ନୂଆପଡା: ଜଙ୍ଗଲରେ ପାଣି ଅଭାବ ଯୋଗୁଁ ଜନବସତି ମୁହାଁ ହେଉଛନ୍ତି ବଣୁଆ ହାତୀ । ଏହି କ୍ରମରେ ନୂଆପଡା ଜିଲ୍ଲାରେ ପଶି ଆସିଛନ୍ତି ବଣୁଆ ହାତୀ । ଫଳରେ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଖେଳି ଯାଇଛି ଭୟର ବାତାବରଣ ।
ସୂଚନା ମୁତାବକ, ନୂଆପଡା ଜିଲ୍ଲା କୋମନା ରେଞ୍ଜ ଅଧିନସ୍ଥ ପେଣ୍ଡରାପନ୍ଧ ସଂରକ୍ଷଣ ଜଙ୍ଗଲରେ ହାତୀପଲଙ୍କୁ ଦେଖିବାକୁ ମିଳିଛି । ଏହି ପଲରେ ପୁରୁଷ, ମହିଳା ଏବଂ ଛୁଆ ମିଶି 28 ଗୋଟି ହାତୀ ରହିଥିବା ଜଣା ପଡିଛି ।
ସେପଟେ ଖବର ପାଇ କୋମନା ବନ ବିଭାଗ ଘଟଣା ସ୍ଥଳରେ ପହଞ୍ଚି ହାତୀ ଘଉଡାଇବା କାମ ଜାରି ରଖିଛନ୍ତି । ହାତୀ ପାଖକୁ କେହି ନଯିବାପାଇଁ ଲୋକଙ୍କୁ ସଚେତନ କରୁଛି ବନବିଭାଗ ।
ନୂଆପଡାରୁ ମୋତିଲାଲ ବାଗ, ଇଟିଭି ଭାରତ