ETV Bharat / state

ନୂଆପଡା ପୋଲିସକୁ ସଫଳତା,3 ଡକାୟତ ଗିରଫ

ତିନି ଦୁର୍ଦ୍ଦାନ୍ତ ଡକାୟତକୁ ଗିରଫ କରିବାରେ ସଫଳ ହେଲା ନୂଆପଡା ପୋଲିସ । ସେମାନଙ୍କ ଠାରୁ ୭ ଲକ୍ଷ ୭୦ ହଜାର ନଗଦ ଟଙ୍କା ସହ ୨ଟି ମୋଟର ସାଇକେଲ, ୨୭ଟି ମୋବାଇଲ ଫୋନ୍ ଜବତ କରିବାରେ ସଫଳ ହୋଇଛି ପୋଲିସ।

author img

By

Published : Jul 6, 2019, 3:17 PM IST

ପଟୋ ସୌଜନ୍ୟ : ପ୍ରତିନିଧି,ନୂଆପଡା

ନୂଆପଡା: ଜିଲ୍ଲା ପୋଲିସକୁ ଏକ ବଡ ସଫଳତା ମିଳିଛି । ତିନି ଦୁର୍ଦ୍ଦାନ୍ତ ଡକାୟତକୁ ଗିରଫ କରିବା ସହ , ୭ଲକ୍ଷ ୭୦ ହଜାର ଟଙ୍କା ଜବତ କରିଛି । ଏଥିସହିତ ସେମାନଙ୍କ ପାଖରୁ ୨ଟି ମୋଟର ସାଇକେଲ ସହ ୨୭ଟି ମୋବାଇଲ ଫୋନକୁ ଜବତ କରିବାରେ ସଫଳ ହୋଇଥିବା ନୂଆପଡା ପୋଲିସ । ଏନେଇ ଆଜି ନୂଆପଡା ଆରକ୍ଷୀ ଅଧିକ୍ଷକ ସ୍ମିତ.ପି ପରମାର ପ୍ରେସମିଟରେ ସୂଚନା ଦେଇଛନ୍ତି ।

ଗତ ଜୁନ 28 ତାରିଖରେ ଦିନ ଦ୍ୱିପ୍ରହରେ ନୂଆପଡା ବ୍ଳକ ଡୁମେରାପାଣି ଗାଁରୁ ହୋଇଥିଲା ଲୁଟ । ପାଣି ପଞ୍ଚାୟତ ସଭାପତି ହୀରଣ ସାହୁ ସମ୍ପାଦକ ଜୈନ ସିଂ ମାଝୀ ନୂଆପଡା ଏସବିଆଇ ବ୍ୟାଙ୍କକୁ ଟଙ୍କା ଉଠାଇବା ପାଇଁ ଆସିଥିଲେ । ୧୦ ଲକ୍ଷ ଟଙ୍କା ଉଠାଇ ଫେରୁଥିବା ବେଳେ ଡକାୟତ ଦଳ କାବୁକରି ଟଙ୍କା ଲୁଟିନେଇଥିଲେ ।

ଭିଡିଓ ସୌଜନ୍ୟ : ପ୍ରତିନିଧି,ନୂଆପଡା

ଏନେଇ ନୂଆପଡା ଥାନା କେସ ନମ୍ବର ୬୫ ରେ ଏକ ମାମଲା ରୁଜୁହୋଇ ନୂଆପଡା ପୋଲିସର ତଦନ୍ତ ଜାରି ରହିଥିଲା । ଆଜି ଦୁର୍ଦ୍ଦାନ୍ତ ଡକାୟତଙ୍କ ମଧ୍ୟରୁ ୩ ଜଣ ଡକାୟତଙ୍କୁ ଗିରଫ କରିବାରେ ପୋଲିସ ସଫଳ ହୋଇଛି । ସେମାନେ ହେଲେ ଆସ୍କା ପୋଲିସ ଷ୍ଟେସନ ଗଞ୍ଜାମର ଅତୁଳ ରାଜା , ଏମ ଗଣେଶ । ଏମାନଙ୍କ ସହ ଜଣେ ନାବାଳକଙ୍କୁ ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଛି । ଅଧିକ ତଦନ୍ତ ଜାରି ରହିଥିବା ନୂଆପଡା ଏସପି ସୂଚନା ଦେଇଛନ୍ତି ।

