ETV Bharat / state

ବିଦେଶରେ ଚମକିଲେ ଓଡ଼ିଆ ବୈଜ୍ଞାନିକ, ଇଷ୍ଟ୍ ଟେନିସ ଷ୍ଟେଟ୍ ୟୁନିଭର୍ସିଟି ପତ୍ରିକାରେ ପାଇଲେ ସ୍ଥାନ - ଇଲୁମିନେଟ୍

ବିଦେଶ ମାଟିରେ ଓଡ଼ିଆ ଯୁବ ବୈଜ୍ଞାନିକଙ୍କ ସଫଳତା । ଇଷ୍ଟ୍ ଟେନିସ ଷ୍ଟେଟ୍ ୟୁନିଭର୍ସିଟିର ବାର୍ଷିକ ଗବେଷଣା ପତ୍ରିକା ‘ଇଲୁମିନେଟ୍’ରେ ନୟାଗଡ଼ ଜିଲ୍ଲା ଦଶପଲ୍ଲାର ଯୁବ ବୈଜ୍ଞାନିକ ଜ୍ୟୋତିରଞ୍ଜନ ବେହେରାଙ୍କ କାହାଣୀ ସଫଳତାର କାହାଣୀ ସ୍ଥାନ ପାଇଛି । ଅଧିକ ପଢ଼ନ୍ତୁ

young scientist jyotiranjan behera
ଓଡ଼ଆ ଯୁବ ବୈଜ୍ଞାନିକ ଜ୍ୟୋତିରଞ୍ଜନ ବେହେରା
author img

By

Published : Dec 18, 2022, 1:57 PM IST

ନୟାଗଡ଼: ବିଦେଶ ମାଟିରେ ଦଶପଲ୍ଲାର ଯୁବ ବୈଜ୍ଞାନିକ ଜ୍ୟୋତିରଞ୍ଜନଙ୍କୁ ସଫଳତା । ଆମେରିକାରେ ଗବେଷଣାରତ ଓଡିଆ ବୈଜ୍ଞାନିକ ତଥା ନୟାଗଡ଼ ଜିଲ୍ଲା ଦଶପଲ୍ଲାର ଯୁବ ବୈଜ୍ଞାନିକ ଜ୍ୟୋତିରଞ୍ଜନ ବେହେରାଙ୍କୁ ମିଳିଛି ଆଉ ଏକ ସଫଳତା । ତାଙ୍କ ସଫଳତାର କାହାଣୀ ଇଷ୍ଟ୍ ଟେନିସ ଷ୍ଟେଟ୍ ୟୁନିଭର୍ସିଟିର ବାର୍ଷିକ ଗବେଷଣା ପତ୍ରିକା ‘ଇଲୁମିନେଟ୍’ରେ ସ୍ଥାନ ପାଇଛି । ଯାହାକି ସମଗ୍ର ରାଜ୍ୟ ତଥା ଦେଶପାଇଁ ଏହା ଗୈାରବର ବିଷୟ । ଏହି ପତ୍ରିକାରେ କେବଳ ଗବେଷଣାରେ ଉଲ୍ଲେଖନୀୟ ତଥ୍ୟ ହାସଲ କରିଥିବା ଯୁବ ବୈଜ୍ଞାନିକଙ୍କ କାହାଣୀ ପ୍ରକାଶ କରିଥାଏ । ଯାହାକି ଚଳିତ ୨୦୨୨ ମସିହାରେ ସମଗ୍ର ବିଶ୍ବର ୨ଜଣ ବୈଜ୍ଞାନିକଙ୍କ କାହାଣୀ ପ୍ରକାଶ ପାଇଛି ।

young scientist from nayagarh got success
ବିଦେଶରେ ଓଡ଼ଆ ଯୁବ ବୈଜ୍ଞାନିକଙ୍କ ସଫଳତା, ଇଷ୍ଟ୍ ଟେନିସ ଷ୍ଟେଟ୍ ୟୁନିଭର୍ସିଟି ପତ୍ରିକାରେ ପାଇଲେ ସ୍ଥାନ

