ETV Bharat / state

କଟିଗଲା ସରପଞ୍ଚ ଟିକେଟ, ଆମରଣ ଅନଶନରେ ୭୫ ବର୍ଷୀୟ ବୃଦ୍ଧ

author img

By

Published : Jan 23, 2022, 12:04 PM IST

ସରପଞ୍ଚ ପ୍ରାର୍ଥୀରୁ ବଞ୍ଚିତ ହେବାରୁ କୁସୁମଜୋର ଗ୍ରାମପଞ୍ଚାୟତ ସମ୍ମୁଖରେ ବୃଦ୍ଧଙ୍କ ଆମରଣ ଅନଶନ । ଅଧିକ ପଢନ୍ତୁ

ସରପଞ୍ଚ ହେବାକୁ ଇଚ୍ଛୁକ ୭୫ ବର୍ଷିୟ ବୃଦ୍ଧ, ନାମାଙ୍କନ ପତ୍ର ନମିଳିବାରୁ ଆମରଣ ଅନସନ

ନୂଆପଡା: ସରପଞ୍ଚ ପ୍ରାର୍ଥୀରୁ ବଞ୍ଚିତ ହେବାରୁ ୭୫ ବର୍ଷୀୟ ବୃଦ୍ଧଙ୍କ ଆମରଣ ଅନଶନ । ଜିଲ୍ଲାର କୁସୁମଜୋର ଗ୍ରାମପଞ୍ଚାୟତ ସମ୍ମୁଖରେ ଘଣ୍ଟ, ଶଙ୍ଖ ବଜାଇ ନିଆରା ଢଙ୍ଗରେ ଧାରଣା ଦେଇଛନ୍ତି ବୃଦ୍ଧ । ପୂର୍ବରୁ ସିଙ୍ଗଝର କୁସୁମଜୋର ଗ୍ରାମପଞ୍ଚାୟତର ୩ ଥର ସରପଞ୍ଚ ହୋଇଥିଲେ ପ୍ରେମ ସିଂ ରାଉତ । ତେବେ ଚଳିତ ବର୍ଷ ମଧ୍ୟ ସରପଞ୍ଚ ପ୍ରାର୍ଥୀ ଭାବେ ନିର୍ବାଚନ ଲଢିବା ପାଇଁ ଇଚ୍ଛୁକ ଥିବା ବେଳେ ନାମାଙ୍କନ ପତ୍ର ପାଇଁ ରିଟର୍ଣ୍ଣିଂ ଅଫିସରଙ୍କ ପାଖକୁ ଯାଇଥିଲେ। ହେଲେ ରିଟର୍ଣ୍ଣିଂ ଅଫିସର ନାମାଙ୍କନ ପତ୍ର ଦେବାକୁ ମନା କରିଥିଲେ।

କାରଣ ଭୋଟର ତାଲିକାରେ ପ୍ରେମ ସିଂ ରାଉତଙ୍କ ନାମ ନାହିଁ। ଫଳରେ ସରପଞ୍ଚ ପ୍ରାର୍ଥୀରୁ ସେ ବଞ୍ଚିତ ଅଛନ୍ତି। ୩ ଥର ସରପଞ୍ଚ ହୋଇଥିବା ପ୍ରେମ ସିଂ ରାଉତଙ୍କ ଭୋଟ ତାଲିକାରୁ ନାମ କିଏ କାଟିଛି। ସେନେଇ ତଦନ୍ତ କରିବା ସହ ଦୋଷୀ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ପାଇଁ ସେ ଦାବି କରି ଗତକାଲି ଠାରୁ ଆମରଣ ଅନଶନରେ ବସିଛନ୍ତି।

ନୂଆପଡାରୁ ମୋତିଲାଲ ବାଗ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.