ETV Bharat / state

ନୂଆପଡାର ଅଭିଶପ୍ତ ଗାଁ, ଯେଉଁଠି ଜନ୍ମରୁ ଦୃଷ୍ଟିଶକ୍ତି ହରାଉଛନ୍ତି ପିଲା

ଗାଁ ପାଲଟିଛି ଅଭିଶପ୍ତ ଉପତ୍ୟାକା । ସତେ ଅବା କୌଣସି ଦୁଷ୍ଟ ଆତ୍ମା ଗାଁକୁ ବଶୀଭୂତ କରି ରଖିଛି । ନବଜାତ ଶିଶୁଙ୍କ ଉପରେ ସତେ ଯେପରି କାହାର କୁଦୃଷ୍ଟି ପଡିଛି । ଗାଁରେ ଜନ୍ମ ହେଉ ହେଉ କିଏ ଦୃଷ୍ଟିହୀନ ପାଲଟୁଛି ତ କିଏ ପୁଣି ଦିବ୍ୟାଙ୍ଗ ହେଉଛି।

author img

By

Published : Apr 26, 2019, 1:41 PM IST

ଫଟୋ ସୌଜନ୍ୟ: ପ୍ରତିନିଧି, ନୂଆପଡା

ନୂଆପଡା: ଗାଁ ପାଲଟିଛି ଅଭିଶପ୍ତ ଉପତ୍ୟାକା । ସତେ ଅବା କୌଣସି ଦୁଷ୍ଟ ଆତ୍ମା ଗାଁକୁ ବଶୀଭୂତ କରି ରଖିଛି । ନବଜାତ ଶିଶୁଙ୍କ ଉପରେ ସତେ ଯେପରି କାହାର କୁଦୃଷ୍ଟି ପଡିଛି । ଗାଁରେ ଜନ୍ମ ହେଉ ହେଉ କିଏ ଦୃଷ୍ଟିହୀନ ପାଲଟୁଛି ତ କିଏ ପୁଣି ଦିବ୍ୟାଙ୍ଗ ହେଉଛି । ପାଖାପାଖି ଦେଢବର୍ଷ ହେବ ଏପରି ହେଉଥିବାବେଳେ ସରକାରଙ୍କ ଯେପରି ନିଘା ନାହିଁ । ଏପରି ଏକ ହୃଦୟ ବିଦାରକ କାହାଣୀ ନୂଆପଡା ଜିଲ୍ଲା ବୋଡେନ ବ୍ଲକର ମାଲପଡା ଗ୍ରାମରେ ଦେଖିବାକୁ ମିଳିଛି।

ଭିଡିଓ ସୌଜନ୍ୟ: ପ୍ରତିନିଧି, ନୂଆପଡା

ସରକାର ଗର୍ଭବତୀ ମାଆ ଓ ନବଜାତଶିଶୁର ସୁରକ୍ଷା ପାଇଁ ଯୋଜନା ପରେ ଯୋଜନା କରୁଛନ୍ତି । ହେଲେ ଗାଁର ଏପରି ଦୃଶ୍ୟ ଦେଖିଲେ ଏହି ଦୁର୍ଦ୍ଦଶାକୁ କେହି ଦୃଷ୍ଟି ଦେଉନଥିବା ଦେଖିବାକୁ ମିଳିଛି । ଗତ ଦେଢବର୍ଷ ମଧ୍ୟରେ ଜନ୍ମନେଇଥିବା ନବଜାତ ଶିଶୁ ଦୃଷ୍ଟିଶକ୍ତି ହରାଇ ଜନ୍ମ ନେଇଛନ୍ତି । ଯାହାକି ମାଲପଡାର ମାଆଙ୍କୁ ଆତଙ୍କିତ କରିଦେଇଛି । ଜଣେ କିମ୍ବା ଦୁଇଜଣ ନୁହେଁ ଏକାଧିକ ନବଜାତ ଶିଶୁ ଏପରି ଭାବେ ଦୃଷ୍ଟିଶକ୍ତି ହରାଇଛନ୍ତି । ସେହିଭଳି ଆଉକିଛି ଶିଶୁ ଶାରୀରିକ ଭିନ୍ନକ୍ଷମ ହୋଇଛନ୍ତି । ସେପଟେ ଶିଶୁଙ୍କ ଏଭଳି ଅବସ୍ଥାଦେଖି ଗାଁରେ ଥିବା ଗର୍ଭବତୀ ମହିଳାଙ୍କ ମନରେ ଛନକା ପଶିଛି।

ଅନ୍ୟପଟେ ଏହା ଜଳବାୟୁ କିମ୍ବା ଖାଦ୍ୟ ଓ ଔଷଧରେ ଅନିୟମିତତା ଯୋଗୁଁ ହୋଇଥାଇ ପାରେ ପ୍ରସୂତୀ ବିଶେଷଜ୍ଞ ମତ ଦେଇଛନ୍ତି । ତେବେ ଏହା ଉପରେ କେବେ ସରକରାଙ୍କ ଦୃଷ୍ଟି ପଡୁଛି ତାହା ଦେଖିବାର କଥା।

ନୂଆପଡାରୁ ମୋତିଲାଲ ବାଗ୍‌, ଇଟିଭି ଭାରତ

Intro:Body:Conclusion:

For All Latest Updates

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.