ETV Bharat / state

ପ୍ରକୃତି ସାଧିଲା ଦାଉ, ସାହାଯ୍ୟ ଅପେକ୍ଷାରେ ରମଣ ସିଂ - ଅଦିନିଆ ବର୍ଷା

ଗତ ସେପ୍ଟେମ୍ବର 30 ତାରିଖରେ ହୋଇଥିବା ବର୍ଷାରେ ଧୋଇ ଯାଇଥିଲା ଖଡିଆଳ ବ୍ଲକ ମାଣ୍ଡୋଶୀଳ ଗାଁର ରମଣ ସିଂଙ୍କ ଝାଟିମାଟିର ଘର । ଘର ମରାମତି କରିବାକୁ ଅସମର୍ଥ, ଅସହାୟ ରମଣ ତାଙ୍କ ପରିବାରକୁ ଆଶ୍ରୟ ଦେବା ପାଇଁ ଏବେ ଖୋଜୁଛନ୍ତି ସରକାରୀ ସହାୟତା । ଅଧିକ ପଢ଼ନ୍ତୁ...

ପ୍ରକୃତି ସାଧିଲା ଦାଉ, ସାହାଯ୍ୟ ଅପେକ୍ଷାରେ ରମଣସିଂ
author img

By

Published : Oct 5, 2019, 4:39 PM IST

ନୂଆପଡା: ମୁଣ୍ଡ ଉପରେ ଟାଣ ଖରା ଆଶ୍ରୟ ନେବାକୁ ଛାଇ ନାହିଁ । ଚାଳ ଛପର ବାସଗୃହକୁ ମାଟିରେ ମିଶାଇ ଦେଇଛି ଅଦିନିଆ ବର୍ଷା । ଏବେ ଅସହାୟ ରମଣ ସିଂ ଜୁଏଡଙ୍କ ମୁଣ୍ଡ ଉପରେ ଚଡକ ପଡିଛି । ଆଉ ରମଣ ସିଂ ପାଖରେ ବାସଗୃହ ନିର୍ମାଣ କରିବାପାଇଁ ଶକ୍ତି ସାମର୍ଥ୍ୟ ନାହିଁ । ଗୃହ ନିର୍ମାଣ କରିବା ପାଇଁ ଏବେ ସରକାରୀ ସହାୟତାକୁ ଅପେକ୍ଷା ।

ପ୍ରକୃତି ସାଧିଲା ଦାଉ, ସାହାଯ୍ୟ ଅପେକ୍ଷାରେ ରମଣସିଂ

ସୂଚନା ଅନୁଯାୟୀ ଖଡିଆଳ ବ୍ଲକ ମାଣ୍ଡୋଶୀଳ ଗାଁର ରମଣ ସିଂଙ୍କ ବାପ ଅଜା ଅମଳର ଝାଟି ମାଟି ଘରଟି ଗତ ସେପ୍ଟେମ୍ବର 30 ତାରିଖରେ ହୋଇଥିବା ବର୍ଷାରେ ଭାଙ୍ଗି ଯାଇଥିଲା । ଯାହା ପରେ ବାସହରା ହୋଇ ପଡିଥିଲେ ରମଣଙ୍କ ପରିବାର । ମୂଲ ଲାଗି ପେଟ ପୋଷୁଥିବା ରମଣଙ୍କ ପକ୍ଷରେ ଘର ତିଆରି କରିବା ପାଇଁ ଅର୍ଥ ଯୋଗାଡ କରିବା ଅସମ୍ଭବ ହୋଇ ପଡିଛି । ଏନେଇ ରମଣ ସରପଞ୍ଚ ଓ ତହସିଲଦାର ଆଦି ଅଧିକାରୀଙ୍କୁ ଲିଖିତ ଭାବେ ଜଣାଇଥିଲେ ରମଣ । କିନ୍ତୁ କୌଣସି ସୁଫଳ ମିଳି ନଥିଲା ତାଙ୍କୁ ।

ପାଞ୍ଚ ପ୍ରାଣୀ କୁଟମ୍ବକୁ ଆଶ୍ରା ଖଣ୍ଡିଏ ଦେବାକୁ ଅସମର୍ଥ ହୋଇ ପଡିଥିବା ଅଭାବି ରମଣଙ୍କ କଥା ନେଇ ଇଟିଭି ଭାରତ ପହଞ୍ଚିଥିଲା ମାଣ୍ଡୋଶୀଳ ସରପଞ୍ଚ ଓ ଖଡିଆଳ ବିଡିଓଙ୍କ ପାଖରେ । ତେବେ ଏ ବିଷୟରେ ଜାଣିବା ପରେ ରମଣସିଂ ଯୋଗ୍ୟ ହିତାଧିକାରୀ ତାଙ୍କୁ ନିଶ୍ଚୟ ସାହାଯ୍ୟ ମିଳିବ ବୋଲି ପ୍ରତିଶୃତି ଦେଇଛନ୍ତି ବ୍ଲକ ଉନ୍ନୟନ ଅଧିକାରୀ ଓ ସ୍ଥାନୀୟ ସରପଞ୍ଚ ।

ନୂଆପଡାରୁ ମୋତିଲାଲ ବାଗ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.