ETV Bharat / state

ୟୁରିଆ ସାରର କଳା ବଜାରୀକୁ ବିରୋଧ କରି ଚାଷୀଙ୍କ ପ୍ରତିବାଦ

author img

By

Published : Sep 1, 2020, 11:04 PM IST

ଖଡ଼ିଆଳ ବ୍ଲକ ତୁକୁଳା ପ୍ରାଥମିକ କୃଷି ସମବାୟ ସମିତି କାର୍ଯ୍ୟାଳୟ ସମ୍ମୁଖରେ ଚାଷୀ ଉତ୍ତେଜନା ଦେଖାଦେଇଛି । ସମବାୟ ସମିତି କର୍ମଚାରୀମାନେ ଚଢା ଦରରେ ବିକ୍ରି କରି କଳାବଜାରୀ କରୁଥିବା ସମୂହ ଚାଷୀ ଅଭିଯୋଗ କରିଛନ୍ତି । ଅଧିକ ପଢନ୍ତୁ...

ୟୁରିଆ ସାରର କଳା ବଜାରୀକୁ ବିରୋଧ କରି ଚାଷୀଙ୍କ ପ୍ରତିବାଦ
ୟୁରିଆ ସାରର କଳା ବଜାରୀକୁ ବିରୋଧ କରି ଚାଷୀଙ୍କ ପ୍ରତିବାଦ

ନୂଆପଡା: ଖଡ଼ିଆଳ ବ୍ଲକ ତୁକୁଳା ପ୍ରାଥମିକ କୃଷି ସମବାୟ ସମିତି କାର୍ଯ୍ୟାଳୟ ସମ୍ମୁଖରେ ଚାଷୀ ଉତ୍ତେଜନା ଦେଖାଦେଇଛି । ଜିଲ୍ଲାରେ ୟୁରିଆ ସାର ଘୋର ଅଭାବ ଦେଖା ଦେଇଥିବାବେଳେ, ସାର ପାଇବାକୁ ତୁକୁଳା ପ୍ରାଥମିକ କୃଷି ସମବାୟ ସମିତି କାର୍ଯ୍ୟାଳୟକୁ ଦୌଡ଼ି ଦୌଡ଼ି ନୟାନ୍ତ ଚାଷୀ ।

ଗତ ଶୁକ୍ରବାର ଠାରୁ ସମବାୟ ସମିତିକୁ ଜିଲ୍ଲା ପ୍ରସାଶନ ଯୋଗାଇ ଦେଇଛନ୍ତି ୟୁରିଆ ସାର । ହେଲେ ସମବାୟ ସମିତି ସମ୍ପାଦକ ଚାଷୀଙ୍କୁ ୟୁରିଆ ସାର ନଦେଇ ଗୋଦାମରେ ତାଲା ପକାଇ ରଖିଥିବା ଅଭିଯୋଗ କରିଛନ୍ତି ସମୂହ ଚାଷୀ । ଫାଙ୍କା ଦେଖି ପ୍ରାତଃ କିମ୍ବା ସନ୍ଧ୍ୟା ସମୟରେ ସମବାୟ ସମିତି କର୍ମଚାରୀମାନେ ଚଢା ଦରରେ ବିକ୍ରି କରି କଳାବଜାରୀ କରୁଥିବା ସମୂହ ଚାଷୀ ଅଭିଯୋଗ କରିଛନ୍ତି । ଯାହାର ପ୍ରତିବାଦରେ ମଙ୍ଗଳବାର ଶତାଧିକ ଚାଷୀ ତୁକୁଳା ସମବାୟ ସମିତି କାର୍ଯ୍ୟାଳୟକୁ ଘେରାଉ କରି ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି ।

ତେବେ ୟୁରିଆ ସାରକୁ କାହିଁକି ତାଲା ପକାଇ ରଖାଯାଇଛି, ସାର ଚାଷୀଙ୍କୁ ନଦେଇ କଳାବଜାରୀ କେଉଁ ନିୟମରେ କରାଯାଉଛି, ତୁରନ୍ତ ଆମକୁ ସାର ଦିଅ ଏଭଳି ଏକାଧିକ ପ୍ରଶ୍ନ ସମବାୟ ସମିତି ସମ୍ପାଦକଙ୍କୁ କରିଛନ୍ତି ଉତକ୍ଷିପ୍ତ ଚାଷୀ ସମୂହ ।

ନୂଆପଡାରୁ ମୋତିଲାଲ ବାଗ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.