ନୂଆପଡା: ଜିଲ୍ଲା ବୋଡେନ ବ୍ଲକର ବିଭିନ୍ନ ଅଞ୍ଚଳରେ ପ୍ରବଳ ଘୁର୍ଣ୍ଣିଝଡ଼ ସହ କୁଆପଥର ମାଡ଼ ହୋଇଛି । ବ୍ୟାପକ ମାତ୍ରାରେ କ୍ଷୟ କ୍ଷତି ଘଟିଥିବାବେଳେ, ବଡ଼ବଡ଼ ଗଛଗୁଡିକ ରାସ୍ତା ଉପରେ ଉପୁଡି ଭାଙ୍ଗି ପଡିଛି । ବିଶେଷ କରି ଖାଇରା ଗ୍ରାମ ଠାରୁ ଦାବରୀ ରାସ୍ତା କଡରେ ଥିବା ଗଛ ଗୁଡିକ ଉପୁଡି ଭାଙ୍ଗି ପଡିଛି ।
ଯାହାଫଳରେ ଗାଡିମୋଟର ଯାନବାହାନ ଚଳାଚଳ ଦୀର୍ଘ ସମୟ ଧରି ଠପ ହୋଇପଡିଥିଲା । ଖବର ପାଇ ବୋଡେନ ଦମକଳ ବାହିନୀ ତୁରନ୍ତ ପହଞ୍ଚି ରାସ୍ତା ଉପରେ ପଡିରହିଥିବା ଗଛ ଗୁଡିକୁ ସଫା କରିଛନ୍ତି । ଯାହାଫଳରେ ଯାନବାହାନ ଯାତାୟତ କରିବା ସ୍ବଭାବିକ ହୋଇଛି ।
ନୂଆପଡାରୁ ମୋତିଲାଲ ବାଗ, ଇଟିଭି ଭାରତ