ଜ୍ୟୋତିଙ୍କ ସମେତ ଅନ୍ୟ ଜଣେ ବୈଜ୍ଞାନିକ ହେଉଛନ୍ତି ଆଫ୍ରିକା ମହାଦେଶର । ଜ୍ୟୋତିରଞ୍ଜନଙ୍କ ଗବେଷଣା ମୁଖ୍ୟତଃ ଖାଦ୍ୟ ନିରାପତ୍ତା ଉପରେ ପର୍ଯ୍ୟବେଷିତ । ସେ ଗଛ ମାନଙ୍କରୁ କିଭଳି ତୈଳ ଉତ୍ପାଦନ ବୃଦ୍ଧି କରାଯାଇପାରିବ ତାହାର ଉପାୟ ଆବିଷ୍କାର କରିଛନ୍ତି । ମୁଖ୍ୟତଃ ତାଙ୍କ ଦ୍ବାରା ଆବିଷ୍କୃତ ପ୍ରଣାଳୀ ଶରୀର ପାଇଁ ଉପକାରୀ ତେଲ ଗଛ ମାନଙ୍କରୁ ଉତ୍ପାଦନ କରାଯାଇ ପାରିବ । ଏହା ଦ୍ବାରା ହୃଦରୋଗ ଦୂର ହୋଇପାରିବ ଏବଂ ରକ୍ତରେ କୋଲେଷ୍ଟଲର ମାତ୍ରାମଧ୍ୟ କମ୍ କରାଯାଇ ପାରିବ । ଏହା ବ୍ୟତୀତ ଅନ୍ୟ ବୃକ୍ଷ ମାନଙ୍କରୁ ଯାନବାହନରେ ବ୍ୟବହୃତ ଇନ୍ଧନ ଏବଂ ତୈଳ ମଧ୍ୟ ଉତ୍ପାଦନ କରାଯାଇ ପାରିବ । ଯାହାଦ୍ବାରା କି ଭବିଷ୍ୟତରେ ପେଟ୍ରୋଲିୟମ ବିକଳ୍ପ ଭାବରେ ଏହାକୁ ବ୍ୟବହାର କରାଯାଇପାରିବ । ଉତ୍ପାଦନ ବୃଦ୍ଧି ସହିତ ତୈଳ ଜାତୀୟ ଦ୍ରବ୍ୟର ମୂଲ୍ୟ କମ୍ ହେବ ।

ଲୋକଙ୍କ ଚାହିଦା ପୂରଣ କରିବା ସହ ଏହା ପରିବେଶ ପ୍ରଦୂଷଣ କମ୍ କରିବାରେ ସହାୟକ ହେବ । ଜ୍ୟୋତିରଞ୍ଜନଙ୍କ ଏହି ପ୍ରୟାସ ଭବିଷ୍ୟତ ପାଇଁ ଅଧିକ ଗବେଷଣାରେ ବାଟ ଖୋଲି ଦେଇଛି । ସେ ବର୍ତ୍ତମାନ ଆମେରିକା ଇଷ୍ଟ ଟେନିସ ଷ୍ଟେଟ୍ ୟୁନିଭର୍ସିଟିରେ ପିଏଚଡି ଶିକ୍ଷାଲାଭ କରିବା ସହ ଗବେଷଣା କରୁଛନ୍ତି ।

ସୂଚନା ଥାଉକି, ସେ ବିଭିନ୍ନ ଆନ୍ତର୍ଜାତୀୟ ସଂସ୍ଥାଦ୍ବାରା ପୁରସ୍କୃତ ହୋଇଛନ୍ତି । ବିଶେଷତଃ ଆମେରିକାନ୍ ସୋସାଇଟି ଫର୍ ପ୍ଲାଣ୍ଟ ବାୟୋଲୋଜିଷ୍ଟ ଫିଟୋ କେମିକାଲ୍ ସୋସାଇଟି ଅଫ୍ ନର୍ଥ ଆମେରିକା ଏବଂ ୟୁରୋପିୟନ୍ ମୋଲେକୁଲାର୍ ବାୟୋଲୋଜି ଅର୍ଗାନାଇଜେନସ୍ ଦ୍ବାରା ପୁରସ୍କୃତ ହୋଇଛନ୍ତି । ଏତଦ ବ୍ୟତିତ ସେ ଆମେରିକାର ହେନେରି ଡୋନିୟେଲି ଇଣ୍ଟରନ୍ୟାସନାଲ ରିସର୍ଚ୍ଚ ସ୍କୋଲାର ଆୱାର୍ଡର ପ୍ରଥମ ସଂସ୍କରଣରେ ସମସ୍ତ ଦେଶର ପ୍ରତିଯୋଗୀଙ୍କୁ ପଛରେ ପକାଇ ପୁରସ୍କୃତ ହୋଇଥିବା ନେଇ ସୂଚନା ମିଳିଛି । ତାଙ୍କ କହିବା ମୁତାବକ, ଦୁନିଆର ସମସ୍ତ ଜଟିଳ ସମସ୍ୟା ଏକ ସରଳ ପଦକ୍ଷେପ ଦ୍ବାରା ହିଁ ସମାଧାନ କରାଯାଇ ପାରିବ । ସେ ତାଙ୍କର ସଫଳତାର ଶ୍ରେୟ ପିତା, ମାତାଙ୍କୁ ଦେଇଛନ୍ତି ।

ଇଟିଭି ଭାରତ, ନୟାଗଡ଼

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.