ETV Bharat / state

ବିଜୁ ସ୍ବାସ୍ଥ୍ୟ ଯୋଜନା ବାଟବଣା; ପାଞ୍ଚବର୍ଷରୁ ସହାୟତା ଅପେକ୍ଷାରେ ପ୍ରମିଳା

ବାଟବଣା ବିଜୁସ୍ବାସ୍ଥ୍ୟ କଲ୍ୟାଣ ଯୋଜନା । ପାଞ୍ଚବର୍ଷ ହେଲା ଅସହାୟ ଜୀବନ ବିତାଉଛନ୍ତି ପ୍ରମିଳା । ନା ମିଳିଛି ଭିନ୍ନକ୍ଷମ ଭତ୍ତା ନା ମିଳିଛି ବିଜୁ ଆବାସ ଯୋଜନା । ନା ପାଇଛନ୍ତି ସ୍ବାସ୍ଥ୍ୟ ସେବା... ଏବେ ସହାୟତା ଅପେକ୍ଷାରେ ବିତାଉଛନ୍ତି ଅବଶିଷ୍ଟ ଜୀବନ ।

ଡିଜାଇନ ଫଟୋ
author img

By

Published : Jul 29, 2019, 7:08 PM IST

ନୂଆପଡା: ନିଜ ନାଗରିକଙ୍କୁ ଉତ୍ତମ ସ୍ବାସ୍ଥ୍ୟ ସେବା ଯୋଗାଇଦେବା ପାଇଁ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ମାଳମାଳ ସ୍ବାସ୍ଥ୍ୟ ସେବା ଯୋଜନା କରିଛନ୍ତି । ହେଲେ ସବୁ ଯୋଜନା ଏବେ ବାଟବଣା । ରାଜ୍ୟ ସରକାର ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା ପ୍ରଣୟନ କରି ପ୍ରଚାରରେ କେବଳ ଶହଶହ କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି । ଯଦି ପ୍ରଚାର ବଦଳରେ ଏହି ଟଙ୍କା ନିରୀହ ଅସହାୟ ସ୍ବାସ୍ଥ୍ୟସେବାରୁ ବଞ୍ଚିତ ଲୋକଙ୍କୁ ପ୍ରଦାନ କରାଯାଆନ୍ତା ଅନେକ ଅସହାୟ ଲୋକ ସହାୟତା ପାଇପାରନ୍ତେ ।

ଭିଡିଓ ସୌଜନ୍ୟ: ପ୍ରତିନିଧି, ନୂଆପଡା

ପୁଣି ସବୁଠାରୁ ଗୁରୁତ୍ବପୂର୍ଣ୍ଣ କଥା ହେଲା ବିଜୁ ସ୍ବାସ୍ଥ୍ୟ ସେବା ଯୋଜନାରେ ମହିଳାଙ୍କୁ ସର୍ବାଧିକ 10ଲକ୍ଷ ଟଙ୍କା ପର୍ଯ୍ୟନ୍ତ ସହାୟତା ଯୋଗାଇଦେବାର ବ୍ୟବସ୍ଥା ଥିଲେ ମଧ୍ୟ କୌଣସି ଜଣେ ହେଲେ ପ୍ରକୃତ ହିତାଧିକାରୀ ଏହାର ଲାଭ ପାଉ ନାହାନ୍ତି । ଯାହା ଯୋଜନାର ଉଦ୍ଦେଶ୍ୟକୁ ନେଇ ଏବେ ବିରାଟ ବଡ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ସାମାନ୍ୟ ଚିକିତ୍ସା ସୁବିଧା ନପାଇ ଜଣେ ମା ଆଜିକୁ ପାଞ୍ଚ ବର୍ଷ ହେଲା ଅତି ଦୟନୀୟ ଭାବେ କଷ୍ଟ ଦାୟକ ଜୀବନ ଯାପନ କରୁଛନ୍ତି । ଯାହା ସରକାରଙ୍କ ଚିକିତ୍ସା ବ୍ୟବସ୍ଥାଓ ଯୋଜନା ପାଇଁ ଶକ୍ତ ଧକ୍କା ।