ନୂଆପଡାରୁ ମୋତିଲାଲ ବାଗ, ଇଟିଭି ଭାରତ

Intro:ନୂଆପଡା ଜ଼ୀଲ୍ଲା ପୋଲିସ କୁ ଏକ ବଡ ସଫଳତା ମିଳିଛି । ତିନି ଦୁର୍ଦ୍ଦାନ୍ତ ଡକାୟତ କୁ ଗିରଫ କରିବା ସହ , ୭ ଲକ୍ଷ ୭୦ ହଜାର ନଗଦ ଟଙ୍କା ଉଦ୍ଦାର କରିଛି । ସେହିଭଳି ଡକାୟତ ମାନଙ୍କ ଠାରୁ ୨ ଗୋଟି ମୋଟର ସାଇକଲ , ୨୭ ଗୋଟି ମୋବାଇଲ ଫୋନ ଜବତ କରିବାରେ ସଫଳ ହୋଇଥିବା ନୂଆପଡା ପୋଲିସ । ଏନେଇ ଆଜି ନୂଆପଡା ଆରକ୍ଷୀଅଧିକ୍ଷକ ସ୍ମିତ . ପି . ପରମାର ସୂଚନା ଦେଇଛନ୍ତି । ସୂଚନାମତେ ଗତ ୧୮ ଜୁନ ୨୦୧୯ ଦିବା ୨ ଘଣ୍ଟା ସମୟରେ ନୂଆପଡା ବ୍ଳକ ଡୁମେରାପାଣି ଗାଁର ପାଣିପାଞ୍ଚାୟତ ସଭାପତି ହୀରଣ ସାହୁ ସମ୍ପାଦକ ଜୈନସିଂ ମାଝୀ ନୂଆପଡା ଏସ ବି ଆଇ ବ୍ୟାଙ୍କ ଟଙ୍କା ଉଠାଣ ପାଇଁ ଆସିଥିଲେ । ବ୍ୟାଙ୍କ ରେ ୧୦ ଲକ୍ଷ ଟଙ୍କା ଉଠାଣ କରି ଯାଉଥିବା ବେଳେ , ବାଟରେ ଡକାୟତ ଦଳ କାବୁକରି ଟଙ୍କା ଲୁଟିନେଇଥିଲେ । ଏନେଇ ନୂଆପଡା ଥାନା କେସ ନମ୍ବର ୬୫ ରେ ଏକ ମାମଲା ରୁଜୁହୋଇ ନୂଆପଡା ପୋଲିସ ର ତଦନ୍ତ ଜାରି ରହିଥିଲା । ଆଜି ଦୁର୍ଦ୍ଦାନ୍ତ ଡକାୟତି ଙ୍କ ମଧ୍ୟରୁ ୩ ଜଣ ଡକାୟତ ଙ୍କୁ ଗିରଫ କରିବାରେ ପୋଲିସ ସଫଳ ହୋଇଛି । ସେମାନେ ହେଲେ ଆସ୍କା ପୋଲିସ ଷ୍ଟେସନ ଗଞ୍ଜାମ ଜ଼ୀଲ୍ଲା ର ଅତୁଳ ରାଜା , ଏମ ଗଣେଶ , ଏବଂ ଜଣେ ନାବାଳକ ଗିରଫ ହୋଇ କୋର୍ଟ ଚାଲାଣ ହୋଇଛନ୍ତି । ଏବଂ ଅଧିକ ତଦନ୍ତ ଜାରୀରହିଥିବା ନୂଆପଡା sp ସୂଚନା ଦେଇ ଛନ୍ତି ।
ବାଇଟ-ସ୍ମିତ . ପି . ପରମାର (ଆରକ୍ଷୀ ଅଧିକ୍ଷକ ନୂଆପଡା)Body:ନୂଆପଡା ତିନି ଡକାୟତ ଗିରଫ Conclusion:ତିନି ଡକାୟତ କୋର୍ଟ ଚାଲାଣ ।

For All Latest Updates

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.