ETV Bharat / state

ଫୁଲୁଛି ଉଦନ୍ତୀ ନଦୀ; ଭୟରେ ସିନାପାଲି ଅଞ୍ଚଳବାସୀ

author img

By

Published : Aug 20, 2020, 4:22 PM IST

ପ୍ରବଳ ଲଘୁଚାପଜନିତ ଲଗାଣ ବର୍ଷାରେ ବେହାଲ ନୂଆପଡା ଜିଲ୍ଲା ସିନାପାଲି ଅଞ୍ଚଳ । ସିନାପାଲି ଉଦନ୍ତୀ ନଦୀରେ ବନ୍ୟା ସ୍ଥିତି ଦେଖାଦେଇଛି। ଅଧିକ ଖବର ପଢନ୍ତୁ...

ଫୁଲୁଛି ଉଦନ୍ତୀ ନଦୀ; ଭୟରେ ନୂଆପଡାର ସିନାପାଲି ଅଞ୍ଚଳବାସୀ

ନୂଆପଡା: ପ୍ରବଳ ଲଘୁଚାପଜନିତ ଲଗାଣ ବର୍ଷାରେ ବେହାଲ ନୂଆପଡା ଜିଲ୍ଲା ସିନାପାଲି ଅଞ୍ଚଳ । ସିନାପାଲି ଉଦନ୍ତୀ ନଦୀରେ ବନ୍ୟା ସ୍ଥିତି ଦେଖାଦେଇଛି । ସିନାପାଲି, ଖଲନା, ନିଲଜି, ଗଡ଼ରାମାଲ,କଇଁଟପଦର ଆଦି ନଇ କୂଳିଆ ଗାଁ ଗୁଡିକ ବେଶ ପ୍ରଭାବିତ ହୋଇଛି।

ବନ୍ୟା ପାଣିରେ ଚାଷ ଜମି ଗୁଡିକ ଜଳମଗ୍ନ ହୋଇଥିବାବେଳେ, ଉଦନ୍ତୀ ନଦୀ ନିଲଜି ଗଡରାମାଲ ମୁହାଣରେ ବିପଦ ସଙ୍କେତ ଦେଖାଦେଇଛି। ଅପରପକ୍ଷେ ଫୁରସୁଣ ଗାଁର 4ଜଣ ଗାଈ ଚରାଳି ନଦୀ ଆରପାରିକୁ ଗାଈ ନେଇ ବନ୍ୟା ପାଣିରେ ଫସି ରହିଛନ୍ତି।

ଖବର ପାଇ ସିନାପାଲି ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି 4 ଜଣ ଗାଈ ଚରାଳିଙ୍କୁ ଉଦ୍ଧାର କରିବା ପାଇଁ ପ୍ରୟାସ ଜାରି ରଖିଛନ୍ତି ।

ନୂଆପଡାରୁ ମୋତିଲାଲ ବାଗ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.