ନୂଆପଡା : ମହାତ୍ମା ଗାନ୍ଧୀଙ୍କ ଓଡିଶା ଆଗମନର 100 ବର୍ଷ ପୂର୍ତ୍ତି ଅବସରରେ ନୂଆପଡା ଜୀଲ୍ଲା ଖଡ଼ିଆଳ ସାଂସ୍କୃତିକ ଅନୁଷ୍ଠାନ ପକ୍ଷରୁ ଓଡ଼ିଆ ନାଟକ ‘‘ଗାନ୍ଧୀଙ୍କ ଓଡିଶା’’ ଖଡ଼ିଆଳ ରାଜା ଆର୍ତ୍ତତ୍ରାଣ ହାଇସ୍କୁଲ ରଙ୍ଗମଞ୍ଚ ଠାରେ ସଫଳ ମଞ୍ଚସ୍ଥ ହୋଇଯାଇଛି । ନାଟକ ମଞ୍ଚସ୍ଥ କରିବାରେ ରାଜ୍ୟ ଓଡ଼ିଆ ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗ, ଓଡିଶା ସଙ୍ଗୀତ ନାଟକ ଏକାଡେମୀ ପ୍ରୋତ୍ସାହନ ଯୋଗାଇ ଦେଇଥିଲେ । ନାଟ୍ୟକାର ଶଙ୍କର ତ୍ରିପାଠୀଙ୍କ ସ୍ୱରଚିତ ନାଟକ ‘‘ଗାନ୍ଧୀଙ୍କ ଓଡିଶା’’କୁ ନିର୍ଦ୍ଦେଶକ ଜିତେନ୍ଦ୍ର ନାଥ ପଟ୍ଟନାୟକ ସହ ନିର୍ଦ୍ଦେଶକ ପବିତ୍ର ମୋହନ ପ୍ରଧାନ ସଫଳ ନିର୍ଦ୍ଦେଶନା ଦେଇଛନ୍ତି ।
ସେହିଭଳି ଖଡ଼ିଆଳ ସ୍ୱର ଝଙ୍କାର ସଙ୍ଗୀତ ମହା ବିଦ୍ୟାଳୟ ଗୁରୁ ହରିଷ ବଗର୍ତ୍ତିଙ୍କ ନେତୃତ୍ତ୍ବରେ ତାଙ୍କ ଟିମ ସଙ୍ଗୀତ ନିର୍ଦ୍ଦେଶନା କାର୍ଯ୍ୟ ତୁଲାଇଛନ୍ତି । ନାଟକର ମୁଖ୍ୟ ଚରିତ୍ର ମହାତ୍ମା ଗାନ୍ଧୀଙ୍କ ଭୂମିକାରେ ଅମୂଲ୍ୟ କୁମାର ବାରିକ, ଗୋପବନ୍ଧୁ ଦାସଙ୍କ ଭୂମିକାରେ ଦିଲ୍ଲୀପ କର, ନୀଳକଣ୍ଠ ଦାସଙ୍କ ଭୂମିକାରେ ସୁକେଶ ନାନା, ମଧୁସୂଦନ ଦାସଙ୍କ ଭୂମିକାରେ ଆଦିତ୍ୟ, ଗୋପବନ୍ଧୁ ଚୌଧୁରୀଙ୍କ ଭୂମିକାରେ ଗୋବିନ୍ଧ ପଣ୍ଡାଙ୍କ ସମେତ ବହୁ ପ୍ରଖ୍ୟାତ କଳାକାର ବିଭିନ୍ନ ଭୂମିକାରେ ଚମତ୍କାର ଅଭିନୟ କରିଛନ୍ତି । ମଞ୍ଚସ୍ଥ ନାଟକରେ ଖଡ଼ିଆଳ ସାଂସ୍କୃତିକ ଅନୁଷ୍ଠାନର ସଭାପତି ସାନ୍ତନୁ କୁମାର ପଣ୍ଡା ପ୍ରମୁଖ ଭୂମିକା ଗ୍ରହଣ କରିଥିବାବେଳେ, ମୁଖ୍ୟଅତିଥି ଭାବର ଡ.ଫଣିନ୍ଦମ ସିଂ ଦେଓ ଯୋଗଦେଇ ଶୁଭ ଉଦଘାଟନ କରିଛନ୍ତି ।
ନୂଆପଡାରୁ ମୋତିଲାଲ ବାଗ, ଇଟିଭି ଭାରତ