ETV Bharat / state

ବାଘ ଛାଲ ଚାଲାଣବେଳେ ଯୁବକକୁ ଗିରଫ କଲା ଛତିଶଗଡ଼ ପୋଲିସ - ନୂଆପଡାରେ ବୃଦ୍ଧି ପାଉଛି ବନ୍ୟଜନ୍ତୁ ଶିକାରୀ

ବାଘ ଛାଲ ଚାଲାଣ କରୁଥିବାବେଳେ ଜଣେ ଯୁବକକୁ ସିନାପାଲି ବନଖଣ୍ଡ ପୋଲିସ ଗିରଫ କରିବାରେ ବିଫଳ ହେବା ପରେ ସଫଳ ହୋଇଛି ଛତିଶଗଡ଼ ପୋଲିସ ।

nuapada
ବାଘ ଛାଲ ଚାଲାଣ ବେଳେ ଯୁବକ ଗିରଫ
author img

By

Published : Jul 13, 2020, 10:57 AM IST

Updated : Jul 13, 2020, 11:07 AM IST

ନୂଆପଡା: ଦିନକୁ ଦିନ ଜିଲ୍ଲାରେ ବନ୍ୟଜନ୍ତୁ ଶିକାରୀ ବୃଦ୍ଧି ପାଉଥିବାବେଳେ ନୂଆପଡା ଜିଲ୍ଲା ସିନାପାଲି ବନ ବିଭାଗ ନିଷ୍କ୍ରିୟତା ସାମ୍ନାକୁ ଆସିଛି । ବାଘ ଛାଲ ଚାଲାଣ କରୁଥିବାବେଳେ ଜଣେ ଯୁବକକୁ ସିନାପାଲି ବନଖଣ୍ଡ ପୋଲିସ ଗିରଫ କରିବାରେ ବିଫଳ ହେବା ପରେ ସଫଳ ହୋଇଛି ଛତିଶଗଡ଼ ପୋଲିସ ।

ବାଘ ଛାଲ ଚାଲାଣ ବେଳେ ଯୁବକ ଗିରଫ

ସୂଚନା ଅନୁସାରେ, ଆଜି(ସୋମବାର) ସିନାପାଲି ବନବିଭାଗ ନଙ୍ଗଲବୋର୍ଡ ଅଞ୍ଚଳରୁ ଜଣେ ଯୁବକ କଲରା ପତାରିଆ ବାଘ ଛାଲ ଚାଲାଣ କରି ଛତିଶଗଡ଼ ଇନ୍ଦାଗାଁ ଅଞ୍ଚଳରେ ବିକ୍ରି ପାଇଁ ଉଦ୍ୟମ କରିଥିଲେ । ଏହି ସମୟରେ ଖବର ପାଇ ଛତିଶଗଡ ଇନ୍ଦାଗାଁ ପୋଲିସ ଏବଂ ବନବିଭାଗ ମିଳିତ ଏକ ସ୍କ୍ବାର୍ଡ ଚଢାଉ କରି ଯୁବକକୁ କାବୁ କରିବା ସହ ବାଘ ଛାଲ ଜବତ କରିଛି ।

ଯୁବକକୁ ଇନ୍ଦାଗାଁ ବନବିଭାଗ ସୋମବାର କୋର୍ଟଚାଲାଣ କରିଥିବା ବେଳେ, ଅଭିଯୁକ୍ତ ଯୁବକ ଜଣକ ହେଉଛନ୍ତି ସିନାପାଲି ବନବିଭାଗ ଅଧିନସ୍ତ ନଗଲବୋର୍ଡ ଗାଁର ସଞ୍ଜୟ ବାଗ, ବୟସ 29 ବୋଲି ଜଣାପଡିଛି । ଯାହାକୁ ନେଇ ସାଧାରଣରେ ତୀବ୍ର ପ୍ରତିକ୍ରିୟା ପାଇଥିବାବେଳେ ନୂଆପଡା ସିନାପାଲି ବନ ବିଭାଗ ନିଷ୍କ୍ରିୟତା ସାମ୍ନାକୁ ଆସିଛି ।

ନୂଆପଡାରୁ ମୋତିଲାଲ ବାଗ, ଇଟିଭି ଭାରତ

Last Updated : Jul 13, 2020, 11:07 AM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.