ETV Bharat / state

ମାନସିକ ବିକାରଗ୍ରସ୍ତଙ୍କ ସେବା କରି ପ୍ରଶଂସା ସାଉଁଟିଲେ ଯୁବବର୍ଗ - youth service to mentalty disorder people

ନୟାଗଡ ଜିଲ୍ଲାରେ କିଛି ଯୁବକ ମାନସିକ ବିକାରଗ୍ରସ୍ତଙ୍କ ସେବା କରିଛନ୍ତି । ତାଙ୍କର ଏହି ପ୍ରୟାସକୁ ସାଧାରଣରେ ପ୍ରଶଂସା କରାଯାଇଛି । ଅଧିକ ପଢନ୍ତୁ...

ମାନସିକ ବିକାରଗ୍ରସ୍ତଙ୍କୁ ଯବବର୍ଗଙ୍କ ସେବା
ମାନସିକ ବିକାରଗ୍ରସ୍ତଙ୍କୁ ଯବବର୍ଗଙ୍କ ସେବା
author img

By

Published : Dec 29, 2020, 7:17 AM IST

ନୟାଗଡ: ମାନସିକ ବିକାରଗ୍ରସ୍ତଙ୍କ ସାହା ହେଲେ ଯୁବବର୍ଗ । ଯେଉଁଠି ମାନସିକ ବିକାରଗ୍ରସ୍ତ ଲୋକଙ୍କଠାରୁ ଲୋକେ ଦୂରତା ପାଳନ କରିଥାନ୍ତି ସେମାନଙ୍କୁ ହାତ ଧରିଛନ୍ତି କିଛି ଯୁବବର୍ଗ । ଯେଉଁମାନଙ୍କ ଦୁଃଖସୁଖ ବୁଝିବାକୁ କେହି ନାହିଁ ତାଙ୍କ ପାଇଁ ଖୋଲା ହୃଦୟର ସହ ସେବା କରୁଛନ୍ତି ନୟାଗଡ ଜିଲ୍ଲା ଗଣିଆ ବ୍ଲକ ଛାମୁଣ୍ଡିଆ ଆଞ୍ଚଳର କିଛି ଯୁବବର୍ଗ ।

ମାନସିକ ବିକାରଗ୍ରସ୍ତଙ୍କୁ ଯବବର୍ଗଙ୍କ ସେବା

ଜିଲ୍ଲାରେ ଥିବା ମାନସିକ ବିକାରଗ୍ରସ୍ତ ବ୍ୟକ୍ତିଙ୍କ ସେବା କରିଛନ୍ତି । ସେମାନଙ୍କୁ ଗାଧୋଇଦେବା ସହ ସେମାନଙ୍କ ଦାଢ଼ି କାଟି ତାଙ୍କୁ ସଫାସୁତୁରା କରାଇଛନ୍ତି l ଶୀତର ପ୍ରକୋପରୁ ସେମାନଙ୍କୁ ରକ୍ଷା କରିବା ପାଇଁ ସେମାନଙ୍କୁ ପିନ୍ଧିବା ପାଇଁ ପୋଷାକ ପ୍ରଦାନ କରିଥିଲେ । ଏହା ସହ ସେମାନଙ୍କୁ ଖାଦ୍ୟ ପ୍ରଦାନ କରିଥିଲେ । ଯୁବକମାନେ ନିଜ ପ୍ରଚେଷ୍ଟାରେ ଏହି କାର୍ଯ୍ୟ କରିଛନ୍ତି l

ଯୁବକମାନଙ୍କର ଏହି ମହାନ ପ୍ରୟାସକୁ ସାଧାରଣରେ ଵେଶ ପ୍ରଶଂସା କରାଯାଇଛି l ଏହି କାର୍ଯ୍ୟକ୍ରମ କୁଗଣିଆ ବ୍ଲକ ଛାମୁଣ୍ଡିଆ ଅଞ୍ଚଳର ମାନସ ସାମଲ, ପ୍ରଭାତ ଆଚାର୍ଯ୍ୟ, ଦିଗମ୍ବର ସାହୁ, ସୁଶାନ୍ତ ଦଳେଇ, ପ୍ରକାଶ ସାହୁ ପ୍ରମୁଖ ପରିଚାଳନା କରିଥିଲେ ।

ନୟାଗଡରୁ ଜୟେନ୍ଦ୍ର ବେହେରା, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.