ନୂଆପଡା : ନୂଆପଡା ଜ଼ିଲ୍ଲା ଖଡ଼ିଆଳ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରର ସ୍ବାସ୍ଥ୍ୟ କର୍ମୀ ଧବଳେଶ୍ବର ବେହେରାଙ୍କ ନେତୃତ୍ବରେ କୋଭିଡ19 ପାଇଁ ଦୋହେଲପଡା ଓ ଋଷିଗାଁରେ ଜନ ସଚେତନତା କାର୍ଯ୍ୟକ୍ରମ କରାଯାଇଛି । କଳାହାଣ୍ଡିରେ କୋରୋନା ପଜେଟିଭ ଚିହ୍ନଟ ହେବା ପରେ, ନୂଆପଡା ଜ଼ିଲ୍ଲା ପ୍ରଶାସନ ଓ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ବିଭିନ୍ନ ପଦକ୍ଷେପ ଗ୍ରହଣ କରାଯାଇଛି ।
ସଚେତନତା କାର୍ଯ୍ୟକ୍ରମରେ କମ୍ୟୁନିଟି ସ୍ବାସ୍ଥ୍ୟ ଅଧିକାରୀ ସ୍ବାସ୍ଥ୍ୟ କର୍ମୀ,ଅଙ୍ଗନବାଡ଼ି କର୍ମୀ,ଆଶାକର୍ମୀ ଓ ସ୍ଥାନୀୟ ଲୋକ ପ୍ରତିନିଧି ସାମିଲ ହୋଇଛନ୍ତି । ଘରୁ ପଦାକୁ ବାହାରିବା ନାହିଁ , ଯଦି ବାହାରିବା ମାସ୍କ ବ୍ୟବହାର କରିବା,ସାମାଜିକ ଦୂରତା ଅବଲମ୍ବନ କରିବା ଓ ବାହାର ରାଜ୍ୟରୁ ନିଜ ସମ୍ପର୍କୀୟ ଆସିଲେ ହୋମ କ୍ବାରେଣ୍ଟାଇନରେ ରହିବାର ବାର୍ତ୍ତା ଦେଇଛନ୍ତି ।
ନୂଆପଡାରୁ ମୋତିଲାଲ ବାଗ, ଇଟିଭି ଭାରତ