ETV Bharat / state

ନୂଆପଡାରେ 12 ଘଣ୍ଟିଆ ବନ୍ଦ ପାଳନ - ଯାନବାହାନ ଗାଡି ଚଳାଚଳ ବନ୍ଦ

ମେଡିକାଲ କଲେଜ ପ୍ରତିଷ୍ଠା ଦାବି ନେଇ ନୂଆପଡା ସଦର ମହକୁମା ଠାରେ 12 ଘଣ୍ଟିଆ ବନ୍ଦ ପାଳନ କରାଯାଇଛି ।

ଫଟୋ ସୌଜନ୍ୟ:ପ୍ରତିନିଧି, ନୂଆପଡା
author img

By

Published : Sep 11, 2019, 10:05 AM IST

ନୂଆପଡା: ଆଜି ନୂଆପଡ଼ାରେ 12 ଘଣ୍ଟିଆ ବନ୍ଦ ପାଳନ । ଜିଲ୍ଲାରେ ମେଡିକାଲ କଲେଜ ପ୍ରତିଷ୍ଠା ଦାବି ନେଇ ନୂଆପଡା ସଦର ମହୁକମା ଠାରେ 12 ଘଣ୍ଟିଆ ବନ୍ଦ ପାଳନ କରାଯାଇଛି ।ଏହାର ପ୍ରଭାବରେ ସହରର ସମସ୍ତ ଦୋକାନ ବଜାର ବନ୍ଦ ଥିବାବେଳେ, ଯାନବାହାନ ଗାଡି ଚଳାଚଳ ମଧ୍ୟ ସମ୍ପୂର୍ଣ୍ଣ ବନ୍ଦ ରହିଛି ।

ଯେଉଁଥିପାଇଁ ଯାତ୍ରୀମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଏହି ବନ୍ଦ ପାଳନରେ ନୂଆପଡା ଜିଲ୍ଲା ଓକିଲ ସଂଘ ଗୁରୁଦାୟିତ୍ବ ନେଇଥିବାବେଳେ, ସହରର ବ୍ୟବସାୟୀ, ମଜଦୁର, ଡ୍ରାଇଭର ଓ ଶ୍ରମିକ ସଂଘ ସମସ୍ତେ ସମର୍ଥନ କରୁଛନ୍ତି । ଯାହାଫଳରେ ବନ୍ଦ ପାଳନ ମହାବନ୍ଦରେ ପରିଣତ ହୋଇଛି ।

ଭିଡିଓ ସୌଜନ୍ୟ:ପ୍ରତିନିଧି, ନୂଆପଡା

ଏହି ବନ୍ଦ ପାଳନ ଜରିଆରେ ସରକାରଙ୍କୁ ଏକ ପ୍ରାଥମିକ ସୂଚନା ଦିଆଯାଇଛି। ଆଗାମୀ ଦିନରେ ଦାବି ପୂରଣ ନହେଲେ ଆନ୍ଦୋଳନକୁ ଆହୁରି ଜୋରଦାର କରାଯିବ ବୋଲି ଆନ୍ଦୋଳନକାରୀମାନେ ଚେତାବନୀ ଦେଇଛନ୍ତି । ଏହାକୁ ଦୃଷ୍ଟିରେ ରଖି ଶାନ୍ତିଶୃଙ୍ଖଳା ପାଇଁ ନୂଆପଡା ପୋଲିସ ମଧ୍ୟ ସଜାଗ ରହିଛି ।

ନୂଆପଡାରୁ ମୋତିଲାଲ ବାଗ, ଇଟିଭି ଭାରତ

Intro:ନୂଆପଡା ଜ଼ୀଲ୍ଲା ମେଡିକାଲ କଲେଜ ପ୍ରତିଷ୍ଠା ସାମୃଖ୍ୟ ନୂଆପଡା ପକ୍ଷରୁ ଆଜି ନୂଆପଡା ଜ଼ୀଲ୍ଲା ସଦର ମହୁକମା ଠାରେ ମେଡିକାଲ କଲେଜ ପ୍ରତିଷ୍ଠା ଦାବିରେ 12 ଘଣ୍ଟିଆ ବନ୍ଦ ପାଳନ କରାଯାଇଛି । ବନ୍ଦ ପ୍ରଭାବରେ ସହର ର ଦୋକାନ ବଜାର ବନ୍ଦ ଥିବାବେଳେ , ଜାନ ବାହାନ ଗାଡି ମୋଟର ଯାତ୍ରୀବାହୀ ବସ ଚଳା ଚଳ ସମ୍ପୂର୍ଣ୍ଣ ବନ୍ଦ ରହିଛି । ଯାହାଫଳରେ ଯାତ୍ରୀମାନେ ନାହିଁ ନ ଥିବା ଅସୁବିଧା ଭୋଗ କରୁଛନ୍ତି ।ବନ୍ଦ ପାଳନରେ ନୂଆପଡା ଜ଼ୀଲ୍ଲା ଓକିଲ ସଂଘ ଗୁରୁଦାୟିତ୍ୱ ନେଇଥିବାବେଳେ , ସହରର ବ୍ୟବସାୟୀ ସଂଘ , ମଜଦୂର ସଂଘ , ଡ୍ରାଇଭର ସଂଘ , ଶ୍ରମିକ ସଂଘ , ସମସ୍ତେ ସମର୍ଥନ କରୁଛନ୍ତି । ଯାହାଫଳରେ ବନ୍ଦ ପାଳନ ମହାବନ୍ଦ ରେ ପରିଣତ ହୋଇଛି । ବନ୍ଦ ପାଳନ ଜରିଆରେ ସରକାରଙ୍କୁ ଏ ଏକ ପ୍ରଥମିକ ସୂଚନା ଦେଇଛନ୍ତି । ଆଗାମୀ ଦିନରେ ଦାବି ପୂରଣ ନହେଲେ ଆନ୍ଦୋଳନକୁ ଆହୁରି ଜୋରଦାର କରିବେବୋଲି ଆନ୍ଦୋଳନକାରୀ ମାନେ ଚେତାବନୀ ଦେଇଛନ୍ତି । ବନ୍ଦ ପାଳନ କୁ ଦୃଷ୍ଟି ରେ ରଖି ଶାନ୍ତିଶୃଙ୍ଖଳା ପାଇଁ ନୂଆପଡା ପୋଲିସ ମଧ୍ୟ ସଜାଗ ରହିଛି ।Body:ସConclusion:ସସ
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.