ETV Bharat / state

ଦଶହରା ଦେଖି ଫେରିବା ବେଳେ 2 ବାଇକ ମୁହାଁମୁହିଁ ଧକ୍କା, 4 ମୃତ

author img

By ETV Bharat Odisha Team

Published : Oct 25, 2023, 12:33 PM IST

Updated : Oct 25, 2023, 1:37 PM IST

ନୂଆପଡା ଜିଲ୍ଲା ବୋଡେନ ଥାନା ରାଜପୁର ଛକରେ ଏକ ସଡକ ଦୁର୍ଘଟଣା ଘଟି 4 ଜଣଙ୍କର ମୃତ୍ୟୁ ହୋଇଛି । ଅଧିକ ପଢନ୍ତୁ

ଦଶହରା ଦେଖି ଫେରିବା ବେଳେ 2 ବାଇକ ମୁହାଁମୁହିଁ ଧକ୍କା

ନୂଆପଡା ସଡକ ଦୁର୍ଘଟଣା

ନୂଆପଡା: ଜିଲ୍ଲାରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି । ନୂଆପଡ଼ା ଜିଲ୍ଲା ବୋଡେନ ଥାନା ରାଜପୁର ଛକରେ ଏକ ସଡ଼କ ଦୁର୍ଘଟଣା ଘଟି 4 ଜଣଙ୍କର ମୃତ୍ୟୁ ହୋଇଛି । ଦୁଇଟି ବାଇକ ମୁହାଁମୁହିଁ ଧକ୍କା ହେବା ଫଳରେ ଏହି ଭୟଙ୍କର ସଡ଼କ ଦୁର୍ଘଟଣାରେ ଅକାଳରେ 4ଟି ଜୀବନ ଦୀପ ଲିଭି ଯାଇଛି । 3 ଜଣଙ୍କ ଅବସ୍ଥା ଗୁରୁତର ରହିଛି । ଦଶହରା ଦେଖି ଖରକୁ ଫେରୁଥିଲେ ହେଲେ ବାଟରେ ମୃତ୍ୟୁ ଛକି ରହିଛି ବୋଲି କିଏ ଜାଣିଥିଲା ।

କେତେ ଖୁସିରେ ଦଶହରା ବୁଲି ବାହାରିଥିଲେ । ସାଙ୍ଗ ସାଥୀ ହୋଇ ଦଶହାର ବି ବୁଲିଲେ । ହେଲେ କିଏ ଜାଣିଥିଲା ଏହା ତାଙ୍କର ଶେଷ ଦଶହରା ବୁଲା । ନୂଆପଡା ଜିଲ୍ଲା ବୋଡେନ ଥାନା ରାଜପୁର ଛକ ଝିର୍ନି ଗାଁ ନିକଟରେ 2 ବାଇକ ମଧ୍ୟରେ ଦୁର୍ଘଟଣା ଘଟିଛି । ଏଥିରେ 4 ଜଣଙ୍କର ମୃତ୍ୟୁ ହୋଇଛି । ଘଟଣାସ୍ଥଳରେ 3ଜଣ ଆଖି ବୁଜିଥିବାବେଳେ ଅନ୍ୟଜଣଙ୍କର ଡାକ୍ତରଖାନାରେ ମୃତ୍ୟୁ ହୋଇଛି । ଅନ୍ୟ 3 ଜଣଙ୍କର ଅବସ୍ଥା ଗୁରୁତର ରହିଛି । ସେମାନଙ୍କୁ ଚିକିତ୍ସା ପାଇଁ ନୂଆପଡା ଓ ବୋଡେନ ମେଡିକାଲରେ ଭର୍ତ୍ତି କରାଯାଇଛି ।

ମୃତ 4 ଜଣ ହେଲେ ରୋହିତ ମାଝୀ, ପିଙ୍କୁ ମାଝୀ, ହେମାନନ୍ଦ ମାଝୀ ଓ ଶ୍ରୀକାନ୍ତ ମାଝୀ । ଗୁରୁତରମାନେ ହେଲେ କୃଷ୍ଣ ଚନ୍ଦ୍ର ମାଝୀ, ହେମସାଗର ମାଝୀ, ମୋହନ ମାଝୀ । ଘଟଣାସ୍ଥଳରେ ବୋଡେ଼ନ ପୋଲିସ ପହଞ୍ଚି ମୃତଦେହକୁ ଜବତ କରିବା ସହିତ ଅଧିକ ତଦନ୍ତ ଚଳାଇଛନ୍ତି । ସମସ୍ତେ ଦଶହରାରେ ରାବଣ ଦହନ ଦେଖି ଘରକୁ ଫେରୁଥିବା ବେଳେ ଏହି ଦୁର୍ଘଟଣା ଘଟିିଛି ।

ଏହା ବି ପଢନ୍ତୁ...Tamilnadu accident: ଟାଟା ସୁମୋ- ବସ ଧକ୍କାରେ 7 ମୃତ, 4 ଆହତ

ଏହା ବି ପଢନ୍ତୁ...ଦୁଆରଶୁଣି ଘାଟିରେ ଦୁର୍ଘଟଣା: ଟ୍ରକ ବାଇକ ମୁହାଁମୁହିଁ ଧକ୍କା, ଦମ୍ପତି ମୃତ

ସଚେତନା ଓ ସତର୍କ କରାଯିବା ପରେ ମଧ୍ୟରେ ସଡ଼କ ଦୁର୍ଘଟଣା ବଢ଼ି ବଢ଼ି ଚାଲିଛି । ଅଧିକାଂଶ ସଡ଼କ ଦୁର୍ଘଟଣା ମଦ୍ୟପାନ ଓ ଦ୍ରୁତ ଗତିରେ ଗାଡ଼ି ଚାଳନା ପାଇଁ ଘଟୁଛି । ଦ୍ରୁତ ଗତି ସବୁବେଳେ ବିପତ୍ତି ଆଣିଥାଏ । ଏଦିଗରେ ଅଧିକ ସଚେତନ ହେବାର ଆବଶ୍ୟକତା ରହିଛି । ଗତ ଅଗଷ୍ଟ ମାସରେ ମୟୂରଭଞ୍ଜ ଜିଲ୍ଲା କରଞ୍ଜିଆ ଥାନା ଅନ୍ତର୍ଗତ ଦରି ଗ୍ରାମ ନିକଟ ରାସ୍ତାରେ ସଡ଼କ ଦୁର୍ଘଟଣା ହୋଇଥିଲା । ଏଠାରେ ଚଳନ୍ତା ଟ୍ରକରେ ବାଇକ ପିଟି ହେବାରୁ 3 ଜଣଙ୍କର ମୃତ୍ୟୁ ହୋଇଥିଲା ।

ଇଟିଭି ଭାରତ, ନୂଆପଡା

Last Updated : Oct 25, 2023, 1:37 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.