ନୂଆପଡା: ବିପୁଳ ପରିମାଣର ବେଆଇନ କଫ ସିରପ ଜବତ କରିଛି ଅବକାରୀ ବିଭାଗ । ନୂଆପଡା ଜିଲ୍ଲା ଲଖନା ଥାନା ବରପଦର ଗାଁରେ ଅତର୍କିତ ଚଢ଼ାଉ କରି ୧୪୨୦ ବୋତଲ କଫ ସିରପ ଜବତ କରିଛି ଅବକାରୀ ବିଭାଗ । ଯାହାର ଆନୁମାନିକ ମୂଲ୍ୟ ୨ ଲକ୍ଷ ଟଙ୍କାରୁ ଊର୍ଦ୍ଧ୍ୱ ହେବ ବୋଲି ଜଣାପଡିଛି ।
ସୂଚନା ମୁତାବକ, ରୋଗୀଙ୍କୁ କାଶ ହେଲେ ଡାକ୍ତରଙ୍କ ପରାମର୍ଶ ନେଇ କଫ ସିରପ ବ୍ୟବହାର କରାଯାଏ । ମାତ୍ର କଫ ସିରପ ଉପଯୁକ୍ତ ଡୋଜରୁ ଅଧିକ ଖାଇଲେ ଲୋକଙ୍କୁ ନିଶା ହୋଇଥାଏ । ଆଉ ଏହାର ଫାଇଦା ଉଠାଇ କିଛି ଅସାଧୁ ବ୍ୟକ୍ତି କଫ ସିରପକୁ ଓୌଷଧ ଭାବେ ନୁହେଁ ବଂର ମାଦକ ଦ୍ରବ୍ୟ ଭାବେ ବ୍ୟବହାର କରି ବିଭିନ୍ନ ସ୍ଥାନେର ବିକ୍ରି କରୁଥିଲେ ।
ଏହାକୁ ଅଧିକ ଖାଇବା ଦ୍ୱାରା କିଡନୀ, କ୍ୟାନସର ଭଳି ମାରାତ୍ମକ ରୋଗ ହେଉଥିଲେ ବି ବିଶେଷକରି ନୂଆପଡା ଜିଲ୍ଲାର ଯୁବପୀଢ଼ି ଏଥିପ୍ରତି ଅଧିକ ଆକୃଷ୍ଟ ହେଉଥିବା ଦେଖାଯାଇଛି ।
ନୂଆପଡାରୁ ମୋତିଲାଲ ବାଗ, ଇଟିଭି ଭାରତ