ନୂଆପଡା: ସିନାପାଲି ଗାୟତ୍ରୀ ଶକ୍ତି ପୀଠ ଅଖିଳ ଗାୟତ୍ରୀ ପରିବାର ପକ୍ଷରୁ ରବିବାର ସିନାପାଲି ସହରରେ ମାଗଣାରେ ମାସ୍କ ବିତରଣ କରାଯାଇଛି । ମହାମାରୀ କୋଭିଡ19ର କରାଳ ରୂପକୁ ଦମନ କରିବା ପାଇଁ ସରକାର ଦେଶବ୍ୟାପୀ ଲକଡାଉନ ଘୋଷଣା କରିଛନ୍ତି । ଏଥିପାଇଁ ସମସ୍ତ ନାଗରିକଙ୍କୁ ମାସ୍କ ବ୍ୟବହାର କରିବା ପାଇଁ କଡା ନିୟମ କରିଛନ୍ତି ।
ଏଭଳି ସ୍ଥଳେ ବଜାରରେ ମାସ୍କ ନିଅଣ୍ଟିଆ ହୋଇପଡିଛି । ଆବଶ୍ୟକୀୟ ଲୋକଙ୍କୁ ମାଗଣାରେ ମାସ୍କ ଯୋଗାଇଦେବା ପାଇଁ ସିନାପାଲି ଗାୟତ୍ରୀ ଶକ୍ତି ପୀଠ ସଂକଳ୍ପ କରିଛି । ଯାହାର ଫଳ ସଦୃଶ୍ୟ ରବିବାର ସହରର ବିଭିନ୍ନ ଛକ, ସାହିରେ ମାଗଣାରେ ମାସ୍କ ବିତରଣ କରିଛନ୍ତି । ମାସ୍କ ବିତରଣ ସେବା କାମରେ ସିନାପାଲି ଆଇଆଇସି ଜ୍ୟୋତି ରଞ୍ଜନ ଗଉଡ଼ ଏବଂ ତାଙ୍କ ପୋଲିସ ବାହିନୀ ସମ୍ପୂର୍ଣ୍ଣ ସହଯୋଗ କରିଛନ୍ତି ।
ନୂଆପଡାରୁ ମୋତିଲାଲ ବାଗ, ଇଟିଭି ଭାରତ