ETV Bharat / state

ଜିଲ୍ଲାରେ ଅଘୋଷିତ ବିଦ୍ୟୁତକାଟ୍‌କୁ ନୟାଗଡ ଜିଲ୍ଲା କଂଗ୍ରେସର ବିରୋଧ - ନୟାଗଡ ଅଘୋଷିତ ବିଦ୍ୟୁତ କାଟକୁ ବିରୋଧ

ଟାଟା ପାୱାର କମ୍ପାନୀର ମନଇଛା ବିଦ୍ୟୁତକାଟ ପ୍ରତିବାଦରେ ନୟାଗଡ କଂଗ୍ରେସ ପକ୍ଷରୁ ଟାଟା ପାୱାର କମ୍ପାନୀର ଜିଲ୍ଲା ମୁଖ୍ୟ ପରିଚାଳକଙ୍କୁ ସ୍ମାରକପତ୍ର । ଅଧିକ ପଢନ୍ତୁ

ନୟାଗଡ ଜିଲ୍ଲାରେ ଅଘୋଷିତ ବିଦ୍ୟୁତ କାଟ: ପ୍ରତିବାଦ କଲା ଜିଲ୍ଲା କଂଗ୍ରେସ

author img

By

Published : Apr 29, 2022, 6:32 PM IST

ନୟାଗଡ଼: ନୟାଗଡ ଜିଲ୍ଲାରେ ଅଘୋଷିତ ବିଦ୍ୟୁତକାଟରେ ଲୋକେ ହସ୍ତସନ୍ତ । ଜିଲ୍ଲାବ୍ୟାପୀ ଟାଟା ପାୱାର କମ୍ପାନୀର ମନଇଛା ଅଘୋଷିତ ବିଦ୍ୟୁତକାଟ ପ୍ରତିବାଦରେ ଜିଲ୍ଲା କଂଗ୍ରେସର ତିନିଜଣିଆ ପ୍ରତିନିଧି ଦଳ କମ୍ପାନୀର ଜିଲ୍ଲା ମୁଖ୍ୟ ପରିଚାଳକଙ୍କୁ ସାକ୍ଷାତ କରି ବିଦ୍ୟୁତକାଟକୁ ତୁରନ୍ତ ବନ୍ଦ କରିବାକୁ ସ୍ମାରକପତ୍ର ପ୍ରଦାନ କରିଛନ୍ତି । ନୟାଗଡ ଜିଲ୍ଲାରେ ୪୨ ଡିଗ୍ରୀ ସେଲସିୟସ ତାପମାତ୍ରା ରେକର୍ଡ ଛୁଇଁଲାଣି । ଯେଉଁଥିରେ, ସାଧାରଣ ଜନଜୀବନ ଅସ୍ତବ୍ୟସ୍ତ ହେଉଛି । ଟାଟା ପାୱାର(Tata Power) କର୍ତ୍ତୃପକ୍ଷ ଦିନରାତି ଘଣ୍ଟାଘଣ୍ଟା ଅଘୋଷିତ ବିଦ୍ୟୁତକାଟ୍‌ କରି ବିଦ୍ୟୁତ ଉପୋଭୋକ୍ତାଙ୍କୁ ନିର୍ଯାତନା ଦେଉଥିବା ଜିଲ୍ଲା କଂଗ୍ରେସ ଅଭିଯୋଗ କରିଛି ।

ନୟାଗଡ ଜିଲ୍ଲାରେ ଅଘୋଷିତ ବିଦ୍ୟୁତ କାଟ: ପ୍ରତିବାଦ କଲା ଜିଲ୍ଲା କଂଗ୍ରେସ

ଅଘୋଷିତ ବିଦ୍ୟୁତ କାଟର ବେଆଇନ ପରମ୍ପରାକୁ ତୁରନ୍ତ ବନ୍ଦ କରି ସ୍ୱାଭାବିକ ବିଦ୍ୟୁତ ସେବା ଯୋଗାଇବାକୁ ଦାବି କରିଛି ଦଳ । ଆଗକୁ ଯଦି ଏହିଭଳି ଅଘୋଷିତ ବିଦ୍ୟୁତ କାଟ କରି ଜନଜୀବନକୁ ପ୍ରଭାବିତ କରାଯାଏ, ତେବେ କଂଗ୍ରେସ କର୍ମୀ ଟାଟା ପାୱାର ଜିଲ୍ଲା ମୁଖ୍ୟାଳୟ ଆଗରେ ଆନ୍ଦୋଳନ କରି କୌଣସି କର୍ମଚାରୀଙ୍କୁ ଅଫିସ ଭିତରକୁ ଛାଡ଼ିବେ ନାହିଁ । ଏପରିକି ଆଇନ ହାତକୁ ନିଆଯିବ ବୋଲି କହିଛନ୍ତି ଜିଲ୍ଲା କଂଗ୍ରେସ ସଭାପତି ଆଇନଜୀବୀ ରଣଜିତ ଦାଶ । ନିୟମିତ ବିଦ୍ୟୁତ ବିଲ ପୈଠ କରୁଥିବା ଉପୋଭୋକ୍ତାଙ୍କୁ ବିଦ୍ୟୁତକାଟ୍‌ କରି ନିର୍ଯାତନା ଦେବାର ଅଧିକାର ଟାଟା ପାୱାର କମ୍ପାନୀକୁ ଦେଲା କିଏ ବୋଲି ପ୍ରଶ୍ନ କରିଛି କଂଗ୍ରେସ ।

ଅସହ୍ୟ ଗରମ ଓ ଗୁଳୁଗୁଳି ବେଳେ ଅଘୋଷିତ ବିଦ୍ୟୁତକାଟ୍‌ରେ ଜିଲ୍ଲାର ଲକ୍ଷାଧିକ ବିଦ୍ୟୁତ ଉପୋଭୋକ୍ତା ପ୍ରଭାବିତ ହେଉଛନ୍ତି । ଫଳରେ ଜିଲ୍ଲାର ପ୍ରଭାବଶାଳୀ ମନ୍ତ୍ରୀ ଚୁପ ରହିବା ନେଇ ଜିଲ୍ଲା କଂଗ୍ରେସ ପକ୍ଷରୁ ନିନ୍ଦା କରାଯାଇଛି । ପ୍ରତିନିଧି ଦଳରେ ଜିଲ୍ଲା ଯୁବ କଂଗ୍ରେସ କାର୍ଯ୍ୟକାରୀ ସଭାପତି ପ୍ରତୀକ ମହାପାତ୍ର, ଡିସିସି ସାମାଜିକ ଗଣମାଧ୍ୟମ ଆବାହକ ଜୁଲଫିକର ଅଲ୍ଲୀ ପ୍ରମୁଖ ଆଲୋଚନାରେ ଅଂଶଗ୍ରହଣ କରିଥିଲେ । ସେହିପରି ଜିଲ୍ଲାର ବିଭିନ୍ନ ସ୍ଥାନରେ ବିଭିନ୍ନ ସଂଗଠନ ତରଫରୁ ପ୍ରତିବାଦ କରାଯାଇଛି ।

ନୟାଗଡ଼ରୁ ଜୟେନ୍ଦ୍ର ବେହେରା, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.