ନୂଆପଡା: ନୂଆପଡାରେ ବିଜେଡି ବିଜୟ । ନୂଆପଡା ଜିଲ୍ଲା କୋମନା ବ୍ଲକ୍ ଜୋନ୍ ନମ୍ବର ୨ର ଉପ ନିର୍ବାଚନରେ ବିଜେଡି ପ୍ରାର୍ଥୀ ଅବନୀ ରଞ୍ଜନ ଯୋଶୀ ବିଜୟୀ ହୋଇଛନ୍ତି ।

ଅବନୀ ରଞ୍ଜନ ଯୋଶୀ ୧୬୦୧୭ ଖଣ୍ଡ ଭୋଟ ପାଇ ବିଜୟୀ ହୋଇଥିବାବେଳେ ବିଜେପି ପ୍ରାର୍ଥୀ ବୁଲୁ ପଣ୍ଡା ୫୩୯୩ ଖଣ୍ଡ ଭୋଟ ପାଇଛନ୍ତି । ବିଜେପି ପ୍ରାର୍ଥୀଙ୍କୁ ୧୦୬୨୪ ଖଣ୍ଡ ଭୋଟରେ ହରାଇ ବିଜେଡି ପ୍ରାର୍ଥୀ ଅବନୀ ରଞ୍ଜନ ଯୋଶୀ ବିଜୟୀ ହୋଇଛନ୍ତି ।
ନୂଆପଡାରୁ ମୋତିଲାଲ୍ ବାଗ, ଇଟିଭି ଭାରତ