ETV Bharat / state

ଏଡିଜେ କୋର୍ଟ ସ୍ଥାପନ ଦାବିରେ 12 ଘଣ୍ଟିଆ ଖଡିଆଳ-ବୋଡେନ-ସିନାପାଲି ବନ୍ଦ

author img

By ETV Bharat Odisha Team

Published : Dec 20, 2023, 5:14 PM IST

Khariar Bandh: ଅତିରିକ୍ତ ଦୌରା ଜଜ କୋର୍ଟ ସ୍ଥାପନ ଦାବିରେ 12 ଘଣ୍ଟିଆ ଖଡିଆଳ ବନ୍ଦ ପାଳନ । ଫଳରେ ବନ୍ଦ ରହିଛି ଦୋକାନ ବଜାର। ଖାଁ ଖାଁ ରାସ୍ତାଘାଟ ।

12 ଘଣ୍ଟିଆ ବନ୍ଦ ଡାକରା
12 ଘଣ୍ଟିଆ ବନ୍ଦ ଡାକରା
12 ଘଣ୍ଟିଆ ବନ୍ଦ ଡାକରା

ନୂଆପଡା: ଖାଁ ଖାଁ ସହର ବଜାର । 353 ଜାତୀୟ ରାଜପଥ ସମ୍ପୂର୍ଣ୍ଣ ରୂପେ ବନ୍ଦ । ସାଙ୍ଗକୁ ବନ୍ଦ ଦୋକାନ ବଜାର ଓ ଗମନା ଗମନ । ଅତିରିକ୍ତ ଦୌରା ଜଜ କୋର୍ଟ ସ୍ଥାପନ ଦାବିରେ କରାଯାଉଛି ଖଡିଆଳରେ ଆଜି ବନ୍ଦ ପାଳନ କରାଯାଇଛି । ଖଡ଼ିଆଳ, ବୋଡେନ, ସିନାପାଲି ସମ୍ପୂର୍ଣ ବନ୍ଦ ରହିଛି । 12 ଘଣ୍ଟିଆ ବନ୍ଦ ଡାକରା ଦେଇଛି ଖଡ଼ିଆଳ ବୋଡେନ ସିନାପାଲି ମିଳିତ ନାଗରିକ ମଞ୍ଚ ।

ନୂଆପଡା ଜିଲ୍ଲାର ପ୍ରମୁଖ ସହର ଖଡ଼ିଆଳ ଠାରେ ଅତିରିକ୍ତ ଦୌରାଜଜ୍ କୋର୍ଟ ସ୍ଥାପନ ଦାବିରେ ବନ୍ଦ ପାଳନ । ଖଡ଼ିଆଳ ବୋଡେନ ସିନାପାଲି ମିଳିତ ନାଗରିକ ମଞ୍ଚ ଡାକରାରେ ଖଡ଼ିଆଳ ବୋଡେନ ସିନାପାଲି ସକାଳ 6 ଟାରୁ ସଂଧ୍ୟା 6 ଟା ପର୍ଯ୍ୟନ୍ତ 12 ଘଣ୍ଟିଆ ବନ୍ଦ ଡାକରା ଦିଆଯାଇଛି । ଏନେଇ ମଞ୍ଚର ସଦସ୍ୟମାନେ ଧାରଣା କରି ଖଡ଼ିଆଳ ବୋଡେନ ସିନାପାଲି ସହରକୁ ବନ୍ଦ କରିଛନ୍ତି । ଫଳରେ 353 ଜାତୀୟ ରାଜପଥ ସମ୍ପୂର୍ଣ୍ଣ ରୂପେ ବନ୍ଦ ରହିଛି । ତା ସହିତ ଖଡ଼ିଆଳର ସମସ୍ତ ସରକାରୀ ତଥା ବେସରକାରୀ ସ୍କୁଲ, ଦୋକାନ ବଜାର ସାଙ୍ଗକୁ ଗମନା ଗମନ ବନ୍ଦ ରହିଥିବା ଦେଖାଯାଇଛି ।

