ETV Bharat / state

ପେନସନ ଟଙ୍କା ପାଇଁ 120ବର୍ଷିୟା ମା'କୁ ଖଟିଆରେ ଟାଣି ବ୍ୟାଙ୍କ ନେଲା ଝିଅ - nuapada news

ଜନଧନ ଯୋଜନାରେ ଜଣେ ଶତାୟୁ ମହିଳାଙ୍କ ବ୍ୟାଙ୍କ ଖାତାକୁ ଆସିଥିଲା ଟଙ୍କା । ହେଲେ ସଂପର୍କୀୟଙ୍କୁ ଟଙ୍କା ଦେଲେନି ବ୍ୟାଙ୍କ ମ୍ୟାନେଜର । ସେଥିପାଇଁ ବୃଦ୍ଧାଙ୍କ ଝିଅ ମାକୁ ଖଟିଆରେ ଟାଣିଟାଣି ନେଇ ଟଙ୍କା ଆଣିଥିବା ଦେଖିବାକୁ ମିଳିଛି । ଏପରି ଦୁଃଖଦ ଘଟଣା ଦେଖିବାକୁ ମିଳିଛି ନୂଆପଡା ଖଡିଆଳ ବ୍ଲକ ଅନ୍ତର୍ଗତ ବରଗାଁରେ । ଅଧିକ ପଢନ୍ତୁ...

ସଂପର୍କୀୟଙ୍କୁ ମିଳିଲାନି ସହାୟତା ଟଙ୍କା, 120 ବର୍ଷିଆ ମାଆଙ୍କୁ ଖଟିଆରେ ଟାଣି ବ୍ୟାଙ୍କ ନେଲା ଝିଅ

author img

By

Published : Jun 14, 2020, 7:15 AM IST

Updated : Jun 14, 2020, 7:33 AM IST

ନୂଆପଡା: ଜନଧନ ଯୋଜନାରେ ଜଣେ ଶତାୟୁ ମହିଳାଙ୍କ ବ୍ୟାଙ୍କ ଖାତାକୁ ଆସିଥିଲା ଟଙ୍କା । ହେଲେ ସଂପର୍କୀୟଙ୍କୁ ଟଙ୍କା ଦେଲେନି ବ୍ୟାଙ୍କ ମ୍ୟାନେଜର । ସେଥିପାଇଁ ବୃଦ୍ଧାଙ୍କ ଝିଅ ମାକୁ ଖଟିଆରେ ଟାଣିଟାଣି ନେଇ ଟଙ୍କା ଆଣିଥିବା ଦେଖିବାକୁ ମିଳିଛି । ଏପରି ଦୁଃଖଦ ଘଟଣା ଦେଖିବାକୁ ମିଳିଛି ନୂଆପଡା ଖଡିଆଳ ବ୍ଲକ ଅନ୍ତର୍ଗତ ବରଗାଁରେ । ଯାହା ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ।

ପେନସନ ଟଙ୍କା ପାଇଁ 120ବର୍ଷିୟା ମା'କୁ ଖଟିଆରେ ଟାଣି ବ୍ୟାଙ୍କ ନେଲା ଝିଅ

ସୂଚନା ଅନୁସାରେ, ବରଗାଁର ଲବେ ବାଗ(120 ବର୍ଷ)ଙ୍କ ବ୍ୟାଙ୍କଖାତାକୁ ଜନଧନ ଯୋଜନାରେ 1500 ଟଙ୍କା ଆସିଥିଲା । ତାଙ୍କ ଝିଅ ବାରମ୍ବାର ବ୍ୟାଙ୍କ ଯାଇ ଟଙ୍କା ଆଣିବାକୁ ଉଦ୍ୟମ କରିଥିଲେ ମଧ୍ୟ ବ୍ୟାଙ୍କ ମ୍ୟାନେଜର ତାଙ୍କୁ ଟଙ୍କା ଦେବାକୁ ମନାକରିଥିଲେ, କେବଳ ଲବେ ବାଗ ଆସିଲେ ହିଁ ଟଙ୍କା ଉଠାଣ ହୋଇପାରିବ ବୋଲି ସେ ଜଣାଇଥିଲେ । ଝିଅ ଓ ତାଙ୍କ ସ୍ବାମୀ ମଧ୍ୟ ବୟସ୍କ ହୋଇଥିବାରୁ ସେମାନେ କେବଳ ଭତ୍ତା ଟଙ୍କା ଉପରେ ନିର୍ଭର କରି ଚଳିଥାନ୍ତି ।

ପରିବାର ବେଶ ଗରିବ ହୋଇଥିବା ଅର୍ଥର ନିହାତି ଆବଶ୍ୟକ ରହିଥିଲା, ତେଣୁ ଝିଅ ପୁଞ୍ଜିମତି ସିକ୍କା (60) ବାଧ୍ୟ ହୋଇ ନିଜ ଶଯ୍ୟାଶାୟୀ ମା ଲବେ ବାଗଙ୍କୁ ଏକ ଦଉଡିଖଟିଆରେ ପକାଇ ଘରୁ ଟାଣିଟାଣି 400 ମିଟର ଦୂରରେ ଥିବା ଉତ୍କଳ ଗ୍ରାମ୍ୟ ବ୍ୟାଙ୍କକୁ ଆଣିଥିଲେ । ଯେଉଁ ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ପ୍ରତିକ୍ରିୟା ପ୍ରକାଶ ପାଇଛି । ଏହି ଘଟଣାରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସ୍ବତନ୍ତ୍ର ରିଲିଫ କମିଶନର ପ୍ରଦୀପ ଜେନା ଅର୍ଥ ସଚିବ ଓ ନୂଆପଡା ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ।

ନୂଆପଡାରୁ ମୋତିଲାଲ ବାଗ, ଇଟିଭି ଭାରତ

Last Updated : Jun 14, 2020, 7:33 AM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.