ETV Bharat / state

ଶ୍ରଦ୍ଧାଳୁଙ୍କ ଗହଣରେ ସୁନାଦେଇଙ୍କ ଛତର ଯାତ୍ରା ସମ୍ପନ୍ନ, ରକ୍ତ ରଞ୍ଜିତ ହେଲା ମାଆଙ୍କ ପୀଠ

author img

By ETV Bharat Odisha Team

Published : Oct 29, 2023, 10:40 AM IST

Updated : Oct 29, 2023, 3:06 PM IST

ନୂଆପଡା ଜିଲ୍ଲାରେ ମାଆ ସୁନାଦେଇଙ୍କ ଛତର ଯାତ୍ରା ଅନୁଷ୍ଠିତ । ଲକ୍ଷ ଲକ୍ଷ ଭକ୍ତଙ୍କ ଗହଣରେ ହେଲା ଯାତ୍ରା । ଅଧିକ ପଢନ୍ତୁ

ଲକ୍ଷ ଲକ୍ଷ ଶ୍ରଦ୍ଧାଳୁଙ୍କ ଗହଣରେ ସୁନାଦେଇଙ୍କ ଛତର ଯାତ୍ରା ସମ୍ପନ୍ନ, ରକ୍ତ ରଞ୍ଜିତ ହେଲା ମାଆଙ୍କ ପୀଠ
ଲକ୍ଷ ଲକ୍ଷ ଶ୍ରଦ୍ଧାଳୁଙ୍କ ଗହଣରେ ସୁନାଦେଇଙ୍କ ଛତର ଯାତ୍ରା ସମ୍ପନ୍ନ, ରକ୍ତ ରଞ୍ଜିତ ହେଲା ମାଆଙ୍କ ପୀଠ
ଶ୍ରଦ୍ଧାଳୁଙ୍କ ଗହଣରେ ସୁନାଦେଇଙ୍କ ଛତର ଯାତ୍ରା ସମ୍ପନ୍ନ, ରକ୍ତ ରଞ୍ଜିତ ହେଲା ମାଆଙ୍କ ପୀଠ

ନୂଆପଡା: ନୂଆପଡ଼ା ଜିଲ୍ଲାର ଲାଲଗଡ଼ କୁହାଯାଉଥିବା ସୁନାବେଡ଼ା ଅଭୟାରଣ୍ୟରେ ବହୁ ପ୍ରସିଦ୍ଧ ଚକୋଟିଆ ଭୁଞ୍ଜିଆ ସମ୍ପ୍ରଦାୟର ଅଧିଷ୍ଠାତ୍ରୀ ଦେବୀ ମାଆ ସୁନାଦେଇଙ୍କ ଛତର ଯାତ୍ରା ହର୍ଷ ଉଲ୍ଲାସରେ ପାଳିତ ହୋଇଯାଇଛି । ଲକ୍ଷ ଲକ୍ଷ ଶ୍ରଦ୍ଧାଳୁଙ୍କ ଗହଣରେ ମାଆ ସୁନାଦେଇ କାଳିଶିି ଦେହରେ ଆବିର୍ଭାବ ହୋଇ ଆଦିମ ଜନଜାତି ଅଞ୍ଚଳ ଭ୍ରମଣ କରିଛନ୍ତି । ଶ୍ରଦ୍ଧାଳୁଙ୍କ ବୋଦା ବଳୀରେ ରକ୍ତ ରଞ୍ଜିତ ହୋଇଯାଇଥିଲା ମାଆଙ୍କ ପୀଠ ।

ନୂଆପଡ଼ା ଜିଲ୍ଲା ସୁନାବେଡ଼ା ଅଭୟାରଣ୍ୟରେ ସୁରକ୍ଷାକର୍ମୀଙ୍କ କଡ଼ା ସୁରକ୍ଷା ବଳୟରେ ଚକୋଟିଆ ଭୁଞ୍ଜିଆଙ୍କ ଦେବୀ ମାଆ ସୁନାଦେଇଙ୍କ ଛତର ଯାତ୍ରା ସମ୍ପନ୍ନ ହୋଇଯାଇଛି । ତେବେ ଲକ୍ଷ ଲକ୍ଷ ଶ୍ରଦ୍ଧାଳୁଙ୍କ ଉପସ୍ଥିତିରେ ଏହି ଯାତ୍ରା ସୁଚାରୁରୂପେ ଶେଷ ହୋଇଛି ।ମାନସିକ ପୂରଣଧାରୀ ଶ୍ରଦ୍ଧାଳୁ ମାନେ ଶହ ଶହ ସଂଖ୍ୟାରେ ମାଆଙ୍କୁ ମନ୍ଦାର ମାଳ, ବୋଦା ବଳୀ ଦେଇ ସନ୍ତୁଷ୍ଟ କରିଛନ୍ତି । ରକ୍ତ ରଞ୍ଜିତ ହୋଇ ପଡିଛି ମାଆଙ୍କ ପୀଠ ।