ଖଡ଼ିଆଳ ଆମ୍ବେଦକର ଛକ, ଥାନା ଛକ,ବୋଡେନ ଛକ ଠାରେ ଆନ୍ଦେଳନକାରୀ ସ୍ଲୋଗାନ ଦେଇ ଖଡ଼ିଆଳ ଠାରେ କୋର୍ଟ ସ୍ଥାପନ ପାଇଁ ଦାବି କରିଛନ୍ତି । ଲୋକଙ୍କୁ ନ୍ୟାୟ ପ୍ରଦାନ ପାଇଁ ସେଣ୍ଟର ପୁଏଣ୍ଟ ଖଡ଼ିଆଳ ଠାରେ ଅତିରିକ୍ତ ଦୌରାଜଜ୍ କୋର୍ଟ ସ୍ଥାପନ ପାଇଁ 2019 ମସିହାରୁ ସରକାରଙ୍କୁ ଅନୁରୋଧ କରାଯାଉଛି । ସରକାର ବୈମାତୃକ ମନୋଭାବ ପୋଷଣ କରି କୋର୍ଟ ପ୍ରତିଷ୍ଠା ପାଇଁ ଧ୍ୟାନ ଦେଉନାହାନ୍ତି । ଫଳରେ ଆଜି ମିଳିତ ନାଗରିକ ମଞ୍ଚ ବନ୍ଦ ଡାକରାରେ ଖଡ଼ିଆଳ, ବୋଡେନ, ସିନାପାଲି ବନ୍ଦ ପାଳନ କରାଯାଉଛି ।

ଏହା ମଧ୍ୟ ପଢ଼ନ୍ତୁ.... ଗନ୍ଧରେ ଫାଟୁଛି ରାଜଧାନୀ, ଆନ୍ଦୋଳନରେ ସଫେଇ କର୍ମଚାରୀ

ଖଡ଼ିଆଳ ବୋଡେନ ସିନାପାଲି ସହରର ମଧ୍ୟବର୍ତ୍ତୀ ସହର ଖଡ଼ିଆଳ ଅଟେ । ଖଡ଼ିଆଳ ଠାରେ ଅତିରିକ୍ତ ଦୌରାଜଜ୍ କୋର୍ଟ ସ୍ଥାପନ ହେଲେ ବୋଡେନ ସିନାପାଲି ଅଞ୍ଚଳର ଦୁରଦୁରାନ୍ତରେ ବସବାସ କରୁଥିବା ଲୋକ ମାନଙ୍କୁ ସୁବିଧା ଜନକ ଭାବରେ ନ୍ୟାୟ ପ୍ରଦାନ କରାଯାଇ ପାରିବ । ଶହଶହ କିଲୋମିଟର ଅତିକ୍ରମ କରି ନୂଆପଡା ଜିଲ୍ଲା ସଦର ମହୁକମା ଯାଇ କାମକରିବା ଖଟିଖିଆ ମଜୁରିଆ ତଥା ସାଧାରଣ ଲୋକଙ୍କ ପାଇଁ ସୁବିଧା ଜନକ ହୋଇପାରୁନାହିଁ । ଲୋକେ ନ୍ୟାୟ ପାଇଁ ହଇରାଣ ହରକତ ହେବା ସହିତ ଅହେତୁକ ଖର୍ଚ୍ଚାନ୍ତରେ ପଡୁଥିବା ଅଭିଯୋଗ ଆସିଛି । ଏନେଇ ଆନ୍ଦୋଳନକାରୀ ଯୁଧିଷ୍ଠିର ମେହେର କହିଛନ୍ତି ଯେ,’’ କୋଟ ସ୍ତାପନ ଦାବି ନେଇ ସମସ୍ତ ଅନୁଷ୍ଠାନଙ୍କ ସହମତି ରହିଛି । ତାହା ସହିତ ଓକିଲ ସଂଘ, ଖଡ଼ିଆଳ ବାର ଆସୋସିଏସନ, ଖଡ଼ିଆଳ ଜୁଡିସିଆଲ ବାର ଆସୋସିଏସନ ମଧ୍ୟ ଆନ୍ଦୋଳନକୁ ସମର୍ଥନ କରୁଛନ୍ତି ।’’

ଇଟିଭି ଭାରତ, ନୂଆପଡା

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.