ETV Bharat / state

ଦଳିତଙ୍କୁ ଅତ୍ୟାଚାର ପ୍ରତିବାଦରେ ବିକ୍ଷୋଭ, ପୋଲିସ-ଜନତା ଧସ୍ତାଧସ୍ତି - protest in nuapada

ନୂଆପଡା ଜିଲ୍ଲା ଆଦିବାସୀ କଲ୍ୟାଣ ସଂଘ ଜିଲ୍ଲା ଦଳିତ ଅଧିକାର ମଞ୍ଚ ମିଳିତ ଭାବରେ ଶନିବାର ସିନାପାଲି ବିଇଓ ଅଫିସ ଏବଂ ସିନାପାଲି ଥାନା ଘେରାଉ କରି ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି ।

adivasi association and dalit right forum protest in nuapada
ଦଳିତଙ୍କୁ ଅତ୍ୟାଚାର ପ୍ରତିବାଦରେ ବିକ୍ଷୋଭ, ପୋଲିସ-ଜନତା ଧସ୍ତାଧସ୍ତି
author img

By

Published : Mar 6, 2020, 10:24 PM IST

ନୂଆପଡା: ବିଭିନ୍ନ ଦାବି ନେଇ ଜିଲ୍ଲା ଆଦିବାସୀ ସଂଘ ଓ ଦଳିତ ଅଧିକାର ମଞ୍ଚ ମିଳିତ ଭାବେ ସିନାପାଲି ବିଇଓ ଥାନା ଘେରାଉ କରିଛନ୍ତି । ପ୍ରଥମେ ଶହଶହ ଲୋକେ ସ୍ଥାନୀୟ ଯୋଗେନ ପଦର ଛକରୁ ଏକତ୍ରିତ ହେବାପରେ ଏକ ବିଶାଳ ଶୋଭାଯାତ୍ରାରେ ବାହାରି ସିନାପାଲି ବିଇଓ କାର୍ଯ୍ୟାଳୟକୁ ଧସେଇ ପଶି ବିକ୍ଷୋଭ ପ୍ରଦର୍ଶନ କରିଥିଲେ ।

ଦଳିତଙ୍କୁ ଅତ୍ୟାଚାର ପ୍ରତିବାଦରେ ବିକ୍ଷୋଭ, ପୋଲିସ-ଜନତା ଧସ୍ତାଧସ୍ତି

ପରେ ସିନାପାଲି ଥାନା ସମ୍ମୁଖରେ ବିଭିନ୍ନ ସ୍ଲୋଗାନ ଦେଇ ଥାନା ଘେରାଉ କରିଥିଲେ । କୁସୁମଜୋର ରାଧାକୃଷ୍ଣ ଉଚ୍ଚ ବିଦ୍ୟାଳୟ ଦଶମ ଶ୍ରେଣୀ ଛାତ୍ରୀ ଗର୍ଭବତୀ ଘଟଣା, ଦରଲୀପଡା ସେବାଶ୍ରମ ନବମ ଶ୍ରେଣୀ ଛାତ୍ର ମୃତ୍ୟୁ ଘଟଣା ଏବଂ କୁକୁରିମୁଣ୍ଡି ଅଷ୍ଟମ ଶ୍ରେଣୀ ଛାତ୍ରୀ ଆତ୍ମହତ୍ୟା ଘଟଣାରେ ସଂପୃକ୍ତ ଶିକ୍ଷକ ମାନଙ୍କୁ ଚାକିରିରୁ ନିଲମ୍ବନ ଏବଂ ଗିରଫ ଦାବିରେ ଏହି ବିକ୍ଷୋଭ ପ୍ରଦର୍ଶନ କରାଯାଇଛି ।

ସେବାଶ୍ରମ ବିଦ୍ୟାଳୟ ଗୁଡିକରେ କାର୍ଯ୍ୟରତ ଶିକ୍ଷକ ନିରୀହ ଆଦିବାସୀ ଦଳିତ ଛାତ୍ରୀ ମାନଙ୍କ ଜୀବନ ସହ ଖେଳ ଖେଳୁଛନ୍ତି । ଅକଥନୀୟ ନିର୍ଯ୍ୟାତନା ଦେବାସହ ଦୁଷ୍କର୍ମ ହତ୍ୟା ଭଳି ଜଘନ୍ୟ କାଣ୍ଡ ଭିଆଉଛନ୍ତି ବୋଲି ସଂଘ କହିଥିଲା । ଅପରପକ୍ଷେ ପୋଲିସ ପ୍ରଶାସନ, ଜିଲ୍ଲାପାଳଙ୍କୁ ବାରମ୍ବାର ଲିଖିତ ଜଣାଇବାପରେ ମଧ୍ୟ କୌଣସି ଆଖିଦୃଶିଆ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇନାହିଁ । ଯାହାର ପ୍ରତିବାଦରେ ମିଳିତ ସଂଘ ରାଜରାସ୍ତାକୁ ବାହାରି ଆନ୍ଦୋଳନ କରିଥିଲେ । ଆନ୍ଦୋଳନରେ ପୋଲିସ ଏବଂ ଜନତା ଧସ୍ତାଧସ୍ତି ହୋଇଥିବା ବେଳେ ଜଣେ ମହିଳା ପୋଲିସ କର୍ମଚାରୀ ଆହତ ହୋଇଥିବା ସୂଚନା ରହିଛି ।

ନୂଆପଡାରୁ ମୋତିଲାଲ ବାଗ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.