ETV Bharat / state

ଆବାସ ଯୋଜନା ବାଟବଣା: ସରକାରୀ ସହାୟତା ଅପେକ୍ଷାରେ ଅସହାୟ ବୃଦ୍ଧ

author img

By

Published : Jul 12, 2020, 12:40 AM IST

ଗରିବ ଅସହାୟ ବାସହରା ହିତାଧିକାରୀଙ୍କୁ ସରକାର ପ୍ରଧାନମନ୍ତ୍ରୀ ବାସଗୃହ ଯୋଜନାରେ ସାମିଲ କରି ପକ୍କାଘର ଯୋଗାଇ ଦେଉଥିବାବେଳେ ନୂଆପଡା ଜିଲ୍ଲା ବୋଡେନ ବ୍ଲକରେ ଯୋଜନା ବାଟବଣା । ଭଙ୍ଗାଦଦରା ଘରେ ବାସ କରୁଥିବା ପ୍ରକୃତ ହିତାଧିକାରୀଙ୍କୁ ମିଳୁନି ଆବାସଗୃହ । ଅଧିକ ପଢନ୍ତୁ...

ଆବାସ ଯୋଜନା ବାଟବଣା: ସରକାରୀ ସହାୟତା ଅପେକ୍ଷାରେ ଅସହାୟ ବୃଦ୍ଧ
ଆବାସ ଯୋଜନା ବାଟବଣା: ସରକାରୀ ସହାୟତା ଅପେକ୍ଷାରେ ଅସହାୟ ବୃଦ୍ଧ

ନୂଆପଡା: ଗରିବ ଅସହାୟ ବାସହରା ହିତାଧିକାରୀଙ୍କୁ ସରକାର ପ୍ରଧାନମନ୍ତ୍ରୀ ବାସଗୃହ ଯୋଜନାରେ ସାମିଲ କରି ପକ୍କାଘର ଯୋଗାଇ ଦେଉଥିବା ଡିଣ୍ଡିମ ପିଟୁଛନ୍ତି । ହେଲେ ନୂଆପଡା ଜ଼ିଲ୍ଲା ବୋଡେ଼ନ ବ୍ଲକ ଆମଗୁଡା ଗାଁରେ ଯୋଜନା ବାଟବଣା ହୋଇପଡିଛି । ଖୋଲା ଆକାଶ ପଲିଥିନ ତଳେ ବାସ କରୁଥିବା ହିତାଧିକାରୀଙ୍କୁ ଆବାସଗୃହ ଯୋଜନା ସାତସପନ ପାଲଟିଛି । ଆସନ୍ତୁ ଦେଖିବା ଆମଗୁଡା ଗାଁର କରୁଣ ଦୃଶ୍ୟ ।

ନୂଆପଡା ସଦର ମହୁକମା ଠାରୁ 100 କିଲୋମିଟର ଦୂରତା ବୋଡେ଼ନ ବ୍ଲକ ଫରସରା ଗ୍ରାମପଞ୍ଚାୟତ ସ୍ଥିତ ଆମଗୁଡା ଗାଁ । ଗାଁରେ ବାସକରନ୍ତି ଅସହାୟ ଗରିବ ବୃଦ୍ଧା ଚନ୍ଦ୍ରସିଂ ବାଗ ବୟସ 65 । ସ୍ତ୍ରୀ କସ୍ତୁରୀ ବାଗ ପକ୍ଷାଘାତ ଗୋଗରେ ପୀଡିତ ହୋଇ ଆରପାରିକୁ ଚାଲିଯାଇଛନ୍ତି । ଗୋଟିଏ ମାତ୍ର ରୋଜଗାରିଆ ପୁଅ ପେଟ ଚାଖଣ୍ଡେ ପାଇଁ ବୃଦ୍ଧ ବାପାଙ୍କୁ ଏକୁଟିଆ ଛାଡି ମୁମ୍ବାଇକୁ ଦାଦନ ଖଟିଯାଇଛି । ଏପଟେ ନିଜ ଗାଁ ଆମଗୁଡ଼ାରେ ଏକୁଟିଆ ବୃଦ୍ଧା ଚନ୍ଦ୍ରସିଂ ବାଗ ଦୁର୍ବିଶହ ଜୀବନ ବିତାଉଛନ୍ତି । ପ୍ରବଳ ଘୁର୍ଣ୍ଣି ଝଡ ବର୍ଷାରେ ଚାଳଛପର ବାସଗୃହ ଭାଙ୍ଗି ଦଦରା ହୋଇପଡିଛି । ଭଙ୍ଗା ଦଦରା ଘରର ଗୋଟିଏ କୋଣରେ ପଲିଥିନ ତଳେ ବିଚରା ଚନ୍ଦ୍ରସିଂ ଙ୍କ ବିତୁଛି ଜୀବନ । ଏପଟେ ଗରିବଙ୍କ ପାଇଁ ସରକାରଙ୍କ ଆବାସଗୃହ ଯୋଜନା ସତରେ ବାଟବଣା ହୋଇପଡିଛି ।

