ETV Bharat / state

ତେଲେଙ୍ଗାନାରୁ ଉଦ୍ଧାର ହେଲେ 52 ଓଡିଆ ଦାଦନ ଶ୍ରମିକ

author img

By

Published : May 4, 2021, 8:50 PM IST

ତେଲେଙ୍ଗାନାର ସଙ୍ଗାରେଡ୍ଡୀ ଜିଲ୍ଲାରୁ ଉଦ୍ଧାର ହେଲେ 52 ଓଡିଆ ଦାଦନ ଶ୍ରମିକ । ଅଧିକ ପଢନ୍ତୁ...

ତେଲେଙ୍ଗାନାରୁ ଉଦ୍ଧାର ହେଲେ 52 ଓଡିଆ ଦାଦନ ଶ୍ରମିକ
ତେଲେଙ୍ଗାନାରୁ ଉଦ୍ଧାର ହେଲେ 52 ଓଡିଆ ଦାଦନ ଶ୍ରମିକ

ନୂଆପଡା : ତେଲେଙ୍ଗାନାର ସଙ୍ଗାରେଡ୍ଡୀ ଜିଲ୍ଲାରୁ ଉଦ୍ଧାର ହେଲେ 52 ଓଡିଆ ଦାଦାନ ଶ୍ରମିକ । ସମସ୍ତ ଉଦ୍ଧାର ଶ୍ରମିକଙ୍କ ଘର ନୂଆପଡା ଅଞ୍ଚଳରେ ବୋଲି ଜଣାପଡିଛି । ଶ୍ରମିକମାନେ ଘରକୁ ଫୋନ କରି ନିର୍ଯାତନା ସମ୍ପର୍କରେ ଜଣାଇବା ସହ ଉଦ୍ଧାର ପାଇଁ ନିବେଦନ କରିଥିଲେ । ପରେ ଜିଲ୍ଲା ଶ୍ରମ ଅଧିକାରୀଙ୍କ ଏତଲା କ୍ରମେ ସ୍ଥାନୀୟ ପୋଲିସ ତେଲେଙ୍ଗାନା ପୋଲିସକୁ ସହଯୋଗ ମାଗିଥିଲା । ତେଲେଙ୍ଗାନା ପୋଲିସର ହସ୍ତକ୍ଷେପ ପରେ ସମସ୍ତ 52 ଶ୍ରମିକଙ୍କୁ ସୁରକ୍ଷିତ ଉଦ୍ଧାର କରାଯାଇଛି ।

ମିଳିଥିବା ସୂଚନା ଅନୁସାରେ ନୂଆପଡା ଜିଲ୍ଲା ରୋହେନପଦର ହାତିବନ୍ଧା ଅଞ୍ଚଳର 52 ଜଣ ଦାଦନ ଶ୍ରମିକ କାମ ସନ୍ଧାନରେ ସୁଦୂର ତେଲେଙ୍ଗାନା ରାଜ୍ୟ ସାଙ୍ଗାରେଡି ଜିଲ୍ଲାକୁ ଯାଇଥିଲେ । ସେଠାରେ ଇଟାଭାଟି ମାଲିକଙ୍କ ଦ୍ଵାରା ଅକଥନୀୟ ନିର୍ଯ୍ୟାତନାର ଶିକାର ହୋଇଥିଲେ ଶ୍ରମିକ ।ଠେଙ୍ଗାରେ ଉଭୟ ମହିଳା ପୁରୁଷ ଶ୍ରମିକମାନଙ୍କୁ ମାଡ ମାରିବା ସହ ଇଟାଭାଟି ଛାଡି ଚାଲିଆସୁଥିବା ବେଳେ ଭଡାଟିଆ ଗୁଣ୍ଡା ଲଗାଇ ମାଡ ମାରୁଥିଲା ମାଲିକ ।

ଫୋନ ଯୋଗେ ଘଟଣା ସମ୍ପର୍କରେ ସମ୍ପର୍କୀୟଙ୍କୁ ଜଣାଇବା ପରେ ପରିବାର ପକ୍ଷରୁ ପ୍ରଶାସନକୁ ଉଦ୍ଧାର କିରବା ପାଇଁ ନିବେଦନ କରାଯାଇଥିଲା । ନୂଆପଡା ଜିଲ୍ଲା ଶ୍ରମ ଅଧିକାରୀ ଖଡ଼ିଆଳ ଥାନାରେ ଲିଖିତ ଅଭିଯୋଗ କରିଥିଲେ। ପରେ ତେଲେଙ୍ଗାନା ପୋଲିସ ପକ୍ଷରୁ ଉଦ୍ଧାର ହୋଇ ନିଜ ଗାଁକୁ ଫେରିଛନ୍ତି ସମସ୍ତ 52 ଜଣ ଶ୍ରମିକ ।ଉଦ୍ଧାର ଶ୍ରମିକ ମାନଙ୍କୁ ଖଡ଼ିଆର ବିଡିଓ ନାରାୟଣ ସାହୁଙ୍କ ନେତୃତ୍ବରେ କ୍ଲଷ୍ଟର ଟିଏମସି ଅମଲାପାଳି ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟରେ ରଖିଥିଲେ । ଆଜି ସେମାନଙ୍କ କୋଭିଡ ଟେଷ୍ଟ କରାଯିବା ପରେ 37 ଜଣ ଶ୍ରମିକଙ୍କ କୋଭିଡ ପୋଜେଟିଭ ଥିବା ଜଣାପଡିଛି । ପଜିଟିଭ ଶ୍ରମିକଙ୍କୁ ଖଡ଼ିଆଳ କୋଭିଡ କେୟାର ସେଣ୍ଟରରେ ରଖାଯାଇଥିବାବେଳେ ସଂକ୍ରମିତ ହୋଇନଥିବା ଶ୍ରମିକମାନଙ୍କୁ ଘରକୁ ଯିବାକୁ ଅନୁମତି ଦିଆଯାଇଛି ।

ନୂଆପଡାରୁ ମୋତିଲାଲ ବାଗ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.