ETV Bharat / state

ଗଛରେ ଝୁଲୁଥିଲା ନବମ ଶ୍ରେଣୀ ଛାତ୍ରର ମୃତଦେହ, ନିଲମ୍ୱିତ ହେଲେ ପ୍ରଧାନଶିକ୍ଷକ - ନୂଆପଡା ଜିଲ୍ଲା ଦରଲୀପଡା ସେବାଶ୍ରମ ସ୍କୁଲରେ ଅଘଟଣ

ନୂଆପଡା ଜିଲ୍ଲା କୋମନା ଥାନା ଦରଲୀପଡା ସେବାଶ୍ରମ ସ୍କୁଲରେ ଘଟିଛି ଅଘଟଣ । ଛାତ୍ର ନିବାସରେ ପଢ଼ୁଥିବା ନବମ ଶ୍ରେଣୀ ଛାତ୍ରର ମୃତଦେହ ଆଶ୍ରମ ନିକଟସ୍ଥ ଗଛରେ ଝୁଲୁଥିବା ଦେଖାଦେଇଛି ।

9th class student died in sebasrama hostel
ନବମ ଶ୍ରେଣୀ ଛାତ୍ରର ମୃତ୍ୟୁ
author img

By

Published : Feb 25, 2020, 11:17 PM IST

ନୂଆପଡା: ନୂଆପଡା ଜିଲ୍ଲା କୋମନା ଥାନା ଦରଲୀପଡା ସେବାଶ୍ରମ ସ୍କୁଲରେ ଘଟିଛି ଅଘଟଣ । ଛାତ୍ର ନିବାସରେ ରହି ପାଠ ପଢ଼ୁଥିବା ନବମ ଶ୍ରେଣୀ ଛାତ୍ରର ମୃତଦେହ ଆଶ୍ରମ ନିକଟସ୍ଥ ଗଛରେ ଝୁଲୁଥିବା ଦେଖାଦେଇଛି । ମୃତ ଛାତ୍ର ନବମ ଶ୍ରେଣୀର ସୁମନ ଶବର ବୋଲି ଜଣାପଡିଛି ।

ଗଛରେ ଝୁଲୁଥିଲା ନବମ ଶ୍ରେଣୀ ଛାତ୍ରର ମୃତଦେହ, ନିଲମ୍ୱିତ ହେଲେ ପ୍ରଧାନଶିକ୍ଷକ

କେଉଁ କାରଣରୁ ଛାତ୍ରର ମୃତଦେହ ଗଛରେ ଝୁଲୁଛି ତାର କାରଣ ଅସ୍ପଷ୍ଟ ରହିଥିବାବେଳେ, ଏହା ଏକ ଯୋଜନାବଦ୍ଧ ହତ୍ୟାକାଣ୍ଡ ବୋଲି ସ୍ଥାନୀୟ ଲୋକେ ସନ୍ଦେହ କରୁଛନ୍ତି । ଖବରପାଇ ଆଜି ନୂଆପଡା ଜିଲ୍ଲାପାଳଙ୍କ ନିର୍ଦ୍ଦେଶକ୍ରମେ ଜିଲ୍ଲାମଙ୍ଗଳ ଅଧିକାରୀ ତଦନ୍ତ କରି ଜିଲ୍ଲାପାଳ ମଧୁସ୍ମିତା ସାହୁଙ୍କୁ ରିପୋର୍ଟ ଦେଇଛନ୍ତି ।

ରିପୋର୍ଟ ପାଇବାପରେ ଦରଲୀପଡା ଆଶ୍ରମ ସ୍କୁଲର ପ୍ରଧାନ ଶିକ୍ଷକ ରଘୁମଣି ଶବର ଏବଂ ହଷ୍ଟେଲ ଇନଚାର୍ଜ ଶ୍ୟାମଲାଲ ସତନାମୀଙ୍କୁ ଚାକିରୀରୁ ନିଲମ୍ବନ କରାଯାଇଛି । ଖବର ପାଇ ଘଟଣାସ୍ଥଳରେ ପୋଲିସ ପହଞ୍ଚି ମୃତଦେହକୁ ବ୍ୟବଚ୍ଛେଦ ପାଇଁ ପଠାଇଛି ।

ବ୍ୟବଚ୍ଛେଦ ରିପୋର୍ଟ ଆସିବାପରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଜିଲ୍ଲା ମଙ୍ଗଳ ଅଧିକାରୀ କହିଛନ୍ତି । ମୃତ୍ୟୁ ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଚାପା ଉତ୍ତେଜନା ଲାଗିରହିଛି ।

ନୂଆପଡାରୁ ମୋତିଲାଲ ବାଗ୍‌, ଇଟିଭି ଭାରତ

ABOUT THE AUTHOR

author-img

...view details

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.