ନୂଆପଡା : ନୂଆପଡା ଜିଲ୍ଲା ଖଡ଼ିଆଳ ସ୍ଥିତ ଶିଶୁ ବିକାଶ କାର୍ଯ୍ୟାଳୟ ସମ୍ମୁଖରେ ଅଙ୍ଗନବାଡି କର୍ମୀ ଗଣଧାରଣା ଓ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି । ଅଲ ଓଡିଶା ଅଙ୍ଗନବାଡି ଲେଡିଜ ୱାର୍କସ ଆସୋସିଏସନ ଡାକରାରେ 8 ଦଫା ଦାବି ନେଇ ଏହି ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି । ଗତ ୨୧ ତାରିଖରୁ ସମନ୍ବିତ ଶିଶୁ ବିକାଶ ଅଧିକାରୀଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଗଣଧାରଣା ଦେଇ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି ।
ଏ ସମ୍ପର୍କରେ ଅଙ୍ଗନବାଡ଼ି କର୍ମଚାରୀ କହିଛନ୍ତି, ''ଗତ ୨୧ ତାରିଖରୁ ସରକାରଙ୍କ ପାଖରେ ଆମେ ୮ଦଫା ଦାବି ଉପସ୍ଥାପନା କରିଆସିଛୁ । କିନ୍ତୁ ଆଜିକୁ 7ଦିନ ହେଲାଣି ସରକାର ଆମର କୌଣସି ଦାବି ପୂରଣ କରୁନାହାଁନ୍ତି । କି ଆମ ସହିତ କିଛି ଆଲୋଚନା ବି କରୁନାହାଁନ୍ତି । ଏଥିପାଇଁ ଆମେ ଆନ୍ଦୋଳନ ଜାରୀ ରଖିଛୁ । ଯେତେ ଦିନ ପର୍ଯ୍ୟନ୍ତ ସରକାର ଆମ ଦାବି ପୂରଣ ନକରିଛନ୍ତି ସେତେ ଦିନ ପର୍ଯ୍ୟନ୍ତ ଏହି ଆନ୍ଦୋଳନ ଚାଲିବ । କୌଣସି ପରିସ୍ଥିତିରେ ବି ଅଙ୍ଗନବାଡ଼ି କେନ୍ଦ୍ରର ତାଲା ଖୋଲାଯିବ ନାହିଁ । ଆଉ କୌଣସି ପ୍ରକାରର ରାଜ୍ୟ ସରକାରଙ୍କ କାମରେ ହାତ ବି ଦେବୁ ନାହିଁ । ଆମକୁ ଯେତେ ପର୍ଯ୍ୟନ୍ତ ସରକାରୀ ମାନ୍ୟତା ଦିଆଯାଇନି । ଏହାସହ ମାସିକ ୧୮ ହଜାର ଦରମା କରାଯାଉ ଏଭଳି ବିଭିନ୍ନ ଦାବି ନେଇ ଆଜି ଆନ୍ଦୋଳନରେ ବସିଛନ୍ତି ଅଙ୍ଗନବାଡ଼ି କର୍ମୀ ।
ଏହାମଧ୍ୟ ପଢ଼ନ୍ତୁ.ଅଙ୍ଗନୱାଡି କର୍ମୀଙ୍କ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଘେରାଉ
ସେହିପରି ଯେଉଁ ନୂତନ ଶିକ୍ଷାନୀତି ହେଉଛି ସେଥିରେ ଆମକୁ ଶିକ୍ଷୟିତ୍ରୀର ମାନ୍ୟତା, ସୁପରଭାଇଜରର ପ୍ରମୋସନ, ଅବସର ନେଉଥିବା ଅଙ୍ଗନବାଡ଼ି କର୍ମୀଙ୍କୁ ୫ଲକ୍ଷ ଦିଆଯାଉ, ମାସିକ ୫ ହଜାର ଟଙ୍କା ଭତ୍ତା ଦିଆଯାଉ, ଏସଏମପି ଦର ବୃଦ୍ଧି କରାଯାଉ । ଯଦି ସରକାର ଆମ ଏସଏମପି ଦର ବୃଦ୍ଧି କରି ନପାରନ୍ତି ତାହାଲେ ପ୍ରତ୍ୟେକ ଅଙ୍ଗନବାଡି କର୍ମୀଙ୍କ ପାଇଁ ଏକ ସୁଲଭ ଦୋକାନ ଖୋଲିଦିଆଯାଉ । ତେଣୁ ଯେ ପର୍ଯ୍ୟନ୍ତ ଆମ ଦାବି ପୂରଣ ନହେବ ଅଙ୍ଗନବାଡ଼ିରେ ଏହିଭଳି ତାଲା ଝୁଲି ରହିବ ।''
ଇଟିଭି ଭାରତ, ନୂଆପଡା