ନୂଆପଡା: ଜିଲ୍ଲାର ସିନାପାଲି ଥାନା ଉଡନ୍ତି ନଦୀ ଯୁଗେନପଦର କୂଳରେ ମିଳିଛି ଏକ ନବଜାତକ ଶିଶୁର ମୃତଦେହ। ସ୍ଥାନୀୟ ଲୋକେ ପୋଲିସକୁ ଖବର ଦେବାପରେ ସିନାପାଲି ପୋଲିସ ଘଟଣା ସ୍ଥଳରେ ପହଁଞ୍ଚି ଏହାର ତଦନ୍ତ ଆରମ୍ଭ କରିଛି।
କେହିଜଣେ ଅବିବାହିତା ଯୁବତୀର ଶିଶୁ ହୋଇଥିବ ବୋଲି ସନ୍ଦେହ କରିଛି ପୋଲିସ । ଲୋକ ଲଜ୍ୟା ଭୟରେ ଶିଶୁକୁ ନଦୀ କୂଳରେ ଫିଙ୍ଗିଦେଇଥିବା କୁହାଯାଉଛି । ଅନୈତିକ ପ୍ରେମ ସମ୍ପର୍କର ଲଜ୍ୟାଜନକ ପରିଣତିର କୁପ୍ରଭାବ ବୋଲି ଲୋକଙ୍କ ମଧ୍ୟରେ ଚର୍ଚ୍ଚା ହେଉଛି ।
ତେବେ ଘଟଣାର କାରଣ ଯାହା ହେଉ ନାଁ କାହିଁକି, ନିରୀହ କୋମଳମତି ଶୁଶଙ୍କର ଏଥିରେ ଅପରାଧ କ’ଣ ? ବାରମ୍ବାର ରାଜ୍ୟର ବିଭିନ୍ନ ଅଞ୍ଚଳରୁ ଅନେକ ନବଜାତକ ଶିଶୁଙ୍କ ମୃତଦେହ ଉଦ୍ଧାର ହେଉଛି । କେତେବେଳେ କନ୍ୟା ସନ୍ତାନ ବୋଲି, ତ କେତେବେଳେ ଅନୈତିକ ସମ୍ପର୍କର ପରିଣତିରେ ବଳି ପଡିଯାଉଛି ନିଷ୍ପାପ ଶିଶୁ । ଏହା ପାଇଁ ଉତ୍ତରଦାୟୀ କିଏ ବୋଲି ସାଧାରଣରେ ଚର୍ଚ୍ଚା ହେଉଛି।
ନୂଆପଡାରୁ ମୋତିଲାଲ ବାଗ, ଇଟିଭି ଭାରତ