ETV Bharat / state

ଖଡିଆଳରେ କୋଭିଡ ସଚେତନତା ସଭା - କୋଭିଡ ସଚେତନତା ସଭା ଅନୁଷ୍ଠିତ

ଜିଲ୍ଲାର ଖଡ଼ିଆଳ ତହସିଲଦାର ସିନ୍ଧୁସୂତା ପାତ୍ରଙ୍କ ଅଧ୍ୟକ୍ଷତାରେ ଖଡ଼ିଆଳ ପଞ୍ଚାୟତ ସମିତି ସଭାଗୃହ ଠାରେ କୋଭିଡ ସଚେତନତା ସଭା ଅନୁଷ୍ଠିତ ହୋଇଯାଇଛି । ଅଧିକ ପଢନ୍ତୁ...

କୋଭିଡ ସଚେତନତା ସଭା ଅନୁଷ୍ଠିତ
କୋଭିଡ ସଚେତନତା ସଭା ଅନୁଷ୍ଠିତ
author img

By

Published : Mar 29, 2021, 7:57 PM IST

ନୂଆପଡା : ଜିଲ୍ଲାର ଖଡ଼ିଆଳ ତହସିଲଦାର ସିନ୍ଧୁସୂତା ପାତ୍ରଙ୍କ ଅଧ୍ୟକ୍ଷତାରେ ଖଡ଼ିଆଳ ପଞ୍ଚାୟତ ସମିତି ସଭାଗୃହ ଠାରେ କୋଭିଡ ସଚେତନତା ସଭା ଅନୁଷ୍ଠିତ ହୋଇଯାଇଛି । ସଭାରେ ଖଡ଼ିଆଳ ତହସିଲଦାର ସିନ୍ଧୁସୁତା ପାତ୍ର, ଖଡ଼ିଆଳ ବିଜ୍ଞାପିତ ଅଞ୍ଚଳ ପରିଷଦ କାର୍ଯ୍ୟନିର୍ବାହୀ ଅଧିକାରୀ, ଖଡ଼ିଆଳ ଥାନା ଭାରପ୍ରାପ୍ତ ଅଧିକାରୀ କୈଳାଶ ଚନ୍ଦ୍ର ସେଠୀ ଯୋଗଦେଇ କୋଭିଡ କଟକଣା ନିୟମ ଉପରେ ଆଲୋଚନା କରିଛନ୍ତି ।

କୋଭିଡ ସଚେତନତା ସଭା ଅନୁଷ୍ଠିତ

ବିବାହ, ବ୍ରତ, ଶୁଦ୍ଧିକ୍ରିୟା ଏବଂ ସମାଜର ଯେକୌଣସି ପର୍ବପର୍ବାଣି ସୀମିତ ଲୋକଙ୍କ ମଧ୍ୟରେ ପାଳନ କରିବାକୁ ପରାମର୍ଶ ଦେଇଛନ୍ତି । ସେହିଭଳି ମୁହଁରେ ମାସ୍କ ବ୍ୟବହାର କରିବା, ସାନିଟାଇଜର, ସାମାଜିକ ଦୂରତା ଅବଲମ୍ବନ କରିବା ପାଇଁ ବୁଝାଇଛନ୍ତି । ସର୍ବୋପରି ସମାଜର ବିଭିନ୍ନ ସମ୍ପ୍ରଦାୟ ମୁଖିଆ, ଗଣମାଧ୍ୟମ ପ୍ରତିନିଧି, ବ୍ୟବସାୟୀ ସଂଘର କର୍ମକର୍ତ୍ତାଙ୍କୁ କୋଭିଡ କଟକଣା ସମ୍ପର୍କରେ ସୂଚନା ଦେଇଛନ୍ତି । ଯାହାକି ଆଗାମୀ ଦିନରେ ନିଜନିଜ ସମ୍ପ୍ରଦାୟର ସଚେତନତା ସୃଷ୍ଟି କରିବାରେ ସହାୟକ ହେବ ବୋଲି ଖଡ଼ିଆଳ ତହସିଲଦାର ପ୍ରକାଶ କରିଛନ୍ତି ।

ନୂଆପଡାରୁ ମୋତିଲାଲ ବାଗ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.