ETV Bharat / state

କାଳବୈଶାଖୀର ତାଣ୍ଡବ, ଭାଙ୍ଗିଲା ଗଛ ଉଡିଲା ଘର - heavy-thunderstorm-in-nuapada

ନୂଆପଡା ଜିଲ୍ଲାରେ କାଳବୈଶାଖୀର କରାଳ ରୂପ, ଠପ ହୋଇଯାଇଛି ବିଦ୍ୟୁତ୍ ସରବରାହ । ଜିଲ୍ଲାରେ ଗଛ ଗୁଡିକ ଭାଙ୍ଗିପଡି ରାସ୍ତା ଅବରୋଧ ହୋଇଛି । ଖବର ପାଇ ସିନାପାଲି ଅଗ୍ନିଶମ ବାହିନୀ କ୍ଷତିଗ୍ରସ୍ତ ଅଞ୍ଚଳକୁ ପହଞ୍ଚ ରାସ୍ତାରୁ ଗଛ ହଟାଉଛି । ଅଧିକ ପଢନ୍ତୁ...

heavy-thunderstorm-in-nuapada
କାଳବୈଶାଖୀର ତାଣ୍ଡବ,ଭାଙ୍ଗିଲା ଗଛ ଉଡିଲା ଘର
author img

By

Published : May 6, 2020, 4:33 PM IST

ନୂଆପଡା: ଜିଲ୍ଲାରେ ପ୍ରବଳ ଘୂର୍ଣ୍ଣିଝଡ଼ ସହ କାଳବୈଶାଖୀ ତାଣ୍ଡବ ରଚିଛି । ବିଶେଷ କରି ଜିଲ୍ଲାର ସିନାପାଲି ବ୍ଳକ କୁସୁମଜୋର ଗ୍ରାମପଞ୍ଚାୟତ ସ୍ଥିତ ନୂଆଗୁଡା,ବ୍ରାହ୍ମଣୀଗୁଡ଼ା, ହଲଦୀଖୋଲ, କୁସୁମଜୋର ଏବଂ କସେଇପାଣି ଅଞ୍ଚଳରେ କାଳବୈଶାଖୀ ଉଗ୍ରରୂପ ଦେଖାଇଛି । ସିନାପାଲି ରାଜସ୍ଵ ନିରୀକ୍ଷକ ସ୍ଥାନୀୟ ଅଞ୍ଚଳକୁ ଯାଇ କ୍ଷତିଗ୍ରସ୍ତ ଅଞ୍ଚଳକୁ ବୁଲି ରିପୋର୍ଟ ସଂଗ୍ରହ କରୁଛନ୍ତି ।

କାଳବୈଶାଖୀର ତାଣ୍ଡବ,ଭାଙ୍ଗିଲା ଗଛ ଉଡିଲା ଘର

ଜିଲ୍ଲାରେ କାଳବୈଶାଖୀ ତାଣ୍ଡବ ଥମିବାର ନାଁ ନେଉନାହିଁ । ବିଶେଷ କରି ସିନାପାଲି ବ୍ଳକ କୁସୁମଜୋର ଗ୍ରାମପଞ୍ଚାୟତରେ ବ୍ୟାପକ କ୍ଷତି ଘଟାଇଛି । ଲୋକଙ୍କ ଧନ ଜୀବନ ବିପଦ ସଙ୍କୁଳ ହୋଇପଡିଥିବାବେଳେ, ଲୋକେ ଅଳ୍ପକେ ବର୍ତ୍ତି ଯାଇଛନ୍ତି । ବାସଗୃହ ଗୁଡିକ ଭାଙ୍ଗି ଛପର ଉଡିଯାଇଛି । ଗଛଗୁଡିକ ଭାଙ୍ଗିପଡି ରାସ୍ତା ଅବରୋଧ ହୋଇଛି , ବିଦ୍ୟୁତଖଣ୍ଟ ଭାଙ୍ଗି ଘର ଉପରେ ପଡିଛି । ପିଜୁଳି,ଆମ୍ବ,ମହୁଲ, କେନ୍ଦୁ,ଚାହାଁର ଭଳି ବିଭିନ୍ନ ମୂଲ୍ୟବାନ ଗଛ ଭାଙ୍ଗୀ ଛାରଖାର ହୋଇଯାଇଛି । ସ୍ଥାନୀୟ ଲୋକଙ୍କୁ ସର୍ବଶ୍ବାନ୍ତ କରିଦେଇଛି କାଳବୈଶାଖୀ । ଲୋକେ ଅଳ୍ପକେ ବର୍ତ୍ତି ଯାଇଥିବାବେଳେ,ଏବେ ସରକାରୀ ସହାୟତା ପାଇଁ ଅପେକ୍ଷା କରିଛନ୍ତି । ଗତ ସପ୍ତାହରେ ଜିଲ୍ଲାର ବୋଡେନ,କୋମନା, ଖଡିଆଳ ବ୍ଳକ ଅଞ୍ଚଳର ବିଭିନ୍ନ ଗାଁରେ କାଳବୈଶାଖୀ ତାଣ୍ଡବ ରଚିଥିଲା । ବ୍ୟାପକ ମାତ୍ରାରେ ରବିଫସଲ ଉଜୁଡି ଯାଇଛି । ସୋମବାର ପୁଣି ସିନାପାଲି ବ୍ଳକ କୁସୁମଜୋର ଅଞ୍ଚଳରେ କରାଳ ରୂପ ଦେଖାଇଛି କାଳବୈଶାଖୀ ।

ଖବର ପାଇ ସିନାପାଲି ଅଗ୍ନିଶମ ବାହିନୀ କ୍ଷତିଗ୍ରସ୍ତ ଅଞ୍ଚଳକୁ ପହଞ୍ଚ ରାସ୍ତାରୁ ଗଛ ହଟାଉଛି । ସେହିପରି ସିନାପାଲି ରାଜସ୍ଵ ନିରୀକ୍ଷକ ସ୍ଥାନୀୟ ଅଞ୍ଚଳ କୁ ଯାଇ କ୍ଷତିଗ୍ରସ୍ତ ଲୋକଙ୍କ ଧନଜୀବନ ଆକଳନ କରୁଛନ୍ତି । ତଦନ୍ତ ପରେ ସରକାରଙ୍କୁ ରିପୋର୍ଟ ଦେବେ ବୋଲି ରାଜସ୍ଵ ନିରୀକ୍ଷକ କହିଛନ୍ତି ।

ନୂଆପଡାରୁ ମୋତିଲାଲ ବାଗ,ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.