ETV Bharat / state

ମକାର ଅଭାବୀ ବିକ୍ରିରେ କ୍ଷତି ସହୁଛନ୍ତି ଚାଷୀ, ମଣ୍ଡି ଖୋଲିବାକୁ ଦାବି

କଡା ପରିଶ୍ରମର ଫଳ ଯାଉଛି ଶାଗ ମାଛ ଦରରେ । ଯାହାକୁ ନେଇ ଚିନ୍ତାରେ ନୂଆପଡାର ମକା ଚାଷୀ । ଅଧିକ ପଢନ୍ତୁ...

author img

By

Published : Nov 7, 2020, 9:36 AM IST

Updated : Nov 7, 2020, 6:54 PM IST

ମକାର ଅଭାବୀ ବିକ୍ରିରେ କ୍ଷତି ସହୁଛନ୍ତି ଚାଷୀ, ମଣ୍ଡି ଖୋଲିବାକୁ ଦାବି
ମକାର ଅଭାବୀ ବିକ୍ରିରେ କ୍ଷତି ସହୁଛନ୍ତି ଚାଷୀ, ମଣ୍ଡି ଖୋଲିବାକୁ ଦାବି

ନୂଆପଡା:ଜିଲ୍ଲାରେ ମକାର ଅଭାବୀ ବିକ୍ରି ଦେଖାଦେଇଛି । ମକା ମଣ୍ଡି ବ୍ୟବସ୍ଥା ନଥିବା କାରଣରୁ ମକା ଚାଷୀଙ୍କୁ କ୍ଷତି ସହିବାକୁ ପଡୁଛି । ଚାଷୀ ଦଲାଲ କବଜାର ପଡି ଶାଗ ମାଛ ଦରରେ ମକା ବିକ୍ରି କରିବାକୁ ବାଧ୍ୟ ହେଉଛି । ଜିଲ୍ଲା ପ୍ରଶାସନ ତୁରନ୍ତ ମକା ମଣ୍ଡି ଖୋଲିବାକୁ ଚାଷୀ ଦାବି କରି ଆସୁଛନ୍ତି । ହେଲେ କୌଣସି ପଦକ୍ଷେପ ଗ୍ରହଣ ନ କରିବାରୁ, ଭାଙ୍ଗି ପଡିଛନ୍ତି ସେମାନେ ।

ଚଳିତବର୍ଷ ନୂଆପଡା ଜିଲ୍ଲା କୋମନା, ସିନାପାଲି, ବୋଡେନ, ଖଡିଆଳ, ନୂଆପଡା ବ୍ଲକର ଶହ ଶହ ଚାଷୀ ହଜାର ହଜାର ହେକ୍ଟର ମକା ଚାଷ କରିଛନ୍ତି । ବିହନ, ସାର, କୀଟନାଶକ ପ୍ରୟୋଗ କରି ଚାଷୀ ବ୍ୟାପକ ଅର୍ଥ ମକା ଚାଷରେ ଖର୍ଚ୍ଚ କରିଛନ୍ତି । ପାଣିପାଗ ଅନୁକୂଳ ଯୋଗୁଁ ମକା ଚାଷ ମଧ୍ୟ ଆଶାନୁରୂପ ଭଲ ହୋଇଥିଲା । ହେଲେ ଚାଷୀଙ୍କୁ ଏହାର ଲାଭ ମିଳୁନଥିବାବେଳେ, ଏହାର ଫାଇଦା ନେଉଛନ୍ତି କୁଚିଆ ବ୍ୟବସାୟୀ । ଜିଲ୍ଲାରେ ମକା ମଣ୍ଡି ନ ଥିବାବେଳେ, କୁଚିଆ ବ୍ୟବସାୟୀଙ୍କୁ ବେଶ ସୁହାଉଛି । ଅନ୍ୟପଟେ ଧାର କରଜ କରି ଚାଷ କରୁଥିବା ଚାଷୀମାନେ ତୁରନ୍ତ ମକା ମଣ୍ଡି ଖୋଲିବାକୁ ଦାବି କରିଛନ୍ତି ।

ନୂଆପଡାରୁ ମୋତିଲାଲ ବାଗ, ଇଟିଭି ଭାରତ

Last Updated : Nov 7, 2020, 6:54 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.