ETV Bharat / state

ଜନ୍ମରୁ ଦୃଷ୍ଟିହୀନ ଜଗତ ରାମ, ମିଳୁନି ସରକାରୀ ସହାୟତା

author img

By

Published : May 24, 2022, 3:55 PM IST

ନୂଆପଡା ରାଜାମୁଣ୍ଡା ଗାଁ ଝାଙ୍କରପଡାର ଘନଶ୍ୟାମ ମାଝୀଙ୍କ ପୁଅ ଜଗତ ରାମ । ବୟସ ମାତ୍ର ୫ ବର୍ଷ, ଜଗତ ରାମ ଜନ୍ମରୁ ଦୃଷ୍ଟିହୀନ ହୋଇଥିବା ବେଳେ ତାଙ୍କୁ ଦୃଷ୍ଟି ହୀନର ଶତପ୍ରତିଶତ ପ୍ରମାଣପତ୍ର ମଧ୍ୟ ମିଳିଛି । କିନ୍ତୁ ଆଜି ପର୍ଯ୍ୟନ୍ତ ସରକାରୀ ଯୋଜନାରେ ଅନ୍ତର୍ଭୁକ୍ତ କରାଯାଇନି । ଅଧିକ ପଢନ୍ତୁ

ଜନ୍ମରୁ ଦୃଷ୍ଟିହୀନ ଜଗତ ରାମ, ମିଳୁନି ସରକାରୀ ଯୋଜନାରେ ସହାୟତା

ନୂଆପଡା: ଅସହାୟଙ୍କ ପାଇଁ ସରକାରଙ୍କ କାହିଁ କେତେ ଯୋଜନା । କିନ୍ତୁ ଏଥିରୁ ବଞ୍ଚିତ ପ୍ରକୃତ ହିତାଧିକାରୀ । ନୂଆପଡା ରାଜାମୁଣ୍ଡା ଗାଁ ଝାଙ୍କରପଡାର ଘନଶ୍ୟାମ ମାଝୀଙ୍କ ପୁଅ ଜଗତ ରାମ । ବୟସ ମାତ୍ର ୫ ବର୍ଷ, ଜଗତ ରାମ ଜନ୍ମରୁ ଦୃଷ୍ଟିହୀନ ହୋଇଥିବା ବେଳେ ତାଙ୍କୁ ଦୃଷ୍ଟିହୀନର ଶତପ୍ରତିଶତ ପ୍ରମାଣପତ୍ର ମଧ୍ୟ ମିଳିଛି । କିନ୍ତୁ ଆଜି ପର୍ଯ୍ୟନ୍ତ ସରକାରୀ ଯୋଜନାରେ ଅନ୍ତର୍ଭୁକ୍ତ କରାଯାଇନଥିବାରୁ ଭତ୍ତା ପାଇବାରୁ ସେ ବଞ୍ଚିତ।

ଜନ୍ମରୁ ଦୃଷ୍ଟିହୀନ ଜଗତ ରାମ, ମିଳୁନି ସରକାରୀ ସହାୟତା

ଘନଶ୍ୟାମ ମାଝୀଙ୍କ ପରିବାର କହିଲେ ସ୍ତ୍ରୀ ରୁକ୍ମଣୀ ମାଝୀ, 2ଛିଅ ସସ୍ମିତା, ବନିତା ଏବଂ ଏକମାତ୍ର କୁନି ପୁଅ ଜଗତ ରାମ । ପୁଅ ଜନ୍ମ ହେବା ପରେ ବା ବାପା ମାଆ ଅନେକ ସ୍ବପ୍ନ ଦେଖିଥିଲେ । ପୁଅ ବଡ ହେବ ଚାକିରି କରିବ ଓ ଆମକୁ ସାହାରା ଦେବ । କିନ୍ତୁ ସେ ସ୍ବପ୍ନ ଯେମିତି ପାଣି ଫଟକା ପରି ମିଳାଇଯାଇଛି । ଜନ୍ମରୁ ପୁଅ ଅନ୍ଧ ହୋଇଥିବା ଜାଣି ଏ ହସ୍ପିଟାଲରୁ ସେ ହସ୍ପିଚାଲ ଦୌଡି ଦୌଡି ନୟାନ୍ତ ହେଲେଣି ପରିବାର ଲୋକେ, କିନ୍ତୁ ପୁଅର ଦୃଷ୍ଟି ଶକ୍ତି ଫେରିବ କଣ ବରଂ ପାଇଛନ୍ତି ଶତ ପ୍ରତିଶତ ଦୃଷ୍ଟିହୀନ ପ୍ରମାଣପତ୍ର । ତେବେ କୁନି ପୁଅଟିକୁ ଭତ୍ତା ଓ ତାର ଚିକିତ୍ସା ପାଇଁ ସରକାରୀ ସହାୟତା ଯୋଗାଇ ଦେବାକୁ ପରିବାର ଲୋକେ ନିବେଦନ କରିଛନ୍ତି ।

ଅନ୍ୟପଟେ ଅସହାୟଙ୍କୁ ସହାୟତା ଏବଂ ସୁରକ୍ଷା ଯୋଗାଇ ଦେବା ପାଇଁ ରାଜ୍ୟ ସରକାର ବହୁ ଯୋଜନା କରିଛନ୍ତି । ଯୋଜନାକୁ ଠିକ ଭାବରେ ପରିଚାଳନା କରିବାକୁ ବ୍ଲକ ଜିଲ୍ଲା ଏବଂ ରାଜ୍ୟ ସ୍ତରରେ ସ୍ୱତନ୍ତ୍ର ଅଧିକାରୀ ମଧ୍ୟ ରହିଛନ୍ତି । ମାତ୍ର ଦୁର୍ଭାଗ୍ୟ ଯେ, ବିଷୟ ରାଜାମୁଣ୍ଡା ଗାଁର ଜଗତରାମ ପ୍ରତି କାହାରି ଦୃଷ୍ଟି ନାହିଁ । ଫଳରେ ଜଗତରାମ ସରକାରୀ ସହାୟତାରୁ ବଞ୍ଚିତ ।

ଏ ସମ୍ପର୍କରେ ଆମ ପ୍ରତିନିଧି ଖଡ଼ିଆଳ ବିଡ଼ିଓଙ୍କୁ ସାକ୍ଷାତ କରିଥିଲେ । ହେଲେ BDO ଯୋଜନାର ନିୟମ ନ ଜାଣି ଜନ୍ମରୁ ଭତ୍ତା ନିୟମ ନାହିଁ ବୋଲି କହିଥିଲେ । ତେବେ ଅନ୍ଧ ପିଲାଙ୍କୁ ଜନ୍ମରୁ ଭତ୍ତା ଦେବା ନିୟମ ଥିବାଜାଣିବା ପରେ ତଦନ୍ତ କରି ଖୁବଶୀଘ୍ର ଭତ୍ତା ଯୋଗାଇ ଦିଆଯିବା ନେଇ ପ୍ରତିଶୃତି ଦେଇଥିଲେ ।

ନୂଆପଡାରୁ ମୋତିଲାଲ ବାଗ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.