ETV Bharat / state

ନୂଆପଡାରେ ଡିଜିପି ଅଭୟଙ୍କ କୋଭିଡ ସ୍ଥିତି ସମୀକ୍ଷା

author img

By

Published : Apr 22, 2021, 10:43 AM IST

ବୁଧବାର ନୂଆପଡା ଜିଲ୍ଲା ଗସ୍ତ କରି କୋଭିଡ ସ୍ଥିତି ସମୀକ୍ଷା କରିଛନ୍ତି ପୋଲିସ ମହାନିର୍ଦ୍ଦେଶକ ଅଭୟ । ଅଧିକ ପଢନ୍ତୁ...

ଡିଜିପି ଅଭୟଙ୍କ କୋଭିଡ ସ୍ଥିତି ସମୀକ୍ଷା
ଡିଜିପି ଅଭୟଙ୍କ କୋଭିଡ ସ୍ଥିତି ସମୀକ୍ଷା

ନୂଆପଡା: ଜିଲ୍ଲାରେ ମହାମାରୀ କୋରୋନାର ସ୍ଥିତି ସମୀକ୍ଷା କରିଛନ୍ତି ପୋଲିସ ମହାନିର୍ଦ୍ଦେଶକ ଅଭୟ । କୋଭିଡ କଟକଣା ବିଷୟରେ ଜିଲ୍ଲା ପ୍ରଶାସନ ସହିତ ଆଲୋଚନା କରିଛନ୍ତି ଡିଜିପି ।

ଛତିଶଗଡ଼ ସୀମାକୁ ଲାଗି ରହିଥିବା ନୂଆପଡା ଜିଲ୍ଲାରେ ମହାମାରୀ କୋଭିଡ19 କାୟା ବିସ୍ତାର କରି ଚାଲିଛି। ଏହାର ମୁଖ୍ୟ କାରଣ କେବଳ ଛତିଶଗଡ଼ ଲିଙ୍କ ଥିବା କୁହାଯାଇଛି । ଏହାକୁ ଦୃଷ୍ଟିରେ ରଖି ଡିଜିପି ଅଭୟ ନୂଆପଡା ପୋଲିସ ପ୍ରଶାସନ ସହିତ କୋଭିଡ ନିୟନ୍ତ୍ରଣ ପାଇଁ ଏକ ସମୀକ୍ଷା ବୈଠକ କରିଛନ୍ତି । ସରକାରଙ୍କ ଦ୍ଵାରା ଘୋଷଣା କରାଯାଇଥିବା କୋଭିଡ କଟକଣା ନିୟମ ସମ୍ପର୍କରେ ଆଲୋଚନା କରିଛନ୍ତି।

ଡିଜିପି ଅଭୟଙ୍କ କୋଭିଡ ସ୍ଥିତି ସମୀକ୍ଷା

ଅଧିକରୁ ଅଧିକ କ୍ରିୟାଶୀଳ ହୋଇ ନିଷ୍ଠାପର ଭାବରେ କାମ କରିବାକୁ ଆଗେଇ ଆସିବାକୁ ନୂଆପଡା ପୋଲିସକୁ ପରାମର୍ଶ ଦେଇଛନ୍ତି। ଏହି ବୈଠକରେ ଡିଜିପି ଅଭୟଙ୍କ ସହିତ ଡିଆଇଜି ଏସ ପ୍ରବୀନ କୁମାର, ଡିଆଇଜି ରାଜେଶ ପଣ୍ଡିତ, ଅନିରୁଦ୍ଧ ସିଂ ଉପସ୍ଥିତ ଥିଲେ । ଏହା ସହିତ 353 ଜାତୀୟ ରାଜପଥ ଖରିଆରରୋଡ଼ ବୋଡ଼ର ଚେକ ପୋଷ୍ଟକୁ ଯାଇ ସ୍ଥିତି ଅନୁଧ୍ୟାନ କରିଛନ୍ତି।

ନୂଆପଡା ଜିଲ୍ଲାର ଲୋକମାନେ କୋଭିଡ କଟକଣା ନିୟମକୁ ଭଲ ଭାବରେ ପାଳନ କରୁଥିବାରୁ ଜିଲ୍ଲାବାସୀଙ୍କୁ ଡିଆଇଜି ଧନ୍ୟବାଦ ଦେଇଛନ୍ତି । ନୂଆପଡା ପୋଲିସ କୋଭିଡ ଉପରେ ଭଲ କାମ କରୁଛି ବୋଲି କହିଛନ୍ତି ଡିଜିପି । ମାକ୍ସ ବ୍ୟବହାର କରିବା, ସାନିଟାଇଜର ବ୍ୟବହାର କରିବା ସର୍ବପରି ଜରୁରି କାମ ନଥିଲେ ଘରୁ ପଦାକୁ ନବାହାରିବା ପାଇଁ ନୂଆପଡା ଜ଼ିଲ୍ଲାବାସୀଙ୍କୁ ଅନୁରୋଧ କରିଛନ୍ତି ଡିଜିପି ।

ନୂଆପଡାରୁ ମୋତିଲାଲ ବାଗ,ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.