ETV Bharat / state

ମାଉସୀ ଘରେ ଲୀଳାଖେଳା ସାରି ରତ୍ନବେଦୀ ପହଞ୍ଚିଲେ ମହାବାହୁ - ବାହୁଡା

ନବଦିନାତ୍ମକ ଯାତ୍ରା ସାରି ଜନ୍ମବେଦୀରୁ ରତ୍ନବେଦୀକୁ ଫେରିଛନ୍ତି ଚତୁର୍ଦ୍ଧା ମୂର୍ତ୍ତି । ମାଉସୀ ମା’, ଆଖିରୁ ଲୋତକ ବୁହାଇ ବିଦାୟ ଦେଇଛନ୍ତି ଭାଇ ଭଉଣୀଙ୍କୁ । ଅପେକ୍ଷା ପୁଣି ଆର ବର୍ଷକୁ । ଏ ଅପୂର୍ବ ଦୃଶ୍ୟ ହେଉଛି ସିନାପାଲି ସହରର ।

ଫଟୋ ସୌଜନ୍ୟ: ପ୍ରତିନିଧି, ନୂଆପଡା
author img

By

Published : Jul 13, 2019, 5:18 AM IST

ନୂଆପଡା: ନବଦିନାତ୍ମକ ଯାତ୍ରା ସାରି ଜନ୍ମବେଦୀରୁ ରତ୍ନବେଦୀକୁ ଫେରିଛନ୍ତି ଚତୁର୍ଦ୍ଧା ମୂର୍ତ୍ତି । ମାଉସୀ ମା’, ଆଖିରୁ ଲୋତକ ବୁହାଇ ବିଦାୟ ଦେଇଛନ୍ତି ଭାଇ ଭଉଣୀଙ୍କୁ । ଅପେକ୍ଷା ପୁଣି ଆର ବର୍ଷକୁ । ଏ ଅପୂର୍ବ ଦୃଶ୍ୟ ହେଉଛି ସିନାପାଲି ସହରର । ଯେଉଁଠାରେ ମାଉସୀ ମା’ ମନ୍ଦିରରୁ ବାହାରି ଭକ୍ତଙ୍କ ଭିଡରେ ପୁଣି ରତ୍ମବେଦୀରେ ପହଞ୍ଚିଛନ୍ତି କାଳିଆ ସାଆନ୍ତେ ।

ପୁରୀ ରଥଯାତ୍ରା ନୀତିକାନ୍ତିରେ ଏଠାରେ ଦୀର୍ଘ ବର୍ଷ ଧରି ପାଳନ ହୋଇ ଆସୁଛି ରଥଯାତ୍ରା । ପୁରୀ ଗଜପତି ମହାରାଜା ସିନାପାଲି ଶ୍ରୀମନ୍ଦିରର ଶୁଭ ଦେବା ପରଠାରୁ ଏଠାରେ ପାଳନ ହୋଇ ଆସୁଛି ଘୋଷଯାତ୍ରା । ତେବେ ଏଠାକାର ରଥଯାତ୍ରାକୁ ନେଇ ରହିଛି କିଛି ନିଆରା ପରମ୍ପରା । ଯାହା ଅନୁଯାୟୀ ଦେବୀ ସୁଭଦ୍ରାଙ୍କ ରଥକୁ କେବଳ ମହିଳାମାନେ ଟାଣିଥାନ୍ତି ।

ଭିଡିଓ ସୌଜନ୍ୟ: ପ୍ରତିନିଧି, ନୂଆପଡା

ତେବେ ଭକ୍ତଙ୍କ ଭିଡରେ ବେଶ ଆଡମ୍ବରର ସହ ଘର ବାହୁଡିଛନ୍ତି ମହାବାହୁ । ଘଣ୍ଟ ଘଣ୍ଟା ଓ ଶଙ୍ଖର ଧ୍ବନୀରେ ପ୍ରକମ୍ପିତ ହୋଇ ଉଠିଥିଲା ସାରା ପରିବେଶ । ତେଣେ ବର୍ଷକୁ ଥରେ ମହାବାହୁଙ୍କୁ ମନ୍ଦିର ବାହାରେ ଦର୍ଶନ କରିବାର ସୁଯୋଗ ପାଇ ଖୁସିରେ ବିଭୋର ହୋଇ ଉଠିଥିଲେ ଶ୍ରଦ୍ଧାଳୁ ।

ବାହୁଡା ଯାତ୍ରାକୁ ନେଇ ଭକ୍ତଙ୍କ ପ୍ରବଳ ଭିଡ ରହିଥିବାରୁ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯାଇଛି । ଏଥିସହ ଟ୍ରାଫିକ ନିୟନ୍ତ୍ରଣ ପାଇଁ ବ୍ୟାପକ ପୋଲିସ ଫୋର୍ସ ମୁତୟନ କରାଯାଇଥିବା ସିନାପାଲି ଥାନା ଆଇଆଇସି ସୂଚନା ଦେଇଛନ୍ତି ।

ନୂଆପଡାରୁ ମୋତିଲାଲ ବାଗ, ଇଟିଭି ଭାରତ

Intro:Jagatsinghpur Body:Jagatsinghpur Conclusion:Jagatsinghpur
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.