ETV Bharat / state

ନୂଆପଡ଼ାକୁ ବିଷାକ୍ତ କରୁଛି ଫ୍ଲୋରୋଇଡ଼ ମିଶା ପାଣି !

ନୂଆପଡ଼ା ଜିଲ୍ଲାରେ ଫ୍ଲୋରାଇଡ଼ ଆତଙ୍କ । ମାତ୍ରାଧିକ ଫ୍ଲୋରାଇଡ଼ ମିଶା ଜହର ପାଣି ପିଇ ନାନାଦି ରୋଗରେ ଲୋକେ ପଡ଼ୁଥିବା ଦେଖାଦେଇଛି । ଦୀର୍ଘ 30 ବର୍ଷରୁ ଊର୍ଦ୍ଧ୍ବ ସମୟ ଧରି ଏହି ପାଣି ପିଇ ବର୍ତ୍ତମାନ ଅନେକ ବାସିନ୍ଦାଙ୍କ ଅଣ୍ଟା ନଇଁ ଯାଇଥିବା ବେଳେ, ଆଣ୍ଠୁଗୋଡ଼ ବଙ୍କା ହୋଇ ଅକାଳରେ ମୃତ୍ୟୁମୁଖରେ ପଡ଼ୁଛନ୍ତି ।

author img

By

Published : Jun 15, 2019, 3:14 PM IST

Updated : Jun 15, 2019, 4:37 PM IST

ଫଟୋ ସୌଜନ୍ୟ : ପ୍ରତିନିଧି,ନୂଆପଡା

ନୂଆପଡ଼ା: ଆଦିବାସୀ ବହୁଳ ଜିଲ୍ଲା ନୂଆପଡ଼ା । କେବଳ ଆଦିବାସୀଙ୍କର ଏଠି ଭିଡ଼ ଜମେ ନାହିଁ, ଅନେକ ସମସ୍ୟା, ରୋଗ, ଏପରିକି ମୌଳିକ ସମସ୍ୟାର ସମାହାର ମଧ୍ୟ ଏଠାରେ ଦେଖିବାକୁ ମିଳେ । ନାନାଦି ରୋଗର ଶିକାର ହୋଇ ନୂଆପଡ଼ାବାସୀଙ୍କ ଶରୀରର ରୂପରେଖରେ ମଧ୍ୟ ପରିବର୍ତ୍ତନ ଆସିଗଲାଣି । କାହାର ଅଣ୍ଟା ନଇଁ ହୋଇଯାଇଛି ତ ଆଉ କାହାର ଆଣ୍ଠୁ, ଗୋଡ଼ହାତ ବଙ୍କା ହୋଇ ଗଲାଣି । ତେବେ ଏହାର କାରଣ ଫ୍ଲୋରାଇଡ ମିଶା ପାଣି ।

ଭିଡିଓ ସୌଜନ୍ୟ : ପ୍ରତିନିଧି,ନୂଆପଡା

ଏହି ସମସ୍ୟା ସମଗ୍ର ଜିଲ୍ଲାରେ ବ୍ୟାପିଛି । ଜିଲ୍ଲାର ସିନାପାଲି, ବୋଡେନ, କୋମନା, ଖଡ଼ିଆଳ, ନୂଆପଡା ବ୍ଲକରେ ଲୋକେ ନିଜ ଅଞ୍ଚଳରେ ଏହି ସମସ୍ୟାରେ ଜୁଝି ହେଉଛନ୍ତି । ଏହାସହିତ ଜିଲ୍ଲାବାସୀ ଶିକ୍ଷା, ସ୍ବାସ୍ଥ୍ୟ, ବିଜୁଳି, ପାନୀୟ ଜଳ ଭଳି ମୌଳିକ ସୁବିଧାରୁ ମଧ୍ୟ ବଞ୍ଚିତ ହୋଇଥିବା ଜଣାପଡେ ।

