ନୂଆପଡା: ଖଡ଼ିଆଳ ଥାନା ଖାସବାହାଲ ଗ୍ରାମପଞ୍ଚାୟତ ରାଜପୁର ଗାଁର 14 ଜଣ ଶ୍ରମିକଙ୍କ ଆକୁଳ ନିବେଦନ । କୋରୋନାର ମୁକାବିଲା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶବ୍ୟାପୀ 21 ଦିନିଆ ଲକ ଡାଉନ ଘୋଷଣା କରିଛନ୍ତି । ଯେଉଁଥିପାଇଁ ବିଦେଶରେ ଫସି ରହିଛନ୍ତି ବହୁ ଶ୍ରମଜିବୀ । ଯାହାଙ୍କୁ ଉଦ୍ଧାର କରିବାରେ ଲାଗି ପଡ଼ିଛନ୍ତି ଓଡିଶା ସରକାର ।
ତଥାପି ନୂଆପଡା ଜ଼ିଲ୍ଲାର 14ଜଣ ଶ୍ରମିକ ଜାମସେଦପୁର ଟାଟା ନଗର ଠାରେ ଫସିରହିଥିବା ଜଣାପଡିଛି । ଲକଡାଉନରେ ଫସି ରହିଥିବା ଏହି ଶ୍ରମିକ ମାନକୁ ମୁକ୍ତ କରିବା ପାଇଁ ସେମାନେ ଏକ ଭିଡ଼ିଓ ଜାରି କରିଛନ୍ତି । ଯେଉଁ ଥିରେ ତୁରନ୍ତ ଉଦ୍ଧାର କରିବା ପାଇଁ ମୁଖ୍ୟ ମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଆକୁଳ ନିବେଦନ କରିଛନ୍ତି ।
ନୂଆପଡ଼ାରୁ ମୋତିଲାଲ ବାଗଙ୍କ ରିପୋର୍ଟ, ଇଟିଭି ଭାରତ