ETV Bharat / state

ଜୈବିକ ପଦ୍ଧତିରେ ଧାନ ଚାଷ କରି ଚର୍ଚ୍ଚାରେ ବାପା-ପୁଅ, ରୋଗମୁକ୍ତ ଭାରତ ଗଠନ ଲକ୍ଷ୍ୟ

author img

By ETV Bharat Odisha Team

Published : Dec 11, 2023, 7:24 PM IST

paddy cultivation In Organic Way: ଜୈବିକ ପଦ୍ଧତିରେ ଧାନ ଚାଷ କରି ଚର୍ଚ୍ଚାରେ ନୂଆପଡା ଜିଲ୍ଲାର ବାପା, ପୁଅ । ଡାକ୍ତର, ଇଞ୍ଜିନିୟର ହୋଇ ମଧ୍ଯ ଚାକିରୀ ଫଛରେ ନ ଗୋଡାଇ ଉଭୟ ଧାନ ଚାଷ କରୁଛନ୍ତି । ରୋଗମୁକ୍ତ ଭାରତ ଗଠନ କରିବା ଲକ୍ଷ୍ୟରେ ୧୨୬ ପ୍ରକାର ଦେଶୀୟ ପ୍ରଜାତୀୟ ଧାନ ଚାଷକରି ଅନ୍ୟଙ୍କ ପାଇଁ ସାଜିଛନ୍ତି ଉଦାହରଣ । ଅଧିକ ପଢନ୍ତୁ

ଜୈବିକ ପଦ୍ଧତିରେ ଧାନ ଚାଷ କରି ଚର୍ଚ୍ଚାରେ ବାପା-ପୁଅ

ନୂଆପଡା: ଧାନ ଚାଷ କରି ଚର୍ଚ୍ଚାରେ ବାପା, ପୁଅ । ବାପ ପୁଅ ପେଶାରେ ଡାକ୍ତର ଇଞ୍ଜିନିୟର ହୋଇଥିବା ବେଳେ, ନିଶାରେ ଦେଶୀୟ ଧାନ ଚାଷୀ । ସାଧାରଣତଃ ଲୋକମାନେ ସ୍ବଦେଶୀ ଢାଞ୍ଚାକୁ ଭୁଲିଯାଇ ବିଦେଶୀ ଶୈଳୀକୁ ଆପଣାଉଥିବା ବେଳେ, ନୂଆପଡା ଜିଲ୍ଲା ଖଡ଼ିଆଳ ସହର ସତୀଗୁଡିର କୁବେର କାନ୍ତ ପଣ୍ଡା ଓ ତାଙ୍କ ବଡ଼ପୁଅ ସୁରେଶ୍ବର ପଣ୍ଡାଙ୍କ ବିଚାର ଅଲଗା । ବାପ ପୁଅ ୧୨୬ ପ୍ରକାର ଦେଶୀୟ ପ୍ରଜାତୀୟ ଧାନ ଚାଷକରି ନୂଆପଡା ଜିଲ୍ଲାରେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛନ୍ତି । ଏହି ଡାକ୍ତର ଇଞ୍ଜିନିୟର ବାପ ପୁଅଙ୍କ ନିଆରା ପ୍ରୟାସକୁ ସବୁଆଡେ ପ୍ରଶଂସା କରାଯାଉଛି ।

ଜିଲ୍ଲାର ସଦର ମହୁକମା ଠାରୁ ୭୭କିଲୋମିଟର ଦୂରରେ ଅବସ୍ଥିତ ଖଡ଼ିଆଳ ସହର ସତୀଗୁଡି ସାହିର ୬୧ ବର୍ଷୀୟ BAMS ଆୟୁର୍ବେଦିକ ଡାକ୍ତର କୁବେର କାନ୍ତ ପଣ୍ଡା ଓ ତାଙ୍କ ବଡ଼ପୁଅ ସିଭିଲ ଇଞ୍ଜିନିୟର ୨୭ ବର୍ଷୀୟ ଯୁବକ ସୁରେଶ୍ବର ପଣ୍ଡା । ଉଭୟ ବାପ ପୁଅଙ୍କ ଲକ୍ଷ୍ୟ ହେଉଛି ରୋଗମୁକ୍ତ ଭାରତ ଗଠନ କରିବା । ଉଭୟେ ବାପ ପୁଅ ଡାକ୍ତର ଇଞ୍ଜିନିୟର ହୋଇଥିଲେ ସୁଦ୍ଧା ରୋଗମୁକ୍ତ ଭାରତ ଗଠନ କରିବା ସଂକଳ୍ପ ନେଇ ନିଶା ତାଙ୍କର ଚାଷ କାମ ହୋଇଯାଇଛି ।

