ETV Bharat / state

ମୁଖ୍ୟମନ୍ତ୍ରୀ ବାୟୁ ସ୍ୱାସ୍ଥ୍ୟସେବା ଯୋଜନାର ସୁବିଧା ପାଇବେ ନୂଆପଡାବାସୀ - ନୂଆପଡ଼ାରେ ବାୟୁ ସ୍ୱାସ୍ଥ୍ୟ ସେବା ଆରମ୍ଭ

ନୂଆପଡ଼ା ଜିଲ୍ଲାରେ ଆରମ୍ଭ ହୋଇଛି ବାୟୁ ସ୍ୱାସ୍ଥ୍ୟ ସେବା । ଏନେଇ ଆଜି ସାତ ଜଣିଆ ଡ଼ାକ୍ତରୀ ଦଳ ଆକାଶ ମାର୍ଗରେ ନୂଆପଡ଼ା ଜିଲ୍ଲା ଗ୍ରସ୍ତ କରିଛନ୍ତି । ଅଧିକ ପଢନ୍ତୁ

ମୁଖ୍ୟମନ୍ତ୍ରୀ ବାୟୁ ସ୍ୱାସ୍ଥ୍ୟ ସେବା ଯୋଜନାର ସୁବିଧା ପାଇବେ ନୂଆପଡାବାସୀ

author img

By

Published : Apr 8, 2022, 1:10 PM IST

ଭୁବନେଶ୍ବର: ରାଜ୍ୟରେ ମୁଖ୍ୟମନ୍ତ୍ରୀ ବାୟୁ ସ୍ବାସ୍ଥ୍ୟସେବା ଯୋଜନା ୨୦୨୧ ମସିହାରେ ଆରମ୍ଭ ହୋଇଥିଲା । ବର୍ତ୍ତମାନ ନୂଆପଡାରେ ରାଜ୍ୟ ସରକାରଙ୍କ ବାୟୁ ସ୍ୱାସ୍ଥ୍ୟ ସେବା ଯୋଜନା ଆରମ୍ଭ ହୋଇଛି । ପୂର୍ବରୁ ମାଲକାନାଗିରି ଓ କଳାହାଣ୍ଡିରେ ଏହି ସ୍ୱାସ୍ଥ୍ୟ ସେବା ସୁବିଧା ଯୋଗାଇ ଦିଆଯାଇଥିବା ବେଳେ ଏବେ ନୂଆପଡ଼ା ଜିଲ୍ଲାରେ ଏହି ଚିକିତ୍ସା ସେବା ଆରମ୍ଭ ହୋଇଛି। ଏନେଇ ଆଜି ସାତ ଜଣିଆ ଡ଼ାକ୍ତରୀ ଦଳ ଆକାଶ ମାର୍ଗରେ ନୂଆପଡ଼ା ଜିଲ୍ଲା ଗ୍ରସ୍ତ କରିଛନ୍ତି ।

ଚଳିତ ମାସ ୬ ତାରିଖରୁ ଏକ ଆଠ ଜଣୀଆ ବିଶେଷଜ୍ଞ ଡ଼ାକ୍ତରୀ ଦଳ ରୋଗ ନିରୂପଣ ଓ ନିଦାନ ବ୍ୟବସ୍ଥା ପାଇଁ ନୂଆପଡ଼ା ଗସ୍ତରେ ଯାଇଥିଲେ। ଏହି ଡ଼ାକ୍ତରୀ ଦଳ ଜିଲ୍ଲାରେ ୪ ଦିନ ପର୍ଯ୍ୟନ୍ତ ଚିକିତ୍ସା ସେବା ଯୋଗାଇ ଦେବା ପାଇଁ କାର୍ଯ୍ୟକ୍ରମ ପ୍ରସ୍ତୁତ ହୋଇଛି ।

ବିଶେଷ ଭାବରେ ୟୁରୋଲୋଜି, କାଡିଓଲୋଜି, ନ୍ୟୁରୋଲୋଜି, ନେଫ୍ରୋଲୋଜି ଓ ଗ୍ୟାଷ୍ଟ୍ରୋଲୋଜି ଭଳି ରୋଗୀ ଏହି କ୍ୟାମ୍ପରେ ଚିକିତ୍ସା ସେବା ପାଇବେ। ଏହା ସ୍ୱାସ୍ଥ୍ୟ ସେବା ଦ୍ଵାରା ଉପାନ୍ତ ଦୁର୍ଗମ ଓ ଦୂରତମ ଜିଲ୍ଲାରେ ବସବାସ କରୁଥିବା ସାଧାରଣ ଲୋକ ଉନ୍ନତ ମାନର ଚିକିତ୍ସା ସେବା ପାଇପାରିବେ । ଅତିରିକ୍ତ ଡ଼ିଏମ୍‌ଇଟି ଡ଼ଃ ଉମାକାନ୍ତ ଶତପଥି ଏହି ବ୍ୟବସ୍ଥାର ନୋଡ଼ାଲ ଅଧିକାରୀ ଭାବେ ସମସ୍ତ କାର୍ଯ୍ୟ ତଦାରଖ କରୁଛନ୍ତି।

ଏଥିରେ ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ଡ଼ା ବିଜୟ କୁମାର ମହାପାତ୍ର, ଡ଼ିଏମ୍ଇଟି ଡ଼ଃ ରମାରମଣ ମହାନ୍ତି, ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ପ୍ରତିଷ୍ଠାନର ନିର୍ଦ୍ଦେଶକ ଡ଼ଃ ଅମରେନ୍ଦ୍ର ମହାନ୍ତି ସହାୟତା କରୁଛନ୍ତି। ଏହି ସାସ୍ଥ୍ୟ ସେବା କ୍ୟାମ୍ପ ପାଇଁ ନୂଆପଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡ଼ା ସୁଧର ରଂଜନ ନାୟକ ନୋଡ଼ାଲ ଅଧିକାରୀ ଭାବେ କାର୍ଯ୍ୟ କରୁଥିବା ବେଳେ ଜିଲ୍ଲା ପ୍ରଶାସନ ଏଥିରେ ସହାୟତା କରୁଛନ୍ତି।

ଭୁବନେଶ୍ବରରୁ ବିକାଶ କୁମାର ଦାଶ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.