ନୂଆପଡା: ଠକ ଯୁବକ ଗିରଫ । ଖଡ଼ିଆଳ ପୋଲିସ ଜାଲରେ ଠକ ଯୁବକ । ଗିରଫ ଠକ ଯୁବକ ଜଣକ ହେଉଛନ୍ତି କଳାହାଣ୍ଡି ଜିଲ୍ଲା ଚିଚେଇଗୁଡା ଗାଁର ଲକ୍ଷ୍ମୀକାନ୍ତ ମେହେର ଓରଫ କାଳିଆ ।
ସୂଚନା ଅନୁଯାୟୀ, ମେଡିକାଲ ବିଭାଗରେ ଚାକିରୀ ଦେବା ନାଁରେ ଠକ ଲକ୍ଷ୍ମୀକାନ୍ତ ନୂଆପଡା ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ବିଜ୍ଞାପନ ପୋଷ୍ଟର ଲଗାଇଥିଲା । ପୋଷ୍ଟରରେ ପ୍ରାର୍ଥୀମାନେ ଯୋଗାଯୋଗ କରିବା ପାଇଁ ନିଜ ମୋବାଇଲ ଫୋନ ନମ୍ବର ମଧ୍ୟ ଜାରି କରିଥିଲା ।
ପ୍ରଥମେ ରେଜିଷ୍ଟ୍ରେସନ ବାବଦକୁ 1500 ଟଙ୍କା ପରେ ଚାକିରୀ ଦେବା ପାଇଁ 30ହଜାର ଟଙ୍କା ଦାବି କରି ଆସୁଥିଲେ ଠକ ଲଷ୍ମୀକାନ୍ତ । ପ୍ରଥମେ ଠକାମୀ ଶିକାର ହୋଇ ଖଡ଼ିଆଳ ବ୍ଲକ ରାଣୀମୁଣ୍ଡା ଗାଁର ଡିଙ୍ଗର ହାତୀ ଖଡ଼ିଆଳ ଥାନାରେ ଅଭିଯୋଗ କରିବା ପରେ ଘଟଣାଟି ସାମ୍ନାକୁ ଆସିଛି ।
ରବିବାର ଖଡ଼ିଆଳ ପୋଲିସ ଠକ ଲକ୍ଷ୍ମୀକାନ୍ତକୁ ଗିରଫ କରିବା ସହ ନଗଦ 12,480ଟଙ୍କା , 3 ଗୋଟି ମୋବାଇଲ ଫୋନ, ବିଜ୍ଞାପନ ପୋଷ୍ଟର ଜବତ କରିଛନ୍ତି । ଏଥିସହ ରବିବାର ଲକ୍ଷ୍ମୀକାନ୍ତକୁ କୋର୍ଟ ଚାଲାଣ କରାଯାଇଛି ।
ନୂଆପଡାରୁ ମୋତିଲାଲ ବାଗ, ଇଟିଭି ଭାରତ