ETV Bharat / state

ନୂଆପଡାରେ ଝାଡାବାନ୍ତି ଆତଙ୍କ, ଦଶାହ ଭୋଜି ଖାଇ 35ରୁ ଊର୍ଦ୍ଧ୍ବ ଅସୁସ୍ଥ

author img

By

Published : Jun 14, 2023, 8:33 AM IST

Updated : Jun 14, 2023, 11:58 AM IST

ନୂଆପଡା ଜିଲ୍ଲା ଆଦିବାସୀ ବହୁଳ ଅଞ୍ଚଳ ରିଷିଗାଁରେ ଦଶାହ ଭୋଜି ଖାଇ 35ରୁ ଊର୍ଦ୍ଧ୍ବ ଲୋକ ଅସୁସ୍ଥ ହୋଇଥିବା ଜଣାପଡିଛି । ଅଧିକ ପଢନ୍ତୁ

ଶାହ ଭୋଜି ଖାଇ 35ରୁ ଉର୍ଦ୍ଧ୍ବ ଅସୁସ୍ଥ
ଶାହ ଭୋଜି ଖାଇ 35ରୁ ଉର୍ଦ୍ଧ୍ବ ଅସୁସ୍ଥ
ନୂଆପଡାରେ ଝାଡାବାନ୍ତି ଆତଙ୍କ

ନୂଆପଡ଼ା: ଦଶାହ ଭୋଜି ଖାଇ 35ରୁ ଊର୍ଦ୍ଧ୍ବ ଲୋକ ଅସୁସ୍ଥ । ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ନୂଆପଡା ଜିଲ୍ଲା ଆଦିବାସୀ ବହୁଳ ଅଞ୍ଚଳ ରିଷିଗାଁରେ । ସମସ୍ତ ଆକ୍ରାନ୍ତଙ୍କୁ ଖଡ଼ିଆଳ ଉପଖଣ୍ଡ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଛି । ତେବେ ଶୁଦ୍ଧି କ୍ରିୟା ପରେ ଭୋଜି ଖାଇ ସମସ୍ତେ ହଠାତ୍ ଅସୁସ୍ଥ ହୋଇପଡିଥିବା ଜଣାପଡିଛି ।

ଅପରପକ୍ଷେ ଗାଁରେ ଅସ୍ୱାଭାବିକ ସ୍ଥିତି ସୃଷ୍ଟି ହୋଇଥିବାବେଳେ ଭୂତ ପ୍ରେତ ଭୟରେ ଝାଡ଼ାବାନ୍ତି ହୋଇଥିବା ଭାବି ଗାଁ ଲୋକେ ଆତଙ୍କିତ ଅବସ୍ଥାରେ ରହିଛନ୍ତି । ସୂଚନା ଅନୁସାରେ, ଖଡ଼ିଆଳ ଥାନା ଅନ୍ତର୍ଗତ ଆଦିବାସୁ ବହୁଳ ରିଷିଗାଁରେ ପୂଜା ପାଉଛନ୍ତି ଅଧିଷ୍ଠାତ୍ରୀ ଦେବୀ ମା' ରିସିପିଆଣି । ପ୍ରତିବର୍ଷ ଦଶହରା ,ଚୈତ୍ର, ଓ ନୂଆଖାଇ ସମୟରେ ମା'ଙ୍କ ଯାତ୍ରା ହୋଇଥାଏ । ମା'ଙ୍କ ନିର୍ଦ୍ଦେଶ ବିନା ପତ୍ର ବି ହଲେ ନାହିଁ ବୋଲି ଲୋକବିଶ୍ବାସ ରହିଛି । ଦେବୀ ମା'ଙ୍କ ପରମ ସେବାୟତ ଝଙ୍କାର କମାଲୋଚନ ଯାନୀ ଅଟନ୍ତି । କିଛିଦିନ ପୂର୍ବେ ଗାଁ ଝଙ୍କାର କମଲୋଚନ ଯାନୀଙ୍କ ବୃଦ୍ଧ ଅବସ୍ଥାରେ ମୃତ୍ୟୁ ଘଟିଥିଲା । ମୃତ୍ୟୁ ହେବା ପରେ ସାମାଜିକ ବିଧି ପରମ୍ପରା ଅନୁସାରେ ସୁଦ୍ଧି କ୍ରିୟା କରିବା ସହ ଦଶାହ ଭୋଜି ହୋଇଥିଲା ।

