ETV Bharat / state

ବାଇକକୁ ଧକ୍କା ଦେଲା ଟ୍ରିପର ଗାଡି, ଚାଲିଗଲା 2 ଜଣଙ୍କ ଜୀବନ

author img

By

Published : Oct 21, 2022, 12:11 PM IST

ନୂଆପଡ଼ା ଜିଲ୍ଲା ସିନାପାଲି ବ୍ଲକରେ ମର୍ମନ୍ତୁଦ ସଡକ ଦୁର୍ଘଟଣା । ମାଲ ବୋଝେଇ ଟ୍ରିପର ଗାଡି ଧକ୍କାରେ 2 ମୋଟର ସାଇକେଲ ଆରୋହୀଙ୍କ ମୃତ୍ୟୁ ହୋଇଛି । ଅଧିକ ପଢ଼ନ୍ତୁ

ଟ୍ରିପର ଗାଡି ଧକ୍କାରେ 2 ମୋଟର ସାଇକେଲ ଆରୋହୀ ମୃତ

ନୂଆପଡ଼ା: ସିନାପାଲି ବ୍ଲକରେ ମର୍ମନ୍ତୁଦ ସଡକ ଦୁର୍ଘଟଣା । ମାଲ ବୋଝେଇ ଟ୍ରିପର ଗାଡି ଧକ୍କାରେ 2 ମୋଟର ସାଇକେଲ ଆରୋହୀଙ୍କ ମୃତ୍ୟୁ ହୋଇଛି । ମୃତ ଦୁଇଜଣ ବ୍ୟକ୍ତି ନିକଟସ୍ଥ ହଲଦୀମୁଣ୍ଡା ଗ୍ରାମର ତେଜରାଜ ଗହୀର ଏବଂ ହବେଲାଲ ଗହୀର ବୋଲି ଜଣାପଡିଛି । ସୂଚନାମତେ ନିଲଜି ଗ୍ରାମପଟୁ ହବେଲାଲ ଏବଂ ତେଜରାଜ ଦୁହେଁ ମୋଟର ସାଇକେଲରେ ସିନାପାଲି ଅଭିମୁଖେ ଯାଉଥିଲେ । ଏତିକିବେଳେ ଏକ ମାଲ ବୋଝେଇ ଟ୍ରିପର ଗାଡି ଦୃତ ଗତିରେ ଆସି ମୋଟର ସାଇକଲକୁ ଧକ୍କା ଦେଇଥିଲା ।

ଫଳରେ ମୋଟର ସାଇକଲରେ ଥିବା 2ଜଣ ବ୍ୟକ୍ତିଙ୍କର ଘଟଣାସ୍ଥଳରେ ମୃତ୍ୟୁ ଘଟିଛି । ଖବରପାଇ ସିନାପାଲି ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଜବତ କରିବାସହ ଅଧିକ ତଦନ୍ତ ଚଳାଇଛି । ଉଭୟ ବ୍ୟକ୍ତିଗତ କାମରେ ବାହାରକୁ ଯାଇଥିଲେ । ହେଲେ ଘରକୁ ଫେରିଲା ବେଳେ ଏଭଳି ଅଘଟଣ ଘଟିଥିବା କୁହାଯାଉଛି । ସେପଟେ ଏହି ଘଟଣାକୁ ନେଇ ମୃତକଙ୍କ ପରିବାରରେ ଶୋକର ଛାୟା ଖେଳିଯାଇଛି ।

ଇଟିଭି ଭାରତ, ନୂଆପଡ଼ା

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.