୍ତି ପ୍ରବାସୀ ଓଡିଆ ଶ୍ରମିକ । ଏନେଇ ଶ୍ରମିକମାନେ ଅଭିଯୋଗ କରିବା ସହ ସେମାନେ ପିଇବା ପାଣି, ଖାଇବା ଓ ରହିବା ସବୁଥିରେ ଅସୁବିଧାର ସମ୍ମୁଖୀନ ହେଉଥିବା ଏକ ଭିଡିଓ ଜାରି କରି ଜଣାଇଛନ୍ତି ।

nuapada latest news, nupada migrant labours in problem, irregularity in quarantine center, irregularity in quarantine center of ganjam, quarantine center, ନୂଆପଡା ଲାଟେଷ୍ଟ ନ୍ୟୁଜ୍‌, ଅସୁବିଧାରେ ନୂଆପଡା ଶ୍ରମିକ, କ୍ବାରେଣ୍ଟାଇନ ସେଣ୍ଟରରେ ଅସୁବିଧା, ଗଞ୍ଜାମ କ୍ବାରେଣ୍ଟାଇନ ସେଣ୍ଟରରେ ଅବ୍ୟବସ୍ଥା, କ୍ବାରେଣ୍ଟାଇନ ସେଣ୍ଟର
କ୍ବାରେଣ୍ଟାଇନ ସେଣ୍ଟରରେ ଅବ୍ୟବସ୍ଥା, ଚିନ୍ତାରେ ପ୍ରବାସୀ

ନୂଆପଡା: ଗଞ୍ଜାମ ଜିଲ୍ଲା ଛତ୍ରପୁର ଚନାକଣ୍ଡି କ୍ବାରେଣ୍ଟାଇନ ସେଣ୍ଟରରେ ଘୋର ଅସୁବିଧାର ସମ୍ମୁଖୀନ ହେଉଛନ୍ତି ପ୍ରବାସୀ ଓଡିଆ ଶ୍ରମିକ । ଏନେଇ ଶ୍ରମିକମାନେ ଅଭିଯୋଗ କରିବା ସହ ସେମାନେ ପିଇବା ପାଣି, ଖାଇବା ଓ ରହିବା ସବୁଥିରେ ଅସୁବିଧାର ସମ୍ମୁଖୀନ ହେଉଥିବା ଏକ ଭିଡିଓ ଜାରି କରି ଜଣାଇଛନ୍ତି । ତେବେ ରୋଜଗାର ଅନ୍ବେଷଣରେ ନୂଆପଡା ଜିଲ୍ଲାର ଏହି 30ରୁ ଉର୍ଦ୍ଧ୍ବ ଶ୍ରମିକ ରାଜ୍ୟ ବାହାରକୁ ଯାଇଥିବା ବେଳେ ସେମାନଙ୍କୁ ସ୍ବତନ୍ତ୍ର ଟ୍ରେନ ଯୋଗେ ରାଜ୍ୟକୁ ଅଣାଯାଇଛି ।

ସୂଚନା ଅନୁଯାୟୀ ସ୍ବତନ୍ତ୍ର ଟ୍ରେନରେ ଆସୁଥିବା ଏହି ଶ୍ରମିକମାନଙ୍କୁ ଗଞ୍ଜାମ ଜିଲ୍ଲା ଜଗନ୍ନାଥପୁରୀ ରେଳ ଷ୍ଟେସନରେ ଓହ୍ଲାଇବାକୁ ପ୍ରଶାସନର ନିର୍ଦ୍ଦେଶ ରହିଥିଲା । ସେଠାରୁ ସ୍ଥାନୀୟ ପୋଲିସ ଛତ୍ରପୁର ଚନାକଣ୍ଡି କ୍ବାରେଣ୍ଟାଇନ ସେଣ୍ଟରକୁ ପଠାଇଥିଲା । ହେଲେ ସେଠାରେ ରହିବା, ଖାଇବା, ପିଇବା ପାଣି ଆଦିର ବ୍ୟବସ୍ଥା ନାହିଁ ବୋଲି ଶ୍ରମିକମାନେ ଅଭିଯୋଗ ଆଣିଛନ୍ତି । ତେଣୁ ସରକାର ଶ୍ରମିକମାନଙ୍କୁ ଉଦ୍ଧାର କରି ଶ୍ରମିକଙ୍କ ନିଜ ଜିଲ୍ଲା ନୂଆପଡା ପଠାଇ ଦେବାକୁ ଅନୁରୋଧ କରିଛନ୍ତି ।

ନୂଆପଡାରୁ ମୋତିଲାଲ ବାଗ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.