ନୂଆପଡ଼ା: ଜିଲ୍ଲାର କୋମନା ଥାନା ଅନ୍ତର୍ଗତ 216 ବାଟାଲିୟନ CRPF କ୍ୟାମ୍ପଠାରେ ଘଟିଛି ଅଘଟଣ । AK47 ବନ୍ଧୁକରେ ନିଜକୁ ଗୁଳି କରି ଆତ୍ମହତ୍ୟା କରିଛନ୍ତି ଯବାନ । ଘଟଣା ଘଟିବା ପରେ CRPF ପକ୍ଷରୁ ମୃତ ଯବାନଙ୍କ ଘର ଲୋକଙ୍କୁ ଖବର ଦିଆଯାଇଥିବା ଜଣାପଡ଼ିଛି ।
କୋମନା ଥାନା ଅନ୍ତର୍ଗତ ବରକୋର୍ଟ ଗ୍ରାମଠାରେ ଥିବା 216 ବାଟାଲିୟନ CRPF କ୍ୟାମ୍ପରେ କାର୍ଯ୍ୟରତ ଥିଲେ ମୃତ ଯବାନ ହାବିଲଦାର ରାମ ପ୍ରତାପ । ସେ AK47 ବନ୍ଧୁକ ଜରିଆରେ ନିଜ ବେକରେ ଫାଇରିଂ କରି ଆତ୍ମହତ୍ୟା କରିଛନ୍ତି । ଆତ୍ମହତ୍ୟାର କାରଣ ଅସ୍ପଷ୍ଟ ଥିବା ବେଳେ, ଖବର ପାଇ କୋମନା ପୋଲିସ ପହଞ୍ଚି ତଦନ୍ତ ଚଳାଇଛି । ମୃତ CRPF ହାବିଲଦାର ହରିୟାଣା ରାଜ୍ୟର ବୋଲି ଜଣାପଡି଼ଛି । ଘଟଣା ଘଟିବା ପରେ CRPF ପକ୍ଷରୁ ମୃତ ଯବାନଙ୍କ ଘର ଲୋକଙ୍କୁ ଖବର ଦିଆଯାଇଛି ବୋଲି CRPF କ୍ୟାମ୍ପ ପକ୍ଷରୁ ସୂଚନା ମିଳିଛି ।
ନୂଆପଡ଼ାରୁ ମୋତିଲାଲ ବାଗ, ଇଟିଭି ଭାରତ