ETV Bharat / state

ଯୋଜନା ଗାଡିକୁ ଛୁଇଁପାରୁନି ବିଧବାଙ୍କ ଧାଡି

କମିଛି କୌଳିକ ବୃତ୍ତି ଚାହିଦା । ମିଳୁନି ସରକାରୀ ସହୟତା । ଜୀବନ ଜିଇଁବା ପାଇଁ ସଂଘର୍ଷ । ଏ ହେଉଛି ବୋଡେନ ବ୍ଲକ ଅନ୍ତର୍ଗତ ମହୁଲପଦର ଗାଁର 5 ବିଧବାଙ୍କ କାହାଣୀ ।

author img

By

Published : Jun 7, 2019, 3:11 PM IST

ଫଟୋ ସୌଜନ୍ୟ: ସମ୍ବାଦଦାତା, ନୂଆପଡା

ନୂଆପଡା: କାହାଣୀ ବୋଡେନ ବ୍ଲକ ଅନ୍ତର୍ଗତ ମହୁଲପଦର ଗାଁର 5 ବିଧବାଙ୍କର । ଜଙ୍ଗଲରୁ ବାଉଁଷ ସଂଗ୍ରହ ଏବଂ ବାଉଁଷରେ ବିଭିନ୍ନ ଘରକରଣା ଜିନିଷ ତିଆରି କରି ବିକ୍ରି କରିବା ଏମାନଙ୍କ କୌଳିକ ବୃତ୍ତି । ହେଲେ ବର୍ତ୍ତମାନର ଚିକମିକ ଦୁନିଆରେ ହଜିବାକୁ ବସିଲାଣି ଏସବୁ ଜିନିଷ । ପ୍ଲାଷ୍ଟିକ, ଫାଇଭର, ଷ୍ଟିଲ ଯୁଗରେ ଏହାର ଚାହିଦା ନାହିଁ କି ସରକାରୀ ପ୍ରୋତ୍ସାହନ ବି ନାହିଁ । ରୋଜଗାର ଅଭାବରୁ ଦୁଇ ବେଳ ଦୁଇ ମୁଠା ଖାଇବାକୁ ବି ବେଶ ସଂଘର୍ଷ କରୁଛନ୍ତି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ନୂଆପଡା

ଏମାନେ ହେଲେ ଯୁବତୀ ପହରିଆ, ଗୁରୁବାରୀ ପହରିଆ, ଦୁଃଖମଣି ପହରିଆ, ଶାନ୍ତି ପହରିଆ ଏବଂ ରାଏମନୀ ପହରିଆ । ଦିନେ ଏମାନଙ୍କର ବି ଥିଲା ହସଖୁସିର ସଂସାର । ସରକାରୀ ସହାୟତା ନଥିଲେ କ’ଣ ହେଲା, ନିଜ ନିଜ ସ୍ବାମୀ ଓ ପିଲାଛୁଆଙ୍କ ସହ କୌଳିକ ବୃତ୍ତିକୁ ଆଦରି ଜୀବନ ଜୀଉଥିଲେ । ହେଲେ 4 ବର୍ଷ ପୂର୍ବରୁ ଅଜଣା ରୋଗ ଭାଙ୍ଗିଦେଲା ସବୁ ସ୍ବପ୍ନ । ଏପଟେ ଏତେଦିନ ପରେ ସରକାରୀ ସହାୟତା ତ ଦୂରର କଥା, ବିଧବା ଭତ୍ତା ବି ମିଳିନି ।

ମହିଳା ସଶକ୍ତିକରିଣ, ମିଶନଶକ୍ତି ଇତ୍ୟାଦିର ସଫଳ ରୂପାୟନ କଥା ସରକାର କହୁଛନ୍ତି । ହେଲେ ଯେଉଁ ମହିଳା ନିଜେ ନିଜଆଡୁ ସ୍ବାବଲମ୍ବୀ ହେବାକୁ ସଂଘର୍ଷ କରୁଛନ୍ତି, ତାଙ୍କୁ ବି ମିଳିପାରିନି ସରକାରୀ ସହାୟତା । ଦଦରା ଘରେ ଭୋକ ଉପାସରେ ଜୀଇଁବା ହିଁ ଏମାନଙ୍କ ପାଇଁ ସ୍ବାବଲମ୍ବନଶୀଳତା ।

ନୂଆପଡାରୁ ମୋତିଲାଲ ବାଗ, ଇଟିଭି ଭାରତ

Intro:Body:

rwey

Conclusion:

For All Latest Updates

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.