ବଜାରରେ ହାଇବ୍ରିଡ, ଫାଉଣ୍ଡେସନ ଧାନ ବିହନ ଚାହିଦା ବୃଦ୍ଧି ପାଉଥିବା ଦେଖାଦେଇଛି । ଧାନ ଚାଷରେ ରାସାୟନିକ ସାର ,କୀଟନାଶକ ପ୍ରୟୋଗ କରି ସୁନା ଫସଲ କୁ ବିଷାକ୍ତ କରିଦିଆଯାଉଛି । ପରବର୍ତ୍ତୀ ସମୟରେ ଧାନ ରୁ ଚାଉଳ କରି ଦେଶବାସୀ ବିଷ ଖାଦ୍ୟ ଖାଉଛନ୍ତି । ଫଳରେ ମାନବ ସମାଜ ରୋଗ ଦାଉରେ ପୀଡିତ ହୋଇ ଅକାଳରେ ଜୀବନ ହାରୁଛନ୍ତି । ଅପରପକ୍ଷରେ ହଜାର ହଜାର ବର୍ଷର ଦେଶୀୟ ଧାନ ଲୁପ୍ତ ହୋଇଯାଉଛି । ଏହି ଲୁପ୍ତ ଦେଶୀୟ ଧାନକୁ ବଞ୍ଚାଇ ରଖିବା ସହ ରୋଗମୁକ୍ତ ଭାରତ ଗଠନ କରି ଉଦ୍ଦେଶ୍ୟରେ ଗୋ ଆଧାରିତ କୃଷି ବା ଜୈବିକ ପ୍ରଣାଳୀରେ କୃଷିକୁ ଆପଣାଇଛନ୍ତି ଉଭୟ।

ଏହା ମଧ୍ୟ ପଢନ୍ତୁ: ମିଗଜୋମ୍ ପ୍ରଭାବରେ ଧାନମଣ୍ଡି ବନ୍ଦ, ଚାଷୀ ହନ୍ତସନ୍ତ

ଡାକ୍ତରୀ ବାପାଙ୍କ ଚାଷ କାମରେ ଅନୁପ୍ରାଣିତ ହୋଇ ପୁଅ ସିଭିଲ ଇଂଜିନିୟର ହୋଇଥିଲେ ମଧ୍ୟ ଚାକିରୀ ପଛରେ ନପଡ଼ି କୃଷି କାମରେ ମଜି ଯାଇଛନ୍ତି । ଗୋ-ଆଧାରିତ କୃଷି ବା ଜୈବିକ ପଦ୍ଦତିରେ କୃଷିକାମ କରି ନିଜକୁ ବେଶ ଖୁସିଥିବା ଉଭୟ ବାପା ପୁଅ ପ୍ରକାଶ କରିଛନ୍ତି । ପୂର୍ବ ପୁରୁଷ ମାନଙ୍କ ହଜାର ହଜାର ବର୍ଷର ୧୨୬ ପ୍ରକାର ଦେଶୀୟ ପ୍ରଜାତିର ଧାନ କୁ ବଞ୍ଚାଇ ରଖିବା ସହ ନେଚୁରାଲ ପଦ୍ଧତିରେ ଚାଷ କରି ଭାରତ ବର୍ଷକୁ ପୃଷ୍ଟିକର ସୁସ୍ବାଦିଷ୍ଟ ଖାଦ୍ୟ ଯୋଗାଇବା ମୂଳ ଲକ୍ଷ୍ୟ ବୋଲି ପ୍ରକାଶ କରିଛନ୍ତି । ଏବଂ ଏପରି ଦେଶୀୟ ଧାନ କୃଷିକାମ କରିବାକୁ ସେ ସମସ୍ତ ଚାଷୀଙ୍କୁ ଆହ୍ବାନ କରିଛନ୍ତି । ଏବଂ ଆଗ୍ରହୀ ଚାଷୀଙ୍କୁ ମାଗଣାରେ ବିହନ ଓ ତାଲିମ ଯୋଗାଇ ଦେବାପାଇଁ ମଧ୍ୟ ସେ କହିଛନ୍ତି । ଏଥିସହ ଡାକ୍ତର ପଣ୍ଡା ଚାଷୀ ମାନଙ୍କୁ ଦେଖାଇବା ପାଇଁ ନିଜ ଘରେ ମ୍ୟୁଜିୟମ ଭଳି ୧୨୬ପ୍ରକାରର ଦେଶୀୟ ଧାନ ମଧ୍ୟ ଗଚ୍ଛିତ ରଖିଛନ୍ତି ।

ଇଟିଭି ଭାରତ, ନୂଆପଡା

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.