ETV Bharat / state

ଚିନ୍ଦାପଡାର ଚନ୍ଦ୍ର: ପକ୍ଷାଘାତ ପାଇଁ ଯନ୍ତ୍ରଣାରେ ପାଞ୍ଚ ପ୍ରାଣୀ - chandra hans suffers in paralysis

ନୂଆପଡା ଜିଲ୍ଲା ସିନାପାଲି ବ୍ଲକ ଚିନ୍ଦାପଡା ସାହିର ଚନ୍ଦ୍ର ହଂସ । ପରିବାରର ଏକମାତ୍ର ରୋଜଗାରକ୍ଷମ ବ୍ୟକ୍ତି ଏବେ ଶଯ୍ୟାଶାୟୀ । ଅଧିକ ପଢନ୍ତୁ...

chandra-hans-from-nuapada-district-suffers-in-paralysis
ଦାରିଦ୍ୟରେ ବନ୍ଧା ପଡିଛି ଚନ୍ଦ୍ରଙ୍କ ପକ୍ଷାଘାତ, ପେଟ ପୋଷୁଛନ୍ତି ନାବାଳିକା ଝିଅ
author img

By

Published : Mar 22, 2020, 11:45 PM IST

ନୂଆପଡା: ଦାରିଦ୍ର୍ୟ ସୀମା ରେଖା ତଳେ ବାସ କରୁଥିବା ଦୁଃଖୀ ହୀନ ଅସହାୟ ପରିବାରଙ୍କୁ ସରକାର ସହାୟତା ଯୋଗାଇ ଦେଉଥିବା ନେଇ ଡିଣ୍ଡିମ ପିଟୁଛନ୍ତି । ମାତ୍ର ନୂଆପଡା ଜିଲ୍ଲା ସିନାପାଲି ଚିନ୍ଦାପଡାର ପକ୍ଷାଘାତ ରୋଗୀ ଚନ୍ଦ୍ର ହଂସଙ୍କ ପାଖରେ ସରକାରଙ୍କ ସବୁ ଯୋଜନା ଅପହଞ୍ଚ ।

ଜିଲ୍ଲା ସିନାପାଲି ବ୍ଲକ ଚିନ୍ଦାପଡା ସାହିର ଚନ୍ଦ୍ର ହଂସ । ପରିବାର ଏକମାତ୍ର ରୋଜଗାରକ୍ଷମ ବ୍ୟକ୍ତି ଏବେ ଶଯ୍ୟାଶାୟୀ । ପକ୍ଷାଘାତ ରୋଗରେ ପିଡିତ ଚନ୍ଦ୍ରଙ୍କର ଘର ଜମିବାଡି କହିଲେ ପୋଖରୀ ହୁଡାରେ ଥିବା ଏହି ଛପର ଘର ଖଣ୍ଡେ । ସ୍ତ୍ରୀ ନାର୍ଲେ ହଂସ ଶାରିରୀକ ଭାବେ ଅକ୍ଷମ । ଆଉ ତା ସାଙ୍ଗରେ ଚାରି ନାବାଳିକା ଝିଅ । ତେବେ ଚନ୍ଦ୍ରଙ୍କ ଏହି ଦାରିଦ୍ର୍ୟରେ ତାଙ୍କ ପକ୍ଷଘାତ ରୋଗ ଯେମିତି ବୋଝ ଉପରେ ନଳିତା ବିଡା ପରି । ଆଉ ଅଭାବ ଅନଟନ ମଧ୍ୟରେ ରୋଗୀଣା ଚନ୍ଦ୍ର ଦୁଃଖ ଯନ୍ତ୍ରଣାରେ ନିଜ ଜୀବନ ସହ ସଂଗ୍ରାମ କରୁଛନ୍ତି ।

ଚିନ୍ଦାପଡାର ଚନ୍ଦ୍ର: ପକ୍ଷାଘାତ ପାଇଁ ଯନ୍ତ୍ରଣାରେ ପାଞ୍ଚ ପ୍ରାଣୀ

ତେବେ ଚନ୍ଦ୍ର ସୁସ୍ଥ ଥିଲାବେଳେ ଜଣେ ଶ୍ରମିକ ଭାବରେ କାମ କରି ସ୍ବଳ୍ପ ରୋଜଗାର କରୁଥିଲେ । ମାତ୍ର ରୋଜଗାରିଆ ଚନ୍ଦ୍ର ପକ୍ଷାଘାତ ରୋଗରେ ପୀଡିତ ହେବା ପରେ ଦୁଃଖ ଯନ୍ତ୍ରଣା ଦ୍ବିଗୁଣିତ ହୋଇଯାଇଛି । ଖାଇବାକୁ ଆହାର ଏବଂ ବାପାଙ୍କ ଚିକିତ୍ସା ପାଇଁ ଦୁଇ ନାବାଳିକା ଶିଶୁକନ୍ୟା ଗାୟତ୍ରୀ ଓ ସୁମତି ଦୁଇଭଉଣୀ ପାଠପଢ଼ାରେ ଡୋରି ବାନ୍ଧି ଅନ୍ୟ ଘରେ କାମ କରି ପରିବାର ଚଳାଉଛନ୍ତି । ଏବେ ଦୁଇଭଉଣୀ ସରକାରୀ ସହାୟତା ପାଇଁ ଆକୁଳ ନିବେଦନ କରିଛନ୍ତି ।

ସେପଟେ ଦାରିଦ୍ର୍ୟ ସୀମା ରେଖା ତଳେ ଥିବା ଲୋକଙ୍କ ପାଇଁ ସରକାରଙ୍କ ବିଡା ବିଡା ଯୋଜନା ଚନ୍ଦ୍ରଙ୍କ ପାଖରେ ଯେମିତି ଅର୍ଥ ହୀନ । ପରିବାରରେ ଦୁଇ ଦୁଇ ଜଣ ଅକ୍ଷମ ବ୍ୟକ୍ତି ପାଇଁ ନାହିଁ କୌଣସି ଭିନ୍ନକ୍ଷମ ଭତ୍ତା । ନା ଅଛି ଇନ୍ଦିରା ଆବାସ ନା ଅଛି ରାସନ ଚାଉଳ । ତେବେ ଅସହାୟ ଚନ୍ଦ୍ରଙ୍କ ଦୁଃଖ ବିଷୟରେ ଆମେ ସ୍ଥାନୀୟ ସିନାପାଲି ବିଡିଓଙ୍କ ସହ ଆଲୋଚନା କରିଥିଲୁ । ତେବେ ଏନେଇ ଖୁବ୍‌ ଶୀଘ୍ର ଚନ୍ଦ୍ରଙ୍କୁ ସହାୟତା କରାଯିବ ବୋଲି ବିଡିଓ ପ୍ରତିଶୃତି ଦେଇଛନ୍ତି । ତେବେ ଦେଖିବାକୁ ବାକି ରହିଲା ବିଡ଼ିଓଙ୍କ ପ୍ରତିଶ୍ରୁତି କେବେ ପୂରଣ ହେଉଛି ।

ନୂଆପଡାରୁ ମୋତିଲାଲ ବାଗ୍‌, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.