ସେପଟେ ଡ୍ରିଙ୍କିଂ ଓ୍ବାଟର ସାନିଟେସନ ମିଶନ ପକ୍ଷରୁ ଏକ ରିପୋର୍ଟ ପ୍ରକାଶ ପାଇଛି । ଯାହା ନିଶ୍ଚିତ ଭାବେ ନିନ୍ଦିତ କଲା ଭଳି । ପ୍ରକାଶିତ ରିପୋର୍ଟ ଅନୁସାରେ ନୂଆପଡ଼ା ଜିଲ୍ଲାର 663ଟି ଛୋଟ ବଡ଼ ଗାଁ ମଧ୍ୟରୁ 350 ନଳକୂପରେ ଫ୍ଲୋରାଇଡ ମିଶ୍ରଣ ପାଣି । ସେଗୁଡ଼ିକ ମଧ୍ୟରେ ସିନାପାଲି ବ୍ଲକର ନୂଆମାଲପଡ଼ା, ଖାନ୍ଦାପଡ଼ା, ବୈରାଗୀପଡ଼ା, ବାଗପଡ଼ା, ପୋଡପଡ଼ା, ପୋର୍ତ୍ତିପଡ଼ା ଅଞ୍ଚଳରେ ଏହି ଫ୍ଲୋରାଇଡ଼ ମିଶା ପାଣି ଅଧିକ ମାତ୍ରା ରହିଛି । ଫଳରେ ଏହି ପାଣିକୁ ପିଇ ଅଧିକାଂଶ ବାସିନ୍ଦା ମୃତ୍ୟୁମୁଖରେ ପଡ଼ୁଛନ୍ତି ।

ସେପଟେ ନୂଆପଡ଼ା ଜିଲ୍ଲାର ଭୂତଳ ଜଳରେ ମାତ୍ରାଧିକ ଫ୍ଲୋରାଇଡ଼ ଥିବା ନେଇ 20 ବର୍ଷ ତଳେ ଜଣାପଡ଼ିଥିଲା । ପ୍ରଥମେ ବୋଡେନ, ପରେ ସିନାପାଲି, ନୂଆମାଲପଡ଼ା, ଖନ୍ଦାପଡ଼ା, ପୋର୍ତ୍ତିପଡ଼ା ଅଞ୍ଚଳରେ ଏହି ଫ୍ଲୋରାଇଡ଼ ମିଶା ପାଣି ରହିଥିବା ଜଣାପଡ଼ିଥିଲା । ସେହି ସମୟରେ ଏହାର ସମାଧାନ ନେଇ ପ୍ରଶାସନିକ ସ୍ତରରେ ବେଶ ତତ୍ପରତା ପ୍ରକାଶ ପାଇଥିଲା । ଏହାର ସମାଧାନ ପାଇଁ ପାଇପ ଯୋଗେ ବିଶୁଦ୍ଧ ପାନୀୟ ଜଳ ଯୋଗାଇ ଦେବାକୁ ପଦକ୍ଷେପ ନେଇଥିଲେ । କାମ ମଧ୍ୟ ଆରମ୍ଭ ହୋଇଥିଲା । 10 ବର୍ଷ ତଳୁ ଓଭର ଟ୍ୟାଙ୍କ ନିର୍ମାଣ ହୋଇଛି, ପାଇପ ମଧ୍ୟ ବିଛା ସରିଛି । ମାତ୍ର ଗାଁ ଲୋକଙ୍କ ପାଇଁ ତାହା ଧୀରେ ଧୀରେ ସ୍ବପ୍ନରେ ପରିଣତ ହେବାକୁ ବସିଲାଣି ।

ଏନେଇ ମେଗା ଜଳ ଯୋଗାଣ ପ୍ରକଳ୍ପକୁ କାର୍ଯ୍ୟନିର୍ବାହୀ ଯନ୍ତ୍ରୀଙ୍କୁ ଭେଟିଥିଲୁ । ଏଥିପାଇଁ ସେ ବିଦ୍ୟୁତ ବିଭାଗକୁ ଦାୟୀ କରିଥିଲେ । କହିଥିଲେ ଲୋ-ଭୋଲ୍ଟେଜ କାରଣରୁ ଅନେକ ଯାନ୍ତ୍ରିକ ସମସ୍ୟା ଦେଖାଦେଉଛି । ଫଳରେ ପାଣି ଉଠିପାରୁନାହିଁ । ଭୋଲ୍ଟେଜ ବଢାଇବା ପାଇଁ ଓ୍ବେସ୍କୋ କର୍ତ୍ତୃପକ୍ଷଙ୍କୁ ଜଣାଯାଇଥିବା ସେ କହିଥିଲେ । ତେବେ ଏସବୁ ମଧ୍ୟରେ ନୂଆପଡ଼ାବାସୀଙ୍କୁ କେବେ ମିଳୁଛି ବିଶୁଦ୍ଧ ପାଣି, କେବେ ହେଉଛି ଏହାର ସମାଧାନ ତାହା ଦେଖିବାକୁ ବାକି ରହିଲା ।

ନୂଆପଡ଼ାରୁ ମୋତିଲାଲ ବାଗ, ଇଟିଭି ଭାରତ

Last Updated : Jun 15, 2019, 4:37 PM IST

For All Latest Updates

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.