ଆମଗୁଡା ଗାଁର ବୃଦ୍ଧା ଚନ୍ଦ୍ରସିଂ ବାଗ ନିଜ ନୌକାର ନିଜେ ନାଉରୀ ସାଜି ଦୁର୍ବିସହ ଜୀବନ ବଞ୍ଚୁଛନ୍ତି । ସମ୍ପତ୍ତି କହିଲେ କେବଳ ଭଙ୍ଗା ଦଦରା ଚାଳ ଛପର ଘର । ଆଉ ସମ୍ବଳ କହିଲେ ଖଣ୍ଡିଏ ରାସନକାର୍ଡ , ରାସନ କାର୍ଡ଼ରେ ମାସକୁ 5 କିଲୋଗ୍ରାମ ଚାଉଳ ଏବଂ ବାର୍ଦ୍ଧକ୍ୟ ଭତ୍ତା ଏତିକିରେ ଦୁଃଖ କଷ୍ଟରେ ଚାଲିଯାଆନ୍ତି ବୃଦ୍ଧ । କେବେକେବେ ସାହି ପଡଶୀଙ୍କ ପଖାଳ ତୋରାଣୀରେ ଚଳି ଯାଆନ୍ତି । ଦୁଃଖ ଉପରେ ଗୋଇଠା ମାଡ ସଦୃଶ୍ୟ ପ୍ରକୃତି ଦାଉ ସାଜିଛି ।

ଘୁର୍ଣ୍ଣିଝଡ ବର୍ଷାରେ ବାସଗୃହ ଭାଙ୍ଗି ଛାରଖାରହୋଇ ବେସାହାରା କରିଦେଇଛି ବୃଦ୍ଧା ଚନ୍ଦ୍ରସିଂଙ୍କୁ । ଦୁଃଖ ବିଷୟରେ ଅବଗତ କରିବା ପାଇଁ ଆମ ଇଟିଭି ଭାରତ ଟିମ ପହଞ୍ଚିଥିଲା ବୋଡେ଼ନ ବ୍ଲକ କାର୍ଯ୍ୟାଳୟକୁ କିନ୍ତୁ ବିଡିଓଙ୍କ ଅନୁପସ୍ଥିତି କାରଣରୁ ସ୍ଥାନୀୟ ସରପଞ୍ଚଙ୍କୁ ସାକ୍ଷାତ କରିଥିଲା ଆମ ଟିମ । ସରପଞ୍ଚ ଆମ ଠାରୁ ଶୁଣିବାପରେ ବିଡିଓଙ୍କୁ ଜଣାଇ ଖୁବଶୀଘ୍ର ବାସଗୃହ ଯୋଗାଇଦେବେ ବୋଲି ପ୍ରତିଶ୍ରୁତି ଦେଇଛନ୍ତି ।

ନୂଆପଡାରୁ ମୋତିଲାଲ ବାଗ ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.