ETV Bharat / state

ସାପ କାମୁଡ଼ାରେ ଶିଶୁପୁତ୍ର ମୃତ

ନୂଆପଡାରେ ସାପ କାମୁଡ଼ାରେ ଜଣେ ଶିଶୁ ପୁତ୍ରର ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି । ଏହି ଖବରରେ ଗାଁରେ ଶୋକର ଛାୟା ଖେଳି ଯାଇଛି ।

author img

By

Published : Jul 29, 2019, 5:51 PM IST

ଫଟୋ ସୌଜନ୍ୟ: ପ୍ରତିନିଧି, ନୂଆପଡା

ନୂଆପଡା: ସାପ କାମୁଡ଼ାରେ ଶିଶୁ ପୁତ୍ରର ମୃତ୍ୟୁ ଅଭିଯୋଗ। ନୂଆପଡା ଜିଲ୍ଲା ଖଡ଼ିଆଳ ଥାନା ଅନ୍ତର୍ଗତ ଚନୋଟମାଲ ଗାଁରେ ଏହି ଦୁଃଖଦ ଘଟଣା ଘଟିଛି । ଏକ ବିଷଧର ସାପ କାମୁଡ଼ିବାରୁ ଜଣେ 3 ବର୍ଷର ଶିଶୁର ମୃତ୍ୟୁ ହୋଇଥିବା ଜଣାପଡିଛି।

ମିଳିଥିବା ସୂଚନା ଅନୁସାରେ, ଚନୋଟମାଲ ଗାଁର ବିନୋଦ ଦୀପଙ୍କ 3 ବର୍ଷର ଶିଶୁ ହେମସାଗର ଦୀପ ନିଜ ଘର ପାଖ ବୁଦା ମୂଳରେ ଖେଳୁଥିଲା । ସେହି ସମୟରେ ହଠାତ୍ ଏକ ବିଷଧର ସାପ କାମୁଡି ଦେବାରୁ ଶିଶୁଟି ଚିତ୍କାର କରିଥିଲା ।

ଲୋକେ ଦୌଡି ଆସି ଦେଖିବା ବେଳକୁ ଶିଶୁଟି ଚେତାଶୂନ୍ୟ ହୋଇ ପଡିଛି। ତୁରନ୍ତ ସମ୍ପର୍କୀୟ ଚିକିତ୍ସା ପାଇଁ ଖଡ଼ିଆଳ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରକୁ ନେଇଯାଇଥିଲେ । ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ଶିଶୁକୁ ମୃତ ଘୋଷଣା କରିଛନ୍ତି ଡାକ୍ତର । ଖବର ପାଇ ଖଡ଼ିଆଳ ପୋଲିସ ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇ ଥିବାବେଳେ ଗାଁରେ ଶୋକର ଛାୟା ଖେଳିଯାଇଛି ।

ନୂଆପଡାରୁ ମୋତିଲାଲ ବାଗ, ଇଟିଭି ଭାରତ

Intro:ନୂଆପଡା ଜ଼ୀଲ୍ଲା ଖଡ଼ିଆଳ ଥାନା ଅନ୍ତର୍ଗତ ଚନୋଟମାଲ ଗାଁରେ ଅଭାବନୀୟ ଘଟଣା । ବିଷଧର ସାପ କାମୁଡ଼ାରେ 3 ବର୍ଷର ଶିଶୁ ମୃତ୍ୟୁ । ପ୍ରାକ୍ତ ଶୁଚନାମତେ ଚନୋଟମାଲ ଗାଁର ବିନୋଦ ଦୀପ ଙ୍କ 3 ବର୍ଷର ଶିଶୁ ହେମସାଗର ଦୀପ ନିଜ ଘର ପାଖ ବୁଦା ମୂଳ ରେ ଖେଳୁଥିଲା । ସେଠାରେ ହଠାତ ଏକ ବିଷଧର ସାପ କାମୁଡି ଦେବାରୁ ଶିଶୁ ଟି ଚିତ୍କାର କରିଥିଲା । ଲୋକେ ଦୌଡି ଆସି ଦେଖିବାବେଳକୁ ଶିଶୁ ଚେତାଶୂନ୍ୟ ହୋଇ ପଡିଯାଇଥିଲା । ଚିକିତ୍ସା ପାଇଁ ଖଡ଼ିଆଳ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରକୁ ନେଇଯାଇଥିଲେ ସମ୍ପର୍କୀୟ। ସେଠାରେ ଚିକିତ୍ସା ଧୀନ ଡାକ୍ତର ଶିଶୁ ଙ୍କୁ ମୃତ୍ୟୁ ଘୋଷଣା କରିଛନ୍ତି । ଖବର ପାଇ ଖଡ଼ିଆଳ ପୋଲିସ ଶବକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛନ୍ତି ।Body:ସConclusion:ସସ
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.