ଏହାମଧ୍ୟ ପଢନ୍ତୁ..ଛତର ଯାତ୍ରାରେ 2 ଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳ, ଗାଁରେ 144 ଧାରା

ତେବେ ବିଶ୍ବାସ ଅନୁଯାୟୀ, ମାଆଙ୍କୁ ଭକ୍ତିର ସହ ଡାକିଲେ ସବୁ ମନୋସ୍କାମନା ପୂରଣ ହୋଇଥାଏ । ଓ ମାନସିକ ପୂରଣ ପରେ ମାଆଙ୍କୁ ବଳି ଲଗାଇବା ପ୍ରଥା ପୂର୍ବପୁରୁଷରୁ ଚଳିଆସୁଛି । ଯେଉଁଥିପାଇଁ ଛତର ଯାତ୍ରା ବେଳେ ରକ୍ତରଞ୍ଜିତ ହୋଇପଡିଥାଏ ମାଆଙ୍କ ପୀଠ ।

ବହୁ ପ୍ରସିଦ୍ଧ ମାଆ ସୁନାଦେଇଙ୍କ ସାତ ଭଉଣୀ ରହିଛନ୍ତି । ସମଲେଶ୍ବରୀ, ଦ୍ୱାରସନୀ, ଇନ୍ଦ୍ରାଣୀ ଭଳି ମାଆମାନଙ୍କ ବିଭିନ୍ନ ନାମ ରହିଛି । ବିଭିନ୍ନ ଅଞ୍ଚଳର ଅଧିଷ୍ଠାତ୍ରୀ ଦେବୀ ରୂପେ ପୂଜା ପାଉଛନ୍ତି ଦେବୀ ମାଆଙ୍କ 7 ଭଉଣୀ । ଆଦିମ ଜନଜାତି ଚକୋଟିଆ ଭୁଞ୍ଜିଆଙ୍କ ଅଧିଷ୍ଠାତ୍ରୀ ଦେବୀ ଅଟନ୍ତି ମାଆ ସୁନାଦେଇ । ବର୍ଷକୁ ମାଆଙ୍କ 2 ଥର ଛତର ଯାତ୍ରା ହୋଇଥାଏ । ଚୈତ୍ରମାସରେ ଚୈତ୍ର ଛତର ଯାତ୍ରା ଏବଂ କୁମାର ପୂର୍ଣ୍ଣିମାରେ ଦଶହରା ଛତର ଯାତ୍ରା ପାଳିତ ହୋଇଥାଏ ।

ଏହାମଧ୍ୟ ପଢନ୍ତୁ..ସରିଲା ନୂଆପଡାର ପ୍ରସିଦ୍ଧ ଯୋଡି ଛତର ଯାତ୍ରା

ପ୍ରତିବର୍ଷ ଦଶହରା ଆମାବାସ୍ୟା ପ୍ରତିପଦା ତିଥିଠାରୁ ମାଆଙ୍କ ପୀଠରେ ମୁଖ୍ୟ ପୂଜକ ଦୀପ ପ୍ରଜ୍ଜ୍ୱଳନ କରି ଛତର ଯାତ୍ରା ପାଇଁ ଆହ୍ବାନ କରିଥାନ୍ତି । କୁମାର ପୂର୍ଣ୍ଣିମା ଛତର ଯାତ୍ରାରେ ମାଆ 484 ଟିକ୍ରି(ଗାଁ) ଗୌତିଆ ଗାଁ ମୁଖିଆଙ୍କଠାରୁ ବୋଦାବଳୀ ଖାଇଥାନ୍ତି । ଆଜିର ଦିନରେ 484 ଟିକ୍ରୀର ଗୌତିଆ ସେବାୟତ ମାନଙ୍କ ପ୍ରତିନିଧି ମାନେ ମାଆଙ୍କ ନିକଟରେ ନିଜ ନିଜର ଦୁଃଖ ଗୁହାରି କରିଥାଆନ୍ତି । ମାଆ ମଧ୍ୟ ଜଣ ଜଣ କରି ସମସ୍ତଙ୍କ ଗୁହାରି ଶୁଣି ଆଶୀର୍ବାଦ ଦେଇଥାନ୍ତି । କାହିଁ କେଉଁ ଆବାହନ କାଳରୁ ଏହି ପରମ୍ପରା ଚଲି ଆସିଛି ।

ଇଟିଭି ଭାରତ, ନୂଆପଡ଼ା

Last Updated : Oct 29, 2023, 3:06 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.