ଭୁବନେଶ୍ବର: ନୂଆପଡା ଜିଲ୍ଲାର ମଣ୍ଡିରେ ହେଉଥିବା ଅନିୟମିତତା, ଅବ୍ୟବସ୍ଥା ଓ ବ୍ୟାପକ ଦୁର୍ନୀତି ପ୍ରତିବାଦ କରି ନୂଆପଡାରୁ ରାଜଧାନୀ ଭୁବନେଶ୍ବରକୁ ସାଇକେଲ ଯାତ୍ରା କରିଛି ଦଳିତ ଅଧିକାର ମଞ୍ଚ। ନୂଆପଡା ଜିଲ୍ଲାରେ ମଣ୍ଡିରେ ଧାନ କିଣାରେ ଅବ୍ୟବସ୍ଥା, କଟନୀ ଛଟନୀ, ଟୋକେନ୍ ବ୍ୟବସ୍ଥା ଦ୍ୱାରା ଚାଷୀ ଲାଭବାନ ହୋଇପାରୁନାହିଁ । ତେଣୁ, ଦଳିତ ଅଧିକାର ମଞ୍ଚ ବିଭିନ୍ନ ଦାବି ନେଇ ସୁଦୂର ଖଡ଼ିଆଳରୁ ଭୁବନେଶ୍ୱର ପର୍ଯ୍ୟନ୍ତ ଏକ ସାଇକେଲ ଯାତ୍ରାରେ ଆସି ପହଞ୍ଚିଛନ୍ତି।
ଏହି ଅବସରରେ ଦଳିତ ଅଧିକାର ମଞ୍ଚ କହିଛି ଯେ, ନୂଆପଡା ଜିଲ୍ଲାର ବିଭିନ୍ନ ମଣ୍ଡିରେ ଅନିୟମିତତା, ଅବ୍ୟବସ୍ଥା ହେଉଛି, ଆମର ଦାବି ଚାଷୀମାନଙ୍କ ସଠିକ ପଞ୍ଜିକରଣ ହେଉ,ସେମାନଙ୍କ ଧାନ ନିର୍ଦ୍ଧାରିତ ସମୟରେ କିଣାଯାଉ, କଟନୀ ଛଟନୀ ଉପରେ ଲଗାମ ଲଗାଯାଉ, ଧାନର ସର୍ବନିମ୍ନ ସହାୟକ ମୂଲ୍ୟ ଅତି କମରେ ୨୫୦୦ ଟଙ୍କା ଦିଆଯାଉ,ଏଭଳି ବିଭିନ୍ନ ଦାବି ନେଇ କୃଷି ମନ୍ତ୍ରୀଙ୍କୁ ଭେଟିବା ପାଇଁ ୨୫ ତାରିଖରୁ ଖଡ଼ିଆଳରୁ ଭୁବନେଶ୍ୱର ଅଭିମୁଖେ ବାହାରି ଆସି ଭୁବନେଶ୍ୱର ରେ ପଞ୍ଚିଚିଛୁ ବେଲି ସେମାନେ କହିଥଛନ୍ତି।
ଭୁବନେଶ୍ବରରୁ ସଞ୍ଜୀବ କୁମାର ରାୟ, ଇଟିଭି ଭାରତ