ଏହା ମଧ୍ୟ ପଢନ୍ତୁ: Road Mishap: ଭୋଜି ଖାଇ ଫେରୁଥିବା ବେଳେ ଦୁର୍ଘଟଣା, 2 ଶିଶୁ ସମେତ ୫ ମୃତ

ଏହି ଦଶାହ ଭୋଜି ଭାତରେ ଗାଁର ଯାନୀ ବଂଶର ଲୋକମାନେ ମଧ୍ୟ ଖାଇଥିଲେ । ଖାଇବାର କିଛି ସମୟ ପରେ ସମସ୍ତଙ୍କୁ ଝାଡ଼ାବାନ୍ତି ଏବଂ ଜ୍ଜ୍ୱର ହୋଇଥିବା ଜଣା ପଡିଛି । ପାଖାପାଖି 35ରୁ ଊର୍ଦ୍ଧ୍ବ ଲୋକ ଝାଡ଼ାବାନ୍ତିରେ ପୀଡ଼ିତ ହେବା ପରେ ଗାଁରେ ଏକ ଆତଙ୍କ ଖେଳିଯାଇଛି । ଲୋକେ ଅନ୍ଧବିଶ୍ବାସ ଯୋଗୁଁ ଭୟଭୀତ ଅବସ୍ଥାରେ ଅଛନ୍ତି ।

ସେପଟେ ଯୁଗ ଆଗକୁ ବଢୁଥିବା ବେଳେ ଏବେବି ଅନେକ ଲୋକ ଅନ୍ଧବିଶ୍ବାସର କାଳଫାଶରୁ ମୁକୁଳି ପାରିନାହାନ୍ତି । ଝାଡାବାନ୍ତି ହେବାକୁ ଅନ୍ଧବିଶ୍ବାସ ସହ ଯୋଡି ଗାଁରେ ପୂଜା ପାଠ କରିଥିଲେ ଲୋକେ । ଅନ୍ଧ ବିଶ୍ୱାସର ବଶବର୍ତ୍ତୀ ହୋଇ ଗାଁଲୋକେ ଆତଙ୍କିତ ହୋଇପଡିଥିଲେ ।ପରେ ଖବର ପାଇଁ ନିକଟସ୍ଥ ଖଡ଼ିଆଳ ଉପଖଣ୍ଡ ମୁଖ୍ୟ ଚିକିତ୍ସା ଅଧିକାରୀ ଡକ୍ଟର ରଞ୍ଜିତ ରାଉତ ରିଷିଗାଁକୁ ଆମ୍ବୁଲାନ୍ସ ପଠାଇ ଗାଁର ସମସ୍ତ ପୀଡିତ ଲୋକମାନଙ୍କୁ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଆଣି ଚିକିତ୍ସା ଆରମ୍ଭ କରିଛନ୍ତି । ବର୍ତ୍ତମାନ ସମସ୍ତଙ୍କ ସ୍ୱାସ୍ଥ୍ୟବସ୍ଥାରେ ଉନ୍ନତି ଆସିଥିବାବେଳେ, କିଛି ଲୋକ ଗୁରୁତର ଥୁବା ଡାକ୍ତର ସୂଚନା ଦେଇଛନ୍ତି ।

ଇଟିଭି ଭାରତ, ନୂଆପଡା

Last Updated : Jun 14, 2023, 11:58 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.