ଏମିତି ଜଣେ ଅସହାୟ ମହିଳା ହେଉଛନ୍ତି ନୂଆପଡା ଜିଲ୍ଲା ବୋଡେନ ବ୍ଲକ ପଲେନବସା ଗାଁର ମଙ୍ଗଲ ସିଂ ରାଉତଙ୍କ ସ୍ତ୍ରୀ ପ୍ରମିଳା ରାଉତ । ପ୍ରମିଳା ଆଜକୁ ପାଞ୍ଚବର୍ଷ ହେବ ଅଜଣା ରୋଗରେ ଆକ୍ରାନ୍ତ ହୋଇଥିଲେ । ଧୀରେ ଧୀରେ ରୋଗ ବଢିବାରୁ ତାଙ୍କୁ ପ୍ରଥମେ ବୋଡେନ, ଭବାନୀପାଟଣା, ନୂଆପଡା ଓ ସୋନପୁରକୁ ନେଇ ଚିକିତ୍ସା କରାଇଥିଲେ ହେଲେ ପ୍ରମିଳା ଭଲ ହେବା ପରିବର୍ତ୍ତେ ଆହୁରି ଦୁର୍ବଳ ହେବା ସହ ହାତ ଗୋଡ ଦୁର୍ବଳ ହୋଇ ସରୁ ହୋଇଗଲା । ଯାହା ପ୍ରମିଳାଙ୍କୁ ଏକ ପ୍ରକାର ପଙ୍ଗୁ କରିଦେଇଛି । ଗରିବ ଖଟିଖିଆ ମଙ୍ଗଲ ସିଂ ରାଉତ ପତ୍ନୀଙ୍କୁ ଉଚ୍ଚତର ଚିକିତ୍ସା କରାଇବା ପାଇଁ ପ୍ରଶାସନକୁ ନେହୁରା ହେଉଥିଲେ ମଧ୍ୟ କୌଣସି ସହାୟତା ପାଇନାହାନ୍ତି ।

ପ୍ରମିଳା ଙ୍କୁ ମାଗଣାରେ ଚିକିତ୍ସା ଏବଂ ସରକାରୀ ସହାୟତା ଯୋଗାଇଦେବା ପାଇଁ ଆମେ ପହଞ୍ଚିଥିଲୁ ବୋଡେନ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ଏବଂ ବୋଡେନ ବିଡିଓଙ୍କ ପାଖରେ । ପ୍ରମିଳାଙ୍କୁ ସହାୟତା କରିବା ପାଇଁ ଉଭୟ ଅଧିକରୀ ସହାୟତାର ପ୍ରତିଶୃତି ଦେଇଛନ୍ତି । ପୀଡ଼ିତା ପ୍ରମିଳାଙ୍କୁ ସ୍ବାସ୍ଥ୍ୟ କର୍ମୀଙ୍କ ସହାୟତାରେ ଆଣି ସମସ୍ତ ପ୍ରକାର ସ୍ବାସ୍ଥ୍ୟ ପରୀକ୍ଷା କରାଯିବ ଓ ଆବଶ୍ୟକ ଚିକିତ୍ସା ପାଇଁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠାଇବେ ବୋଲି କହିଛନ୍ତି ଡାକ୍ତର ଆର ଏସ ନବୀନ କୁମାର ।

ସେହିଭଳି ପ୍ରମିଳା ରାଉତଙ୍କୁ ଶାରୀରିକ ଭିନ୍ନକ୍ଷମ ହୋଇଥିବାରୁ ତାଙ୍କୁ ଭିନ୍ନକ୍ଷମ ଭତ୍ତା ପ୍ରଧାନ ମନ୍ତ୍ରୀ ଆବାସଗୃହ ଯୋଗାଇଦେବେ ବୋଲି ବୋଡେନ ବିଡିଓ ପୂର୍ଣ୍ଣଚନ୍ଦ୍ର ଭୋଇ ପ୍ରତିଶ୍ରୁତି ଦେଇଛନ୍ତି ।

ନୂଆପଡାରୁ ମୋତିଲାଲ ବାଗ, ଇଟିଭି ଭାରତ

Intro:Body:

NUAPADA

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.