ETV Bharat / state

ଚାଷୀଙ୍କ ସମସ୍ୟା ନେଇ ଜୟ କିଷାନ ମଜଦୂର ସଂଗ୍ରାମ ପରିଷଦର ସାଇକେଲ ରାଲି - cycle rally on behalf of Jai kisan majdur sangram parisad

ନୂଆପଡା ଜିଲ୍ଲା ଜୟ କିଷନ ମଜଦୂର ସଂଗ୍ରାମ ପରିଷଦ ଆବାହକ ଯଦୁମଣି ପାଣିଗ୍ରାହୀଙ୍କ ନେତୃତ୍ୟରେ ସିନାପାଲି ଧାନ ମଣ୍ଡି ଠାରୁ ନୂଆପଡା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଅଭିମୁଖେ ଚାଷୀଙ୍କ ସାଇକେଲ ରାଲି । ଅଧିକ ପଢନ୍ତୁ...

ଚାଷୀଙ୍କ ସମସ୍ୟା ନେଇ ଜୟକିସାନ ମଜଦୂର ସଂଗ୍ରାମ ପରିଷଦ ପକ୍ଷରୁ ସାଇକେଲ ରାଲି

author img

By

Published : Jan 12, 2021, 7:46 AM IST

ନୂଆପଡା: ବିଭିନ୍ନ ସମସ୍ୟାର ଦାବି ପୂରଣ ନେଇ ଚାଷୀଙ୍କ ସାଇକେଲ ରାଲି । ନୂଆପଡା ଜିଲ୍ଲା ଜୟ କିଷାନ ମଜଦୂର ସଂଗ୍ରାମ ପରିଷଦ ଆବାହକ ଯଦୁମଣି ପାଣିଗ୍ରାହୀଙ୍କ ନେତୃତ୍ବରେ ଏହି ସାଇକେଲ ରାଲି ସିନାପାଲି ଧାନ ମଣ୍ଡି ଠାରୁ ନୂଆପଡା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଅଭିମୁଖେ ବାହାରିଥିଲା । ଦୀର୍ଘ 130 କିଲୋମିଟର ଅତିକ୍ରମ କରିବା ପରେ ଆଜି (ମଙ୍ଗଳବାର) ବିଶ୍ବ ଯୁବ ଦିବସ ଅବସରରେ ନୂଆପଡା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିବେ ଚାଷୀ।

ଚାଷୀଙ୍କ ସମସ୍ୟା ନେଇ ଜୟକିସାନ ମଜଦୂର ସଂଗ୍ରାମ ପରିଷଦ ପକ୍ଷରୁ ସାଇକେଲ ରାଲି

ଜିଲ୍ଲାର ଅର୍ଣ୍ଣଦାତା ଚାଷୀ ସଙ୍କଟ ଦେଇ ଗତି କରୁଥିବା ବେଳେ ସରକାର ଏବଂ ସରକାରୀ ବଡ ବାବୁମାନଙ୍କ କୁମ୍ଭ କର୍ଣ୍ଣ ନିଦ୍ରା ଭାଙ୍ଗୁନାହିଁ। ଯାହାଫଳରେ ସାଇକେଲ ରାଲି ବାହାରିଛି ବୋଲି ଆବାହକ ପ୍ରକାଶ କରିଛନ୍ତି। କଟନି ଛଟନୀ ନାଁରେ ଚାଷୀଙ୍କୁ ଶୋଷଣ କରାଯାଉଛି। ଏହା ସହ ଚାଷୀ, ଉତ୍ପାଦିତ ଧାନର ଉଚିତ ମୂଲ୍ୟ ପାଉନାହିଁ, ଜିଲ୍ଲାରେ ପୂର୍ଣ୍ଣାଙ୍ଗ କପା ମକା ମଣ୍ଡି କେବେ ଖୋଲିବ ଏଭଳି ଏକାଧିକ ପ୍ରଶ୍ନ କରିଛନ୍ତି ଆବାହକ ଯଦୁମଣି ପାଣିଗ୍ରାହୀ।

ତେବେ ଆଗାମୀ ଦିନରେ ଦାବି ପୂରଣ ନହେଲେ ତୀବ୍ରତର ଆନ୍ଦୋଳନ କରିବେ ବୋଲି ଜୟକିସାନ ମଜଦୂର ସଂଗ୍ରାମ ପରିଷଦ ପକ୍ଷରୁ ସରକାରଙ୍କୁ ଚେତାବନୀ ଦିଆଯାଇଛି ।

ନୂଆପଡ଼ାରୁ ମୋତିଲାଲ ବାଗ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.