ନୂଆପଡା: କରୋନା ଭାଇରସକୁ ରୋକିବା ପାଇଁ ନୂଆପଡା ଜିଲ୍ଲା ପ୍ରଶାସନ ପକ୍ଷରୁ ଗ୍ରାମପଞ୍ଚାୟତ,ପଞ୍ଚାୟତ ସ୍ତରରେ ସଚେତନତା ପଦକ୍ଷେପ ଗ୍ରହଣ କରାଯାଉଛି । ଶନିବାର ଖାରିଆର ରୋଡ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ସଭାଗୃହରେ କରୋନା ସେନିଟାଇଜେସନ ସଚେତନତା ଅଭିଯାନ ଅନୁଷ୍ଠିତ ହୋଇଯାଇଛି ।
ସଚେତନତା କାର୍ଯ୍ୟକ୍ରମରେ ନୂଆପଡା ଅବସରପ୍ରାପ୍ତ ସିଡିଏମଓ ଯୋଗଦେଇ ପରିସ୍କାର ପରିଚ୍ଛନ୍ନତା ଦ୍ବାରା କିପରି କୋରୋନା ଭାଇରସକୁ ନିପାତ କରାଯାଇ ପାରିବ ସେ ନେଇ ମତ ରଖିଥିଲେ । ନୂଆପଡା ବିଡ଼ିଓ ସୁବେଦାର ପ୍ରଧାନଙ୍କ ଅଧ୍ୟକ୍ଷତାରେ ଏହି ବୈଠକ ହୋଇ ଥିବା ବେଳେ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରର ଡାକ୍ତର ବିରେନ୍ଦ୍ର କୁମାର ବାଗ ଓ ବହୁ ମାନ୍ୟଗନ୍ୟ ବ୍ୟକ୍ତି ଯୋଗ ଦେଇଥିଲେ ।
ନୂଆପଡାରୁ ମୋତିଲାଲ ବାଗ,ଇଟିଭି